ରାଜସ୍ଥାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍‌ ଜିତିଲା ଦିଲ୍ଲୀ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଠାରୁ ୯୧ ରନ୍‌ରେ ହାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ଏଯାଏ ୧୧ଟି ମ୍ୟାଚ୍‌ରୁ ୫ଟିରେ ଜିତିଥିବା ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍‌ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ସେହିପରି ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୭ଟିରେ ଜିତି ପଏଣ୍ଟ ଟେବୁଲର ୩ ନଂ ସ୍ଥାନରେ […]

Toss

Hemant Lenka
  • Published: Wednesday, 11 May 2022
  • , Updated: 11 May 2022, 07:09 PM IST

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଠାରୁ ୯୧ ରନ୍‌ରେ ହାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ଏଯାଏ ୧୧ଟି ମ୍ୟାଚ୍‌ରୁ ୫ଟିରେ ଜିତିଥିବା ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍‌ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ସେହିପରି ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୭ଟିରେ ଜିତି ପଏଣ୍ଟ ଟେବୁଲର ୩ ନଂ ସ୍ଥାନରେ ରହିଛି। ଆଜି ରାଜସ୍ଥାନ ଜିତିଲେ ସମ୍ଭବତଃ ରନ ରେଟ୍‌ ଆଧାରରେ ଦ୍ୱିତୀୟ ସ୍ଥାନକୁ ଉଠିବାକୁ ସକ୍ଷମ ହେବ। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ। ବ୍ୟାଟିଂକୁ ନେଇ ସାମାନ୍ୟ ଚିନ୍ତାରେ ଥିବା ଦିଲ୍ଲୀ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ରିପାଲ ପଟେଲଙ୍କ ବଦଳରେ ଲଳିତ ଯାଦବଙ୍କୁ ସୁଯୋଗ ମିଳିଛି। ସେହିପରି ଖଲୀଲ ଅହମଦଙ୍କ ବଦଳରେ ଚେତନ ସକାରିୟାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ସେହିପରି ରାଜସ୍ଥାନ ପାଇଁ ଆଜି ଶିମରନ ହେଟମେୟର ଖେଳୁ ନାହାନ୍ତି। ପ୍ରଥମ ସନ୍ତାନ ଜନ୍ମ ହେବାରୁ ସେ ଅଧାରୁ ଆଇପିଏଲ ଛାଡ଼ି ସ୍ୱଦେଶ ଫେରି ଯାଇଛନ୍ତି। ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକାର ରସେଇ ଭାନ ଡେର ଡୁସେନଙ୍କୁ ସୁଯୋଗ ମିଳିଛି। ଏହାର ଅର୍ଥ ପୂର୍ବ ମ୍ୟାଚ୍‌ ଭଳି ଯଶ୍ୱସୀ ଜୈସଲୱାଲଙ୍କ ସହ ଜୋଶ ବଟଲର ରାଜସ୍ଥାନ ପାଇଁ ଇନିଂସ ଆରମ୍ଭ କରିବେ। ପୂର୍ବରୁ ଇନିଂସ ଆରମ୍ଭ କରୁଥିବା ଦେବଦତ୍ତ ପାଡିକ୍କଲ ୪ନଂରେ ବ୍ୟାଟିଂ କରିବେ।

Related story