କୋଲକାତା ବିପକ୍ଷରେ ଟସ୍‌ ଜିତିଲା ଦିଲ୍ଲୀ

ମୁମ୍ବାଇ: ଚଳିତ ଆଇପିଏଲର ୪୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ। ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶ୍ରେୟସ ଆୟରଙ୍କ କେକେଆର ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟର ପଏଣ୍ଟ ଟେବୁଲରେ ଦିଲ୍ଲୀ ୭ ନଂରେ ଥିବା ବେଳେ କୋଲକାତା ୮ନଂରେ ରହିଛି। କୋଲକାତା ତା’ର ଶେଷ ୪ ମ୍ୟାଚ୍‌ରୁ ଗୋଟିଏ ହେଲେ ବି […]

Toss

Hemant Lenka
  • Published: Thursday, 28 April 2022
  • , Updated: 28 April 2022, 07:14 PM IST

ମୁମ୍ବାଇ: ଚଳିତ ଆଇପିଏଲର ୪୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ। ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶ୍ରେୟସ ଆୟରଙ୍କ କେକେଆର ପ୍ରଥମେ ବ୍ୟାଟିଂ କରିବ।

ଟୁର୍ଣ୍ଣାମେଣ୍ଟର ପଏଣ୍ଟ ଟେବୁଲରେ ଦିଲ୍ଲୀ ୭ ନଂରେ ଥିବା ବେଳେ କୋଲକାତା ୮ନଂରେ ରହିଛି। କୋଲକାତା ତା’ର ଶେଷ ୪ ମ୍ୟାଚ୍‌ରୁ ଗୋଟିଏ ହେଲେ ବି ଜିତି ପାରିନାହିଁ। ଦଳ ଏଯାଏ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ବେଳେ କେବଳ ୩ଟିରେ ଜିତିବାକୁ ସକ୍ଷମ ହୋଇଛି।

ଦିଲ୍ଲୀ ତା’ର ଶେଷ ମ୍ୟାଚ୍‌ରେ ରାଜସ୍ଥାନ ଠାରୁ ୧୫ ରନ୍‌ରେ ହାରିଥିଲା। ଦିଲ୍ଲୀ ଚଳିତ ଆଇପିଏଲରେ ୭ଟି ମ୍ୟାଚ୍‌ ଖେଳି ୩ଟି ଜିତିଛି ଓ ୪ଟିରେ ହାରିଛି। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ପ୍ଲେଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ।

ଆଜିର ମ୍ୟାଚ୍‌ରେ କୋଲକାତା ପାଇଁ ଡେବ୍ୟୁ କରିଛନ୍ତି ବାବା ଅପରଜିତଙ୍କ ଭାଇ ବାବା ଇନ୍ଦ୍ରଜିତ। ତାମିଲନାଡୁ ପକ୍ଷରୁ ଖେଳୁଥିବା ଇନ୍ଦ୍ରଜିତ ଜଣେ ଅଲରାଉଣ୍ଡର। ସେ ୱିକେଟ କିପିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ତେଣୁ ଆଜି ଦଳ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଛି। ସେହିପରି ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଦ୍ରୁତ ବୋଲର ହର୍ଶିତ ରାଣା ମଧ୍ୟ ଆଜି କୋଲକାତା ପାଇଁ ଡେବ୍ୟୁ କରୁଛନ୍ତି। ଏହାବାଦ ଆରୋନ ଫିଞ୍ଚ୍‌ ମଧ୍ୟ ଆଜି ଦଳକୁ ଫେରିଛନ୍ତି। ସାମ ବିଲିଙ୍ଗ୍ସ ବାଦ ପଡ଼ିଥିବାରୁ ଇନ୍ଦ୍ରଜିତ କିପିଂ କରିବେ। ସେହିପରି ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ଚୂଡ଼ାନ୍ତ ଏକାଦଶରେ ଆଜି ନାହାନ୍ତି।


ସେହିପରି ଦିଲ୍ଲୀ ପକ୍ଷରୁ ଆଜି ଡେବ୍ୟୁ କରିଛନ୍ତି ବାମହାତୀ ଦ୍ରୁତ ବୋଲର ଚେତନ ସକାରିୟା। ସେ ଗତ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଥିଲେ। ହେଲେ ମେଗା ନିଲାମ ବେଳେ ତାଙ୍କୁ ଦିଲ୍ଲୀ କିଣିବାକୁ ସକ୍ଷମ ହୋଇଥିଲା। ଏହାବାଦ କରୋନାରୁ ସୁସ୍ଥ ହୋଇଥିବା ମିଚେଲ ମାର୍ଶ ମଧ୍ୟ ଆଜି ଦଳକୁ ଫେରିଛନ୍ତି। ସର୍ଫରାଜ ଖାନ ଓ ଖଲୀଲ ଅହମଦଙ୍କୁ ଚୂଡ଼ାନ୍ତ ଏକାଦଶରେ ବାଦ ଦିଆଯାଇଛି।

ଆଇପିଏଲର ୨୦୨୨ ସଂସ୍କରଣରେ ଦିଲ୍ଲୀ ଓ କୋଲକାତା ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଦିଲ୍ଲୀ ୪୪ ରନ୍‌ରେ ମ୍ୟାଚ୍‌ଟିକୁ ଜିତିଥିଲା। ପୂର୍ବତନ କୋଲକାତା ସ୍ପିନର କୁଲଦୀପ ଯାଦବ ହିଁ ଉକ୍ତ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଥିଲେ। ତେଣୁ ଆଜି କୋଲକାତା ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

Related story