ଆଇପିଏଲ୍ ଖେଳିଥିବା ସବୁ ଖେଳାଳି ଟିମରୁ ଆଉଟ୍‌

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ୧୫ ଜଣିଆ ଟିମର ଘୋଷଣା କରିଛି । ଜୋସ ବଟଲର୍ ଓ ଜନ୍ନି ବେୟାରଷ୍ଟୋଙ୍କ ସମେତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଖେଳିଥିବା ଷ୍ଟାର୍ ଖେଳାଳିଙ୍କୁ ଏହି ସ୍କ୍ୱାଡରେ ସ୍ଥାନ ମିଳିନାହିଁ । ସେହିପରି ଆହତ କାରଣରୁ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍ସଙ୍କ ନାଁ ବିଚାରକୁ ନିଆଯାଇନାହିଁ । ଭାରତରୁ ଫେରି ୧୦ ଦିନ କ୍ୱାରେଣ୍ଟାଇନରେ ରହିଥିବା ଖେଳାଳିଙ୍କ ସମ୍ବନ୍ଧରେ ଇଂଲଣ୍ଡ ଆଣ୍ଡ ୱେଲ୍ସ […]

eng-player

eng-player

Ranjit Kumar Jena
  • Published: Tuesday, 18 May 2021
  • Updated: 18 May 2021, 11:09 PM IST

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ୧୫ ଜଣିଆ ଟିମର ଘୋଷଣା କରିଛି । ଜୋସ ବଟଲର୍ ଓ ଜନ୍ନି ବେୟାରଷ୍ଟୋଙ୍କ ସମେତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଖେଳିଥିବା ଷ୍ଟାର୍ ଖେଳାଳିଙ୍କୁ ଏହି ସ୍କ୍ୱାଡରେ ସ୍ଥାନ ମିଳିନାହିଁ । ସେହିପରି ଆହତ କାରଣରୁ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍ସଙ୍କ ନାଁ ବିଚାରକୁ ନିଆଯାଇନାହିଁ ।

ଭାରତରୁ ଫେରି ୧୦ ଦିନ କ୍ୱାରେଣ୍ଟାଇନରେ ରହିଥିବା ଖେଳାଳିଙ୍କ ସମ୍ବନ୍ଧରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କହିଛି, ଆଇପିଏଲ୍ ସ୍ଥଗିତ ହେବା ପରେ ମୋଇନ୍ ଅଲୀ, ଜନ୍ନି ବେୟାରଷ୍ଟୋ, ଜୋସ୍ ବଟଲର, ସାମ୍ କୁରାନ୍ ଓ କ୍ରିସ୍ ଓକ୍ସ କ୍ୱାରେଣ୍ଟାଇନ୍ ପିରିୟଡ୍ ଶେଷ କରିସାରିଛନ୍ତି । ସେମାନଙ୍କୁ ଟେଷ୍ଟ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି ।

https://twitter.com/englandcricket/status/1394653790050177027?s=20

ଗ୍ଲସେଷ୍ଟରଶାୟରର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜେମ୍ସ ବ୍ରେସୀ ଓ ସସେକ୍ସର ବୋଲର ଓଲି ରବିନସନଙ୍କୁ ପ୍ରଥମଥର ଲାଗି ଟେଷ୍ଟ ଟିମରେ ସ୍ଥାନ ମିଳିଛି । ସମରସେଟର ଅଲରାଉଣ୍ଡର କ୍ରେଗ୍ ଓଭରଟନ୍ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ଶେଷ ଟେଷ୍ଟ ଖେଳିଥିଲେ । ଅଙ୍ଗୁଳିରେ ଫ୍ରାକଚର୍ କାରଣରୁ ବେନ୍ ଷ୍ଟୋକ୍ସ ଓ କହୁଣୀରେ ଆଘାତ ପାଇଥିବା ଆର୍ଚର ଏବେବି ଅନଫିଟ୍ ଅଛନ୍ତି । ନ୍ୟୁଜିଲ୍ୟାଣ୍ଡ୍ ପରେ ଇଂଲଣ୍ଡ ଅଗଷ୍ଟ ୪ ତାରିଖରୁ ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ ।

ଇଂଲଣ୍ଡ ଟେଷ୍ଟ ସ୍କ୍ୱାଡ୍‌: ଜୋ ରୁଟ୍ (କ୍ୟାପଟେନ୍‌), ବେନ୍ ଫୋକ୍ସ, ଡାନ୍ ଲରେନ୍ସ, ଓଲି ପୋପ୍‌, ଜେମ୍ସ ବ୍ରେସୀ, ଷ୍ଟୁଆର୍ଟ ବ୍ରଡ୍‌, ରୋରୀ ବର୍ନସ୍‌, ଜ୍ୟାକ୍ କ୍ରାଉଲୀ, ଜେମ୍ସ ଆଣ୍ଡରସନ୍‌, ଜ୍ୟାକ୍ ଲିଚ୍‌, କ୍ରେଗ୍ ଓଭରଟନ୍‌, ଓଲି ରବିନସନ୍‌, ଡମ୍ ସିବଲେ, ଓଲି ଷ୍ଟୋନ୍‌, ମାର୍କ ଉଡ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos