ପୁଣି ହାରିଲା ହାଇଦ୍ରାବାଦ, ପଞ୍ଚମ ବିଜୟ ସହ ଶୀର୍ଷରେ ଚେନ୍ନାଇ

ନୂଆଦିଲ୍ଲୀ: ଋତୁରାଜ ଗାଏକ୍ୱାଡ୍ (୭୫) ଓ ଫାଫ୍ ଡୁପ୍ଲେସିସ (୫୬)ଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ୍ ପୁଣିଥରେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ କବଜା କରିଛି । ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ହାଇଦ୍ରାବାଦ ପଞ୍ଚମ ପରାଜୟ ସହ ଶେଷ ସ୍ଥାନରେ ରହିଛି । ଚଳିତ ଆଇପିଏଲରେ ପ୍ରଥମଥର ଲାଗି ଦିଲ୍ଲୀର ଫିରୋଜ ଶାହ କୋଟଲା […]

RUTURAJ

RUTURAJ

Ranjit Kumar Jena
  • Published: Wednesday, 28 April 2021
  • Updated: 28 April 2021, 11:10 PM IST

Sports

Latest News

ନୂଆଦିଲ୍ଲୀ: ଋତୁରାଜ ଗାଏକ୍ୱାଡ୍ (୭୫) ଓ ଫାଫ୍ ଡୁପ୍ଲେସିସ (୫୬)ଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ୍ ପୁଣିଥରେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ କବଜା କରିଛି । ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ହାଇଦ୍ରାବାଦ ପଞ୍ଚମ ପରାଜୟ ସହ ଶେଷ ସ୍ଥାନରେ ରହିଛି ।

ଚଳିତ ଆଇପିଏଲରେ ପ୍ରଥମଥର ଲାଗି ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ୱିକେଟରେ ୧୭୧ ରନ୍ କରିଥିଲା । କିନ୍ତୁ ଏହି ଲକ୍ଷ୍ୟକୁ ଚେନ୍ନାଇ ସହଜରେ ହାସଲ କରିନେଇଛି । ଚେନ୍ନାଇ ମାତ୍ର ୧୮.୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ହାସଲ କରିଛି ।

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ପାଇଁ ଶତକୀୟ (୧୨୯) ଭାଗିଦାରୀ କରି ହାଇଦ୍ରାବାଦ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ଡୁପ୍ଲେସିସ୍ ୩୨ ବଲରେ ଓ ଋତୁରାଗ ୩୬ ବଲରେ ଅର୍ଦ୍ଧଶତକ ମାରିଥିଲେ । ଅର୍ଦ୍ଧଶତକ ମାରିବା ପରେ ଋତୁରାଜ ୮ ବଲରେ ଦ୍ରୁତ ୨୫ ରନ୍ କରିଥିଲେ । ଋତୁରାଜଙ୍କୁ ହାଇଦ୍ରାବାଦ ସ୍ପିନର ରଶିଦ୍ ଖାନ୍ କ୍ଲିନ୍ ବୋଲ୍ଡ କରିଥିଲେ ।

ରଶିଦ୍ ମଧ୍ୟ ସେଟ୍ ବ୍ୟାଟ୍ସମ୍ୟାନ୍ ଡୁପ୍ଲେସିସ୍ ଓ ତୃତୀୟ ସ୍ଥାନରେ ବ୍ୟାଟିଂ ମୋଇନ୍ ଅଲୀ (୮)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ । ତେବେ ଆରସିବି ବିପକ୍ଷ ମ୍ୟାଚରେ ଧମାକା କରିଥିବା ରବୀନ୍ଦ୍ର ଜାଡେଜା (୭) ଓ ସୁରେଶ ରାଇନା (୧୭) ଅପରାଜିତ ରହି ଟିମକୁ ୯ ବଲ୍ ବାକି ଥାଇ ବିଜୟୀ କରାଇଥିଲେ । ହାଇଦ୍ରାବାଦ ପକ୍ଷରୁ ରଶିଦ୍ ୩ଟି ଯାକ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ପାଣ୍ଡେ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୧ ରନ୍ କରିଛି । ପାଣ୍ଡେ ୪୬ ବଲରେ ୫ ଚୌକା ଓ ୧ ଛକା ସହ ୬୧ ଓ ୱାର୍ଣ୍ଣର୍ ୫୫ ବଲରେ ୩ ଚୌକା ଓ ୨ ଛକା ସହ ୫୭ ରନ୍ କରିଥିଲେ ।

ଏହା ବ୍ୟତୀତ ୱିଲିୟମସନ୍ ଓ କେଦାର ଯାଦବ ଶେଷ ୧୩ ବଲରେ ଦ୍ରୁତ ୩୭ ରନ୍ ଯୋଡ଼ି ହାଇଦ୍ରାବାଦ ସ୍କୋରକୁ ୧୭୧ ରନରେ ପହଞ୍ଚାଥିଲେ । ୱିଲିୟମସନ୍ ୧୦ ବଲରେ ୪ ଚୌକା ଓ ୧ ଛକା ସହ ୨୬ ଓ କେଦାର ୪ ବଲରେ ୧୦ (୧ ଚୌକା ଓ ୧ ଛକା) ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ଏନଗିଡି ୨ଟି ଓ କୁରାନ୍ ଗୋଟିଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos