ଏହି ୩ ଖେଳାଳିଙ୍କୁ ରଖିବ ମୁମ୍ବାଇ ଇଣ୍ଡିଆନ୍ସ, ବାଦ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା!

ମୁମ୍ବାଇ: ଆସନ୍ତାବର୍ଷ ଆଇପିଏଲ ୮ ବଦଳରେ ୧୦ ଟିମକୁ ନେଇ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରାଞ୍ଚାଇଜ ଅତିକମରେ ୩ ଜଣ ଖେଳାଳିଙ୍କୁ ରଖି ଅନ୍ୟମାନଙ୍କୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ରିଲିଜ୍‌ କରିବେ। ଏହିକ୍ରମରେ ୫ଥର ଆଇପିଏଲ ଜିତିଥିବା ମୁମ୍ବାଇକୁ ନେଇ ବଡ଼ ଖବର ଆସିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆରମ୍ଭରୁ ଖେଳୁଥିବା ଅନେକ ଖେଳାଳିକୁ ଦଳ ଛାଡ଼ିବା ମୁଡରେ ରହିଛି। କେଉଁ ୩ ଜଣ ଖେଳାଳିଙ୍କୁ ଦଳ ରଖିବ, ତା’ ଉପରେ ମାନସମନ୍ଥନ ଚାଲିଛି। […]

IPL

Hemant Lenka
  • Published: Thursday, 28 October 2021
  • , Updated: 28 October 2021, 08:56 PM IST

ମୁମ୍ବାଇ: ଆସନ୍ତାବର୍ଷ ଆଇପିଏଲ ୮ ବଦଳରେ ୧୦ ଟିମକୁ ନେଇ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରାଞ୍ଚାଇଜ ଅତିକମରେ ୩ ଜଣ ଖେଳାଳିଙ୍କୁ ରଖି ଅନ୍ୟମାନଙ୍କୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ରିଲିଜ୍‌ କରିବେ। ଏହିକ୍ରମରେ ୫ଥର ଆଇପିଏଲ ଜିତିଥିବା ମୁମ୍ବାଇକୁ ନେଇ ବଡ଼ ଖବର ଆସିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆରମ୍ଭରୁ ଖେଳୁଥିବା ଅନେକ ଖେଳାଳିକୁ ଦଳ ଛାଡ଼ିବା ମୁଡରେ ରହିଛି। କେଉଁ ୩ ଜଣ ଖେଳାଳିଙ୍କୁ ଦଳ ରଖିବ, ତା’ ଉପରେ ମାନସମନ୍ଥନ ଚାଲିଛି।

ମିଳିଥିବା ଖବର ଅନୁଯାୟୀ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ମୁମ୍ବାଇ ରିଟେନ ବା ନିଜ ପାଖରେ ନ ରଖିପାରେ। ତେଣୁ ସେ ଏଥର ନିଲାମ ପ୍ରକ୍ରିୟାରେ ସାମିଲ ହେବ। ହାର୍ଦ୍ଦିକ ନିଜର ଆଇପିଏଲ କ୍ୟାରିୟର ମୁମ୍ବାଇ ସହ ଆରମ୍ଭ କରିଥିଲେ। ମୁମ୍ବାଇ ପକ୍ଷରୁ ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିଥିଲା। କିନ୍ତୁ ଏବେ ମୁମ୍ବାଇ କ୍ୟାମ୍ପରୁ ମିଳିଥିବା ସୂଚନା ଅନୁଯାୟୀ, ପାଣ୍ଡ୍ୟାକୁ ଦଳ ରିଲିଜ୍‌ କରିବାକୁ ଲକ୍ଷ୍ୟ ରଖିଛି।

ବିସିସିଆଇ ଏଯାଏ ଗୋଟିଏ ଦଳ କେତେ ଜଣ ଖେଳାଳିଙ୍କୁ ନିଜ ପାଖରେ ରଖିପାରିବ କିମ୍ବା ରାଇଟୁ ମ୍ୟାଚ୍‌ କାର୍ଡର ବ୍ୟବହାର ହେବ କି ନାହିଁ, ସେ ବିଷୟରେ କିଛି କହିନାହିଁ। ଯଦି ରାଇଟୁ ମ୍ୟାଚ୍‌ କାର୍ଡର ବ୍ୟବସ୍ଥା ନ ରହିବ, ତା’ହେଲେ ଟିମଗୁଡ଼ିକ ୪ ଜଣ ଲେଖାଏ ଖେଳାଳି ନିଜ ସହ ରଖିବାକୁ ସୁଯୋଗ ମିଳିବ।

ଅନ୍ୟଥା ଗୋଟିଏ ଟିମ ନିଜ ସହ ୩ ଜଣ ଖେଳାଳିଙ୍କୁ ରଖିବ ଓ ଜଣଙ୍କୁ ରାଇଟ ଟୁ କାର୍ଡ ନିୟମରେ ନିଜ ପାଖକୁ ଆଣିବ। ଏପରି ସ୍ଥିତିରେ ମୁମ୍ବାଇ ରୋହିତ ଶର୍ମା, କାଏରନ ପୋଲାର୍ଡ ଓ ଯଶପ୍ରୀତ ବୁମ୍ରାଙ୍କୁ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଛି। କାରଣ ମୁମ୍ବାଇ ସବୁବେଳେ ଏହି ୩ ଜଣଙ୍କୁ ନିଜ ଟିମର ୩ ସ୍ତମ୍ଭ ଭାବେ ବିବେଚନା କରି ଆସିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଧୀରେଧୀରେ ହ୍ରାସ ପାଇଲାଣି। ତେଣୁ ମୁମ୍ବାଇ ତାଙ୍କୁ ରିଲିଜ୍‌ କରିଦେବ। ରାଇଟ ଟୁ କାର୍ଡ ନିୟମରେ ଦଳ ଈଶାନ କିଶନ କିମ୍ବା ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ସହ ସାମିଲ କରିବାର ସମ୍ଭାବନା ରହିଛି। ଏହାବାଦ ସୂର୍ଯ୍ୟ କୁମାର ଯାଦବ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଖେଳାଳି ମଧ୍ୟ ମୁମ୍ବାଇ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ତେଣୁ ମୁମ୍ବାଇ ମ୍ୟାନେଜମେଣ୍ଟ ଏବେଠାରୁ ବିଚାରବିମର୍ଶ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆସନ୍ତାବର୍ଷ ଆଇପିଏଲରେ ସାମିଲ ହେବାକୁ ଥିବା ଅହମଦାବାଦ ଓ ଲକ୍ଷ୍ନୌ ଟିମ୍‌କୁ ବିସିସିଆଇ ୩ ଜଣ ଖେଳାଳି ନିଲାମ ପୂର୍ବରୁ ନିଜ ସହ ସାମିଲ କରିବାକୁ ସୁଯୋଗ ଦେବ। ସେମାନେ ନିଲାମରେ ସାମିଲ ହେବାକୁ ଥିବା ସବୁ ଖେଳାଳିଙ୍କୁ ମଧ୍ୟରୁ ୩ ଜଣଙ୍କୁ ନିଜ ଟିମରେ ସାମିଲ କରିବେ। ଏମାନଙ୍କ ଦାମ କେତେ ରହିବ, ସେକଥା କିନ୍ତୁ ଏଯାଏ ଜଣାପଡ଼ିନି। ପୂର୍ବରୁ ଆଇପିଏଲରେ ଥିବା ୮ଟି ଯାକ ଦଳ ଖେଳାଳିଙ୍କୁ ରିଲିଜ୍‌ କରିବା ପରେ ଏହା ଉପରେ ନିଷ୍ପତ୍ତି ହେବ।

Related story