ପ୍ଲେ ଅଫ ପାଇଁ ଲଢ଼େଇରେ ଟସ୍‌ ଜିତିଲେ ହାର୍ଦ୍ଦିକ

ପୁଣେ: ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ। ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ଯିଏ ଜିତିବ, ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଟପ ୪ରେ ନିଜର ସ୍ଥାନ […]

IPL

Hemant Lenka
  • Published: Tuesday, 10 May 2022
  • , Updated: 10 May 2022, 07:14 PM IST

ପୁଣେ: ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ।

ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ଯିଏ ଜିତିବ, ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଟପ ୪ରେ ନିଜର ସ୍ଥାନ ସୁରକ୍ଷିତ କରିବ। ଲକ୍ଷ୍ନୌ ଓ ଗୁଜରାଟ ଏବେ ସମାନ ୧୬ ପଏଣ୍ଟ ଲେଖାଏ ପାଇ ପଏଣ୍ଟ ଟେବୁଲର ଯଥାକ୍ରମେ ୧ନଂ ଓ ୨ନଂ ସ୍ଥାନରେ ରହିଛନ୍ତି। ତେଣୁ ଆଜି ଜିତିବ, ତା’ର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ଯିବ।

ଗୁଜରାଟ ତା’ର ଶେଷ ମୁକାବିଲାରେ ମୁମ୍ବାଇ ଠାରୁ ହାରିଥିଲା। କିନ୍ତୁ ଲକ୍ଷ୍ନୌ ପ୍ରତିପକ୍ଷ କେକେଆରକୁ ହରାଇଥିଲା। ଏଥିସହ ଲକ୍ଷ୍ନୌ ତା’ର ଶେଷ ୫ ମ୍ୟାଚ୍‌ରୁ ୪ଟିରେ ଜିତିଛି। ଗୁଜରାଟ କିନ୍ତୁ ଲଗାତର ଦୁଇଟି ମ୍ୟାଚ୍‌ ହାରି ସାମାନ୍ୟ ଚାପରେ ରହିଛି।

ଆଜିର ମ୍ୟାଚ୍‌ରେ ଗୁଜରାଟ ତା’ର ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଲକି ଫର୍ଗୁସନ, ସାଇ ସୁଦର୍ଶନ ଓ ପ୍ରଦୀପ ସାଙ୍ଗୱାନ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ଏମାନଙ୍କ ବଦଳରେ ମ୍ୟାଥୁ ୱେଡ, ଆର ସାଇକିଶୋର ଓ ୟାଶ ଦୟାଲ ସୁଯୋଗ ପାଇଛନ୍ତି। ସାଇକିଶୋର ଆଜି ଟାଇଟନ୍ସ ପାଇଁ ଡେବ୍ୟୁ କରୁଛନ୍ତି।

ସେହିପରି ଲକ୍ଷ୍ନୌ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳ ପାଇଁ ଆଜି କରନ ଶର୍ମା ଡେବ୍ୟୁ କରିଛନ୍ତି। ସେ ରବି ବିଷ୍ଣୋଇଙ୍କ ବଦଳରେ ସୁଯୋଗ ପାଇଛନ୍ତି।

ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଗୁଜରାଟ ଓ ଲକ୍ଷ୍ନୌ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଗୁଜରାଟ ବାଜିମାତ କରିଥିଲେ। ତେଣୁ ଆଜି ଲକ୍ଷ୍ନୌ ପାଖରେ ଏହାର ବଦଲା ନେବାକୁ ସୁଯୋଗ ରହିଛି।

Related story