ଭାରତ ପାଇଁ ଏମିତି କରିବାକୁ ଚାହାନ୍ତି କ୍ରିକେଟର ମହମ୍ମଦ ସିରାଜ

ଚେନ୍ନାଇ: ନୂଆ କରି ଭାରତ ପାଇଁ ଡେବ୍ୟୁ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜ ଦେଶ ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି। ତାଙ୍କୁ ଯେବେ ବି କିଛି କରିବାକୁ ସୁଯୋଗ ମିଳିବ, ସେ ଏହାର ଭରପୂର ଉପଯୋଗ କରିବାକୁ ପ୍ରତିଜ୍ଞାବଦ୍ଧ। ସୁଯୋଗର ଫାଇଦା ଉଠାଇ ସେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ହେବାକୁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତା’କୁ ସାକାର କରିବାକୁ ଚାହାନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ସର୍ବାଧିକ ୱିକେଟ […]

mohammed-siraj

Hemant Lenka
  • Published: Thursday, 08 April 2021
  • , Updated: 08 April 2021, 03:13 PM IST

ଚେନ୍ନାଇ: ନୂଆ କରି ଭାରତ ପାଇଁ ଡେବ୍ୟୁ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜ ଦେଶ ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି। ତାଙ୍କୁ ଯେବେ ବି କିଛି କରିବାକୁ ସୁଯୋଗ ମିଳିବ, ସେ ଏହାର ଭରପୂର ଉପଯୋଗ କରିବାକୁ ପ୍ରତିଜ୍ଞାବଦ୍ଧ। ସୁଯୋଗର ଫାଇଦା ଉଠାଇ ସେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ହେବାକୁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତା’କୁ ସାକାର କରିବାକୁ ଚାହାନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଏଯାଏ ସିରାଜ ଭାରତ ପାଇଁ ୫ଟି ଟେଷ୍ଟ, ଗୋଟିଏ ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ନଭେମ୍ବର ୨୦୧୭ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଏଯାଏ ଆଶା ଅନୁସାରେ ସେତେଟା ସୁଯୋଗ ମିଳିନାହିଁ।

ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ସିରାଜ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳିବାକୁ ଚାହାନ୍ତି। ସେ ତାଙ୍କ ସଫଳତାର ସବୁ ଶ୍ରେୟ ଯଶପ୍ରୀତ ବୁମ୍ରା ଓ ଈଶାନ୍ତ ଶର୍ମାଙ୍କୁ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଯେତେବେଳେ ବି ବୋଲିଂ କରେ ମୋ ପଛରେ ଯଶପ୍ରୀତ ବୁମ୍ରା ଛିଡ଼ା ହୁଅନ୍ତି। ସେ ସବୁ ବେଳେ ମୋତେ ଗାଇଡ କରିବା ସହ ଅତିରିକ୍ତ କିଛି କରିବାକୁ ମନା କରନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ବୋଲରଙ୍କ ଠାରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି।

ମୁଁ ୧୦୦ ଟେଷ୍ଟ ଖେଳି ସାରିଥିବା ଈଶାନ୍ତ ଶର୍ମାଙ୍କ ସହ ମଧ୍ୟ ଖେଳିଛି। ତାଙ୍କ ସହ ଡ୍ରେସିଂ ରୁମ ଶେୟାର କରିବା ମୋ ଭାଗ୍ୟର ବିଷୟ। ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ହେବା ମୋର ସ୍ୱପ୍ନ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମୋତେ ଯେତେବେଳେ ବି ସୁଯୋଗ ମିଳିବ ମୁଁ ଏହାର ଫାଇଦା ଉଠାଇବି। ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବି।”

ଆରସିବି ପକ୍ଷରୁ ଆଇପିଏଲ ଖେଳୁଥିବା ସିରାଜ ୩୩ଟି ମ୍ୟାଚ୍‌ରେ ୩୯ଟି ୱିକେଟ ଦଖଲ କରିଛନ୍ତି। ସେ କହିଛନ୍ତି, ଗତବର୍ଷ ମୁଁ ଯେତେବେଳେ ଆରସିବିରେ ଯୋଗଦେଲି ସେତେବେଳେ ମୋ ଆତ୍ମବିଶ୍ୱାସ ବହୁତ କମ ଥିଲା। କିନ୍ତୁ ମୋତେ ନୂଆ ବଲ୍‌ରେ ବୋଲିଂ କରିବାର ସୁଯୋଗ ମିଳିବାରୁ ମୁଁ ଏହାର ଫାଇଦା ଉଠାଇଛି। ସିଙ୍ଗଲ ୱିକେଟରେ ମଧ୍ୟ ମୁଁ ବୋଲିଂ କରିଛି। ଏହା ମୋ ଖେଳରେ ଉନ୍ନତି ଆଣିବାରେ ସହାୟକ ହୋଇଛି।

କୋଲକାତା ବିପକ୍ଷରେ ମୁଁ ଭଲ ବୋଲିଂ କରିବା ପରେ ମୋର ଆତ୍ମବିଶ୍ୱାସ ବଢ଼ିଥିଲା। ମୁଁ ସବୁବେଳେ ସଞ୍ଜୟ ବାଙ୍ଗରଙ୍କ ସହ କଥା ହୁଏ। ସେ ମୋ ଖେଳରେ ଉନ୍ନତି ଆଣିବାରେ ଭରପୂର ସହଯୋଗ କରିଛନ୍ତି ବୋଲି ସିରାଜ କହିଛନ୍ତି।

ଅଷ୍ଟ୍ରେଲିଆ ଟୁର୍‌ରେ ଭଲ ପ୍ରଦର୍ଶନ କରିଥିବା ସିରାଜ ଆହୁରି କହିଛନ୍ତି, ଅଷ୍ଟ୍ରେଲିଆ ଟୁର ବେଳେ ମୁଁ କ୍ୱାରେଣ୍ଟାଇନରେ ଥିଲି। ଅଭ୍ୟାସ କରି ଫେରିବା ପରେ ମୋ ବାପାଙ୍କ ଦେହାନ୍ତ ଖବର ପାଇଲି। ମୁଁ ମୋ ପରିବାର ଲୋକଙ୍କୁ ଫୋନ କରି ଥିଲି। ସେମାନେ ସେହି ସମୟରେ ବି ମୋତେ ସମର୍ଥନ କରିଥିଲେ। ମୋ ବାପା ସବୁବେଳେ ମୁଁ ଭାରତ ପାଇଁ ଖେଳେ ବୋଲି ସ୍ୱପ୍ନ ଦେଖିଥିଲେ। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ମୋ ପରିବାର ଲୋକ ମୋତେ ଅଷ୍ଟ୍ରେଲିଆରେ ହିଁ ରହିବାକୁ କହିଥିଲେ।

ଲକଡାଉନ ବେଳେ ମୁଁ ମୋର ଫିଟନେଶକୁ ନେଇ ବହୁତ ପରିଶ୍ରମ କରିଥିଲି। ଯେତେବେଳେ ମୁଁ ଅଷ୍ଟ୍ରେଲିଆରେ ବୋଲିଂ କଲି ସେତେବେଳେ ଏହି ଫିଟନେଶ ଟ୍ରେନିଂ ମୋତେ ସହାୟକ ହୋଇଥିଲା ବୋଲି ସିରାଜ କହିଛନ୍ତି।

Related story