ସଞ୍ଜୁ ସାମସନଙ୍କ ଅପରାଜିତ ୫୩ ସତ୍ତ୍ୱେ ହାରିଲା ରାଜସ୍ଥାନ, ଶୀର୍ଷରେ ଦିଲ୍ଲୀ

ଅବୁଧାବି: ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପୁଣିଥରେ ଚମକିଛି। ୨୦୨୦ ଭଳି ୨୦୨୧ ଆଇପିଏଲରେ ମଧ୍ୟ ଦଳ ପ୍ଲେ ଅଫ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଆଜି ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ ୩୩ ରନ୍‌ରେ ହରାଇବା ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ଏବେ ଦଳ ପାଖରେ ୧୬ ପଏଣ୍ଟ ହୋଇ ଯାଇଥିବା ବେଳେ ଗ୍ରୁପ୍‌ ପର୍ଯ୍ୟାୟରେ ଦିଲ୍ଲୀ ଆହୁରି ୪ଟି ମ୍ୟାଚ୍‌ ଖେଳିବ। ତେଣୁ ଦଳ ଟପ୍‌ ୪ରେ ରହିବା ଏକ ପ୍ରକାରର ନିଶ୍ଚିତ। ଆଜିର […]

Delhi

Delhi

Hemant Lenka
  • Published: Saturday, 25 September 2021
  • Updated: 25 September 2021, 09:13 PM IST

Sports

Latest News

ଅବୁଧାବି: ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପୁଣିଥରେ ଚମକିଛି। ୨୦୨୦ ଭଳି ୨୦୨୧ ଆଇପିଏଲରେ ମଧ୍ୟ ଦଳ ପ୍ଲେ ଅଫ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଆଜି ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ ୩୩ ରନ୍‌ରେ ହରାଇବା ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ଏବେ ଦଳ ପାଖରେ ୧୬ ପଏଣ୍ଟ ହୋଇ ଯାଇଥିବା ବେଳେ ଗ୍ରୁପ୍‌ ପର୍ଯ୍ୟାୟରେ ଦିଲ୍ଲୀ ଆହୁରି ୪ଟି ମ୍ୟାଚ୍‌ ଖେଳିବ। ତେଣୁ ଦଳ ଟପ୍‌ ୪ରେ ରହିବା ଏକ ପ୍ରକାରର ନିଶ୍ଚିତ।

ଆଜିର ମ୍ୟାଚ୍‌ରେ ଦିଲ୍ଲୀ ବ୍ୟାଟିଂରେ ସାମନ୍ୟ ଦୁର୍ବଳ ପ୍ରଦର୍ଶନ କରିଥିଲା। କିନ୍ତୁ ବୋଲରମାନେ ଦମଦାର ପ୍ରଦର୍ଶନ କରି ୩୩ ରନରେ ଦଳକୁ ବିଜୟ କରାଇଛନ୍ତି। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୫୪ ରନ୍‌ କରିଥିବା ବେଳେ ରାଜସ୍ଥାନ ୨୦ ଓଭର୍‌ରେ ୬ ୱିକେଟ ହରାଇ କେବଳ ୧୨୧ ରନ୍ କରିବାକୁ ସକ୍ଷମ ହୋଇଛି।

ରାଜସ୍ଥାନ ପକ୍ଷରୁ ଅଧିନାୟକ ସଞ୍ଜୁ ସାମାସନ ୫୩ ରନ୍ କରି ଶେଷ ଯାଏ ଅପରାଜିତ ରହିଥିଲେ ହେଁ ଏହା ଦଳକୁ ଜିତିବା ପାଇଁ ଯଥେଷ୍ଟ ହୋଇନାହିଁ। ସଞ୍ଜୁଙ୍କ ବ୍ୟତୀତ ମହିପାଲ ଲୋମୋର ୧୯ ରନ୍‌ କରିଥିଲା। ଏହି ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ।

୧୫୫ ରନ୍‌ର ଟାର୍ଗେଟ ପାଇଥିବା ରାଜସ୍ଥାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓନପର ଲିଆମ ଲିଭଙ୍ଗଷ୍ଟୋନ ପ୍ରଥମ ଓଭର୍‌ରେ ହିଁ ୧ ରନ୍‌ କରି ଅଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ର ପ୍ରଥମ ବଲରେ ଅନରିଚ ନୋର୍ଜେ ୫ ରନ୍‌ କରିଥିବା ଯଶ୍ୱସୀ ଜୈସୱାଲଙ୍କୁ ଆଉଟ କରିଥିଲେ।

ଡାଭିଲ ମିଲର ୭ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ତାଙ୍କୁ ରବି ଅଶ୍ୱିନ ଆଉଟ କରିଥିଲେ। ରାଜସ୍ଥାନ ୧୭ ରନ୍‌ରେ ୩ ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସଞ୍ଜୁ ସାମସନଙ୍କ ସହ ମହିପାଲ କିଛି ସମୟ ପାଇଁ କ୍ରିଜ୍‌ରେ ସଂଘର୍ଷ କରିଥିଲେ।

ମହିପାଲ ୨୪ ବଲ୍‌ରେ ୧୯ ରନ୍‌ କରିଥିବା ବେଳେ ତାଙ୍କୁ କାଗିସୋ ରାବଡା ଆଉଟ କରି ରାଜସ୍ଥାନକୁ ୪ର୍ଥ ଝଟକା ଦେଇଥିଲେ। ରିୟାନ ପରାଗ ୨ ମଧ୍ୟ ପୁଣିଥରେ ନିରାଶ କରିଥିଲେ। ଗୋଟିଏ ପଟେ ଜଣଙ୍କ ପରେ ଜଣେ ବ୍ୟାଟସମ୍ୟାନ ଆଉଟ ହେଉଥିବା ବେଳେ ସଞ୍ଜୁ ସାମସନ ବେଶ ଧିରସ୍ଥିର ଭାବେ ବ୍ୟାଟିଂ କରିଥିଲେ।

ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୨୦୨୦ ଆଇପିଏଲରେ ଗୋଟିଏ ଓଭର୍‌ରେ ୫ଛକା ମାରି ରାତାରାତି ହିରୋ ବନିଥିବା ରାହୁଲ ତେୱାତିଆଙ୍କ ଖରାପ ଫର୍ମ ଜାରି ରହିଛି। ସେ ୧୫ ବଲ୍‌ରେ ୯ ରନ୍‌ କରି ନୋର୍ଜେଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସଞ୍ଜୁ ଶେଷ ଯାଏ ୭୦ ବଲ୍‌ରେ ୫୩ ଓ ଶାମସି ୪ ବଲ୍‌ରେ ୨ ରନ୍‌ କରି ଅପରାଜିତ ଥିଲେ ମଧ୍ୟ ଦଳକୁ ବିଜୟ କରାଇ ପାରି ନଥିଲେ।

ଦିଲ୍ଲୀ ଏହି ମ୍ୟାଚ୍‌କୁ ୩୩ ରନରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ଦଳ ପକ୍ଷରୁ ନୋର୍ଜେ ୨ଟି ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ, ଅଭେଶ ଖାନ, କାଗିସୋ ରାବଡା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ଶ୍ରେୟସ ଆୟରଙ୍କ ୪୩ ଓ ହେଟମେୟରଙ୍କ ଦ୍ରୁତ ୨୮ ରନ୍‌ ବଳରେ ୬ ୱିକେଟ ହରାଇ ୧୫୪ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story