ମୁମ୍ବାଇ ବିପକ୍ଷରେ ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ଦୁବାଇ: ଚଳିତ ଆଇପିଏଲର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀ ଅପେକ୍ଷା ମୁମ୍ବାଇ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ଲେଅଫ ଆଶା ଉଜ୍ଜୀବିତ ରଖିବାକୁ ହେଲେ ମୁମ୍ବାଇକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ମୁମ୍ବାଇ ୧୧ ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ରହିଛି। ତେଣୁ ଦଳକୁ ବାକି ୩ଟି ଯାକ ମୁକାବିଲା […]

IPL1

Hemant Lenka
  • Published: Saturday, 02 October 2021
  • , Updated: 02 October 2021, 03:45 PM IST

ଦୁବାଇ: ଚଳିତ ଆଇପିଏଲର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀ ଅପେକ୍ଷା ମୁମ୍ବାଇ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ଲେଅଫ ଆଶା ଉଜ୍ଜୀବିତ ରଖିବାକୁ ହେଲେ ମୁମ୍ବାଇକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ।

ମୁମ୍ବାଇ ୧୧ ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ରହିଛି। ତେଣୁ ଦଳକୁ ବାକି ୩ଟି ଯାକ ମୁକାବିଲା ଜିତିବାକୁ ପଡ଼ିବ।  ସେହିପରି ଦିଲ୍ଲୀ ୧୧ ମ୍ୟାଚ୍‌ରୁ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହ ଦିଲ୍ଲୀ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ମଧ୍ୟ ଅର୍ଜନ କରି ସାରିଛି।

ମୁମ୍ବାଇ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୋଟିଏ ପରିବର୍ତ୍ତନ କରିଛି ରାହୁଲ ଚହରଙ୍କ ବଦଳରେ ଅପସ୍ପିନର ଜୟନ୍ତ ଯାଦବ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଏହାର ଅର୍ଥ ଈଶାନ କିଶନ ଆଜିର ମ୍ୟାଚ୍‌ ମଧ୍ୟ ଖେଳୁ ନାହାନ୍ତି। ଦିଲ୍ଲୀ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଲଳିତ ଯାଦବଙ୍କ ବଦଳରେ ପୃଥ୍ୱୀ ଶ’ ଆଜିର ମ୍ୟାଚ୍‌ ଖେଳୁଛନ୍ତି।

Related story