’କରୋନା ପଜିଟିଭ୍ ପରେ ମୁଁ ବହୁତ ଡରି ଯାଇଥିଲି’

ନୂଆଦିଲ୍ଲୀ: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଭାରତୀୟ କ୍ରିକେଟ୍ ଟିମର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସାହା ବହୁତ ଡରି ଯାଇଥିଲେ । ସାହାଙ୍କ ବ୍ୟତୀତ ଆଉ କିଛି ଖେଳାଳି ମଧ୍ୟ ଆଇପିଏଲ୍ ଚାଲିଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯାହା ପରେ ଆଇପିଏଲକୁ ସ୍ଥଗିତ କରିବାକୁ ପଡ଼ିଥିଲା । ସାହା କହିଛନ୍ତି, ମୁଁ ବହୁତ ଡରି ଯାଇଥିଲି । […]

wriddhiman-saha

wriddhiman-saha

Ranjit Kumar Jena
  • Published: Wednesday, 12 May 2021
  • Updated: 12 May 2021, 11:55 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଭାରତୀୟ କ୍ରିକେଟ୍ ଟିମର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସାହା ବହୁତ ଡରି ଯାଇଥିଲେ । ସାହାଙ୍କ ବ୍ୟତୀତ ଆଉ କିଛି ଖେଳାଳି ମଧ୍ୟ ଆଇପିଏଲ୍ ଚାଲିଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯାହା ପରେ ଆଇପିଏଲକୁ ସ୍ଥଗିତ କରିବାକୁ ପଡ଼ିଥିଲା ।

ସାହା କହିଛନ୍ତି, ମୁଁ ବହୁତ ଡରି ଯାଇଥିଲି । ଏହି ଭାଇରସ୍ ପୂରା ପୃଥିବୀକୁ ରୋକି ଦେଇଛି । କରୋନାରେ ସଂକ୍ରମିତ ହେବା ପରେ ମୁଁ ବହୁତ ଭୟଭୀତ ହୋଇଯାଇଥିଲି । ଘରେ ମଧ୍ୟ ସବୁ ସଦସ୍ୟ ମୋତେ ନେଇ ଚିନ୍ତିତ ଥିଲେ । ଭିଡିଓ କଲ୍ ମାଧ୍ୟମରେ ମୁଁ ସେମାନଙ୍କ ମନୋବଳ ବଢ଼ାଇ କହିଥିଲି ଯେ ଚିନ୍ତା କରିବାର କିଛି ନାହିଁ । ଏଠାରେ ମୋର ଭଲଭାବେ ଯତ୍ନ ନିଆଯାଉଛି ।

ସାହା ବହୁ ଆଗରୁ ହିଁ କରୋନାର ଲକ୍ଷଣ ଅନୁଭୂତ କରିଥିଲେ, କିନ୍ତୁ ତୃତୀୟ ଟେଷ୍ଟରେ ତାଙ୍କର ପଜିଟିଭ୍ ବାହାରିଥିଲା । ସାହା କହିଛନ୍ତି, ମେ’ ୧ ତାରିଖରେ ପ୍ରାକ୍ଟିସ୍ କରୁଥିବା ବେଳେ କ୍ଳାନ୍ତ ଅନୁଭୂତ କରୁଥିଲି । ମୋତେ ସାମାନ୍ୟ ଥଣ୍ଡା ହୋଇଥିଲା ଏବଂ କାଶ ମଧ୍ୟ ହେଉଥିଲା । ମୁଁ ଟିମର ଡାକ୍ତରଙ୍କୁ ଜଣାଇଥିଲି । ବିନା କୌଣସି ରିସ୍କ ନନେଇ ମୋତେ ଏକାନ୍ତରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେହିଦିନ ହିଁ ମୋର କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା ଏବଂ ପରବର୍ତ୍ତୀ ଦିନ ରିପୋର୍ଟ ନେଗେଟିଭ୍ ଆସିଥିଲା । ଦ୍ୱିତୀୟ ଦିନ ବି ମୋର ଟେଷ୍ଟ ହେଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ମୋତେ ରୁମରୁ ବାହାରକୁ ଯିବା ପାଇଁ ଅନୁମତି ନଥିଲା । ତୃତୀୟ ଟେଷ୍ଟ ପରେ ମୋର ରିପୋର୍ଟ ପଜିଟିଭ୍ ଆସିଲା । ଯାହା ପରେ ମୋ ଭିତରେ କରୋନା ଭୂତାଣୁ ଥିବା ଜଣାପଡ଼ିଲା ।

ସୂଚନାଯୋଗ୍ୟ, କୋଲକାତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଓ ହାଇଦ୍ରାବାଦର ସାହା କରୋନାରେ ଆକ୍ରାନ୍ତ ହେବା ପରେ ଦୁଇ ଟିମର ମ୍ୟାଚକୁ ସ୍ଥଗିତ କରାଯାଇଥିଲା । ଏହା ପରେ ଚେନ୍ନାଇ ସୁପର୍ କିଙ୍ଗସର ଚାରିଜଣ ସଦସ୍ୟ କରୋନା ପଜିଟିଭ୍ ହୋଇଥିଲେ । ପୁଣି ପରଦିନ ଆଉ କିଛି ଟିମର ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ପୂରା ଟୁର୍ଣ୍ଣାମେଣ୍ଟକୁ ତତ୍କାଳ ପ୍ରଭାବରେ ସ୍ଥଗିତ କରିଦିଆଗଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos