ଟସ୍‌ ହାରିଲେ ରୋହିତ ଶର୍ମା, ଓପନ କରିବେ ବିରାଟ କୋହଲି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବି ଟସ୍‌ ହାରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋଶ ବଟଲର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପ୍ରଥମ ଟି-୨୦ ଭଳି ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବ। ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଆଜି ଦଳ ମ୍ୟାଚ ଜିତିଲେ ସିରିଜକୁ ଆଗୁଆ କବଜା […]

BCCI

Hemant Lenka
  • Published: Saturday, 09 July 2022
  • , Updated: 09 July 2022, 06:46 PM IST

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବି ଟସ୍‌ ହାରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋଶ ବଟଲର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପ୍ରଥମ ଟି-୨୦ ଭଳି ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବ। ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଆଜି ଦଳ ମ୍ୟାଚ ଜିତିଲେ ସିରିଜକୁ ଆଗୁଆ କବଜା କରିନେବ। ସେହିପରି ଇଂଲଣ୍ଡ ପାଇଁ ଆଜି କର ବା ମର ମ୍ୟାଚ୍‌।

ଗତ ମ୍ୟାଚ୍‌ରେ ଇଂଲଣ୍ଡ ହାରିଥିବାରୁ ଆଜି ଚୂଡ଼ାନ୍ତ ଏକାଦଶରେ ଦୁଟି ପରିବର୍ତ୍ତନ କରି ତାଇମଲ ମିଲ୍ସଙ୍କ ବଦଳରେ ଡାଭିଡ ୱିଲ୍ଲୀ ଦଳକୁ କମବ୍ୟାକ କରିଛନ୍ତି। ସେହିପରି ରେସି ଟପଲେଙ୍କ ବଦଳରେ ରିଚାର୍ଡ ଗ୍ଲିସନ ସୁଯୋଗ ପାଇଛନ୍ତି। ଏହାବାଦ ଦଳର ଆଉ କୌଣସି ପରିବର୍ତ୍ତନ କରାଯାଇନି।

ଅନ୍ୟପକ୍ଷରେ ଭାରତ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛନ୍ତି। ଦଳର ୪ ବରିଷ୍ଠ ଖେଳାଳି ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଜିର ମ୍ୟାଚ୍‌ ଖେଳିବେ। ଏମାନଙ୍କୁ ପ୍ରଥମ ଟି-୨୦ରେ ବିଶ୍ରାମ ମିଳିଥିଲା। ବିରାଟ କୋହଲି କ୍ରମାଗତ ଭାବେ ଫେଲ ମାରୁଥିବାରୁ ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିବେ। ଦଳରେ ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ ଓ ଈଶାନ କିଶନ ନାହାନ୍ତି। ଉଭୟ ଦୀନେଶ କାର୍ତ୍ତିକ ଓ ସୂର୍ଯ୍ୟ କୁମାର ଯାଦବ ଆଜିର ମ୍ୟାଚ୍‌ ଖେଳୁଛନ୍ତି। ଏମାନଙ୍କ ବ୍ୟତୀତ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦର ଚହଲ ଦଳରେ ରହିଛନ୍ତି।

Related story