ପଛରେ ପଡ଼ିଲେ ଯୁବରାଜ, ୧୬.୨୫ କୋଟିରେ ବିକ୍ରି ହେଲେ ମୋରିସ୍

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର୍ କ୍ରିସ୍ ମୋରିସ୍ ହେଲେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି। ଏଥିସହ ମୋରିସ୍ ଦୁଇଥରର ବିଶ୍ୱକପ୍ ବିଜେତା ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜି ଚେନ୍ନାଇରେ ହୋଇଥିବା ଅକ୍ସନରେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି ରାଜସ୍ଥାନ ରୟାଲ୍ସ। ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ ଯୁବରାଜଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ମୋରିସଙ୍କୁ ଆଉ ୨୫ ଲକ୍ଷ ଟଙ୍କା ଅଧିକ ଦେଇ ରାଜସ୍ଥାନ କିଣିଛି। ମୋରିସଙ୍କ ବେସ୍ […]

morris

Ranjit Kumar Jena
  • Published: Thursday, 18 February 2021
  • , Updated: 18 February 2021, 04:24 PM IST

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର୍ କ୍ରିସ୍ ମୋରିସ୍ ହେଲେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି। ଏଥିସହ ମୋରିସ୍ ଦୁଇଥରର ବିଶ୍ୱକପ୍ ବିଜେତା ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜି ଚେନ୍ନାଇରେ ହୋଇଥିବା ଅକ୍ସନରେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି ରାଜସ୍ଥାନ ରୟାଲ୍ସ। ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ ଯୁବରାଜଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ମୋରିସଙ୍କୁ ଆଉ ୨୫ ଲକ୍ଷ ଟଙ୍କା ଅଧିକ ଦେଇ ରାଜସ୍ଥାନ କିଣିଛି।

ମୋରିସଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା ଥିଲା। ମୋରିସଙ୍କୁ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟ ଟକ୍କର ଲାଗି ରହିଥିଲା। କିନ୍ତୁ ମୁମ୍ବାଇ ରେସରୁ ହଟିବା ପରେ ରାଜସ୍ଥାନ ରୟାଲ୍ସ ଯୋଗ ଦେଇଥିଲା। ରାଜସ୍ଥାନ ଶେଷ ପର୍ଯ୍ୟନ୍ତ ମୋରିସ୍ ନେବା ପାଇଁ ଡାକ ଲଗାଇଥିଲା। ଯେହେତୁ ଆରସିବି ପୂର୍ବରୁ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାର ମୋଟା ଅଙ୍କରେ କିଣିସାରିଛି। ତେଣୁ ଆରସିବି ମଧ୍ୟ ଏଥିରୁ ହଟିଯାଇଥିଲା। ଯାହା ପରେ ରାଜସ୍ଥାନ ୧୬.୨୫ କୋଟି ଟଙ୍କାରେ ମୋରିସଙ୍କୁ କିଣି ଇତିହାସ ରଚିଛି।

ନିଲାମରେ ଅନ୍ୟତମ ମୁଖ୍ୟ ଆକର୍ଷଣ ହୋଇଛନ୍ତି ଇଂଲିଶ ଟିମ୍ ଅଲରାଉଣ୍ଡର ମୋଇନ୍ ଅଲୀ। ମୋଇନଙ୍କୁ ଚେନ୍ନାଇ ସୁପର୍ କିଙ୍ଗୌ ୭ କୋଟି ଟଙ୍କାରେ କିଣିଛି। ସେହିପରି ବର୍ତ୍ତମାନ ଟି-୨୦ର ନମ୍ବର-୧ ଖେଳାଳି ଇଂଲଣ୍ଡର ଡେୱିଡ୍ ମଲାନଙ୍କୁ ଦେଢ଼ କୋଟି ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗସ୍। ଅନ୍ୟପକ୍ଷରେ ଭାରତର ଶିବମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪.୪ କୋଟି ଟଙ୍କା, ବାଂଲାଦେଶର ସାବିକ ଅଲ୍ ହାସନଙ୍କୁ ୩.୨ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି।

Related story