କନୱେଙ୍କ ୮୭, ଦିଲ୍ଲୀକୁ ୨୦୯ ରନ୍‌ର ଟାର୍ଗେଟ

ମୁମ୍ବାଇ: ପୁଣିଥରେ ଗର୍ଜିଛି ଡେଭୋନ କନୱେଙ୍କ ବ୍ୟାଟ। କନୱେଙ୍କ ୮୭ ରନ୍‌ ବଳରେ ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୨୦୮ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବା ପାଇଁ ବିଶାଳ ୨୦୯ ରନ୍‌ର ଟାର୍ଗେଟ ମିଳିଛି। କନୱେଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ ୪୭, ଶିବମ ଦୁବେ ୩୨ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ଭାଗରେ  ୮ ବଲ୍‌ରେ ଅପରାଜିତ ୨୧ ରନ୍‌ର ଇନିଂସ୍‌ ଖେଳିଛନ୍ତି। ମୁମ୍ବାଇର […]

conway

Hemant Lenka
  • Published: Sunday, 08 May 2022
  • , Updated: 08 May 2022, 09:33 PM IST

ମୁମ୍ବାଇ: ପୁଣିଥରେ ଗର୍ଜିଛି ଡେଭୋନ କନୱେଙ୍କ ବ୍ୟାଟ। କନୱେଙ୍କ ୮୭ ରନ୍‌ ବଳରେ ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୨୦୮ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବା ପାଇଁ ବିଶାଳ ୨୦୯ ରନ୍‌ର ଟାର୍ଗେଟ ମିଳିଛି। କନୱେଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ ୪୭, ଶିବମ ଦୁବେ ୩୨ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ଭାଗରେ  ୮ ବଲ୍‌ରେ ଅପରାଜିତ ୨୧ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ଦୁଇ ଓପନର କନୱେ ଓ ଋତୁରାଜ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟେ ପାଇଁ ୧୧ ଓଭର ସୁଦ୍ଧା ୧୧୦ ରନ୍‌ ଯୋଡ଼ିଥିଲେ। ଏଥିସହ ଚେନ୍ନାଇ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ।

ଦଳୀୟ ସ୍କୋର ୧୧୦ ଥିବା ବେଳେ ଅନରିଚ ନୋର୍ଖିୟା ୪୭ ରନ୍‌ କରିଥିବା ଗାଏକ୍ୱାଡଙ୍କୁ ଆଉଟ କରି ଚେନ୍ନାଇକୁ ପ୍ରଥମ ଝଟକା ଦେଇଥିଲେ। ୱିକେଟ ଯାଇଥିଲେ ମଧ୍ୟ କନୱେ କିମ୍ବା ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦୁବେଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିଲା। ଉଭୟ ବଡ଼ବଡ଼ ଶଟ ଖେଳି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ କନୱେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଚେନ୍ନାଇର ସ୍କୋର ୧୬୯ ଥିବା ବେଳେ କନୱେ(୮୭) ଖଲୀଲ ଅହମଦଙ୍କ ବଲରେ ଆଉଟ ହୋଇଥିଲେ। ୪୯ ବଲର ସମ୍ମୁଖୀନ ହୋଇଥିବା କନୱେ ୫ଟି ଛକା ଓ ୭ଟି ଚୌକା ମାରିଛନ୍ତି। କନୱେଙ୍କ ପରେ ଶିବମ ଦୁବେ ମଧ୍ୟ ୩୨ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ୱିକେଟ ମିଚେଲ ମାର୍ଶ ନେଇଥିଲେ।

ଅମ୍ବାତି ରାୟୁଡୁ (୫) ବଡ଼ ଶଟ ଖେଳିବା ଲୋଭରେ ଖଲୀଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ଶେଷ ଭାଗରେ ଧୋନିଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ମୋଇନ ଅଲୀ ମଧ୍ୟ ୨ଟି ଚୌକା ମାରି ଶେଷ ଓଭର୍‌ର ଦ୍ୱିତୀୟ ବଲରେ ଆଉଟ ହୋଇଥିଲେ। ତୃତୀୟ ବଲରେ ରବିନ ଉଥାପ୍ପା ଆଉଟ ପ୍ୟାଭିଲିୟନ ଫେରିଥିଲେ। ଉଭୟଙ୍କ ୱିକେଟ ନୋର୍ଖିୟାଙ୍କ ଖାତାକୁ ଯାଇଥିଲା।

୪ର୍ଥ ବଲରେ ଡ୍ୱେନ ବ୍ରାଭୋ ୧ ରନ୍‌ କରି ଧୋନିଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଧୋନି ୫ମ ଓ ୬ଷ୍ଠ ବଲ୍‌ରେ ୨ ରନ୍‌ ଲେଖାଏ ଆଦାୟ କରି ଚେନ୍ନାଇ ସ୍କୋରକୁ ୨୦ ଓଭର୍‌ ସୁଦ୍ଧା ୨୦୮ ପହଞ୍ଚାଇଥିଲେ।

ଦିଲ୍ଲୀ ପକ୍ଷରୁ ନୋର୍ଖିୟା ୩ଟି ୱିକେଟ ନେଇଥିବା ବେଳେ ଖଲୀଲଙ୍କୁ ୨ଟି ଓ ମିଚେଲ ମାର୍ଶଙ୍କୁ ଗୋଟିଏ ସଫଳତା ପାଇଛନ୍ତି ଯାଇଛି। ଧୋନି ଶେଷ ଯାଏ ୮ ବଲ୍‌ରେ ୨୧ ରନ କରି ଅପରାଜିତ ରହିଥିଲେ।

Related story