ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମରୁ ଚାଲିଥିଲା ବେଟିଂ, ଏହି ବ୍ୟକ୍ତି କରୁଥିଲେ ସହଯୋଗ

ନୂଆଦିଲ୍ଲୀ: କରୋନା ପାଇଁ ଅଧାରୁ ବନ୍ଦ ହୋଇଯାଇଥିବା ଆଇପିଏଲକୁ ନେଇ ବଡ଼ ଖୁଲାସା ହୋଇଛି। ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଚାଲିଥିବା ଗୋଟିଏ ମ୍ୟାଚ୍‌ରେ ପ୍ରବଳ ବେଟିଂ ହୋଇଥିଲା। ଷ୍ଟାଡିୟମରେ ନିୟୋଜିତ ଜଣେ ସଫେଇ କର୍ମଚାରୀ ହିଁ ବୁକିମାନଙ୍କୁ ସହ ଯୋଗାଯୋଗରେ ରହି ପିଚ୍‌ ସେଡିଂ ବେଟିଂ କରୁଥିଲେ। ବିସିସିଆଇର ଦୁର୍ନୀତି ନିବାରଣ ଶାଖା (ଏସିୟୁ)ର ମୁଖ୍ୟ ଶବୀର ହୁସେନ୍ ଶେଖାଦାମ ଖଣ୍ଡୱାୱାଲା ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ପିଚ୍-ସାଇଡିଂ ହେଉଛି ବଲଟୁ ବଲ୍ ବେଟିଂ। ଏଥିରେ ବୁକିମାନେ […]

IPL1

IPL1

Hemant Lenka
  • Published: Wednesday, 05 May 2021
  • Updated: 05 May 2021, 08:56 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଅଧାରୁ ବନ୍ଦ ହୋଇଯାଇଥିବା ଆଇପିଏଲକୁ ନେଇ ବଡ଼ ଖୁଲାସା ହୋଇଛି। ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଚାଲିଥିବା ଗୋଟିଏ ମ୍ୟାଚ୍‌ରେ ପ୍ରବଳ ବେଟିଂ ହୋଇଥିଲା। ଷ୍ଟାଡିୟମରେ ନିୟୋଜିତ ଜଣେ ସଫେଇ କର୍ମଚାରୀ ହିଁ ବୁକିମାନଙ୍କୁ ସହ ଯୋଗାଯୋଗରେ ରହି ପିଚ୍‌ ସେଡିଂ ବେଟିଂ କରୁଥିଲେ। ବିସିସିଆଇର ଦୁର୍ନୀତି ନିବାରଣ ଶାଖା (ଏସିୟୁ)ର ମୁଖ୍ୟ ଶବୀର ହୁସେନ୍ ଶେଖାଦାମ ଖଣ୍ଡୱାୱାଲା ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।

ପିଚ୍-ସାଇଡିଂ ହେଉଛି ବଲଟୁ ବଲ୍ ବେଟିଂ। ଏଥିରେ ବୁକିମାନେ ଷ୍ଟାଡିୟମରେ କ’ଣ ଚାଲିଛି, ତା’ହା ଟିଭିରେ ପ୍ରସାରଣ ହେବାର କିଛି ସେକେଣ୍ଡ ପୂର୍ବରୁ ନିଜର ସହଯୋଗୀମାନଙ୍କ ଦ୍ୱାରା ଜାଣି ନିଅନ୍ତି। ଏହି ସମୟରେ ହିଁ ବଲଟୁ ବଲ ବେଟିଂ କରାଯାଏ। ଷ୍ଟାଡିୟମରେ ଥିବା ବ୍ୟକ୍ତି ଫୋନ୍‌ ଯୋଗେ ଆଗୁଆ ଗୋଟିଏ ବଲ୍‌ରେ କ’ଣ ହେଉଛି, ସେକଥା ଟିଭିରେ ପ୍ରସାରଣ ହେବା ପୂର୍ବରୁ ଜଣାଇ ଦେଇଥାଏ। କାରଣ ୨ଟି କିମ୍ବା ଗୋଟିଏ ବଲ୍‌ ପଡ଼ିଆରେ ବୋଲିଂ ହେବା ପରେ ଏହା ଟିଭିରେ ଟେଲିକାଷ୍ଟ ହୋଇଥାଏ। ଏହାକୁ ପିଚ୍‌ ସାଇଡିଂ ବେଟିଂ କୁହାଯାଏ।

ଏପରି ବେଟିଂ ଚଳିତ ଆଇପିଏଲ୍‌ର ଗୋଟିଏ ମ୍ୟାଚ୍‌ରେ ହୋଇଥିବା ଶବୀର ଦାବି କରିଛନ୍ତି। ଗୁଜରାଟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଥିବା ଶବୀର ପିଟିଆଇକୁ କହିଛନ୍ତି ଯେ ଜଣେ ଏସିୟୁ ଅଧିକାରୀ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି। ତାଙ୍କୁ ବାକୁ କରିବା ପରେ ତାଙ୍କ ବିଷୟରେ ସବିଶେଷ ତଥ୍ୟ ଦିଲ୍ଲୀକୁ ଦିଆଯାଇଛି। ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ନିଜର ଦୁଇଟି ଯାକ ଫୋନ୍ ଛାଡ଼ି ଖସି ଯିବାକୁ ସକ୍ଷମ ହୋଇଛନ୍ତି।

ଏସିୟୁ ଦିଲ୍ଲୀ ପୁଲିସ ନିକଟରେ ଏହାର ଅଭିଯୋଗ ଦାଖଲ କରିଛି। ଆମେ ଦିଲ୍ଲୀ ପୁଲିସକୁ ଧନ୍ୟବାଦ ଦେଉଛୁ। କାରଣ ଏସିୟୁ ସୂଚନା ଅନୁଯାୟୀ ସେମାନେ ଅନ୍ୟ ଏକ ମାମଲାରେ କୋଟଲାରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଦିଲ୍ଲୀ ପୁଲିସ୍‌ ମେ’ ୨ରେ କୋଟଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଳେ ନକଲି ପରିଚୟ ପତ୍ର ଧରି ଷ୍ଟାଡିୟମରେ ପ୍ରବେଶ କରିଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା।

ହୁସେନ୍ କହିଛନ୍ତି, ଏହି ଲୋକମାନେ ଦୁଇଟି ଭିନ୍ନ ଭିନ୍ନ ଦିନରେ କୋଟଲାରେ ପହଞ୍ଚିବାରେ ସଫଳ ହୋଇଥିଲେ। ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବା ବ୍ୟକ୍ତି ଜଣଙ୍କ ସଫେଇ କର୍ମଚାରୀ ଭାବେ ଷ୍ଟାଡିୟମକୁ ଆସିଥିଲେ। ସେ ଟୁର୍ଣ୍ଣାମେଣ୍ଟ ପାଇଁ କାମ କରୁଥିବାରୁ ଆମ ପାଖରେ ତାଙ୍କର ସମସ୍ତ ବିବରଣୀ ଅଛି। ତାଙ୍କର ଆଧାର କାର୍ଡ ବିବରଣୀ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି। ମୁଁ ନିଶ୍ଚିତ ଯେ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ଭିତରେ ଦିଲ୍ଲୀ ପୁଲିସ୍‌ ଗିରଫ କରିବ।

ସେ ଆହୁରି କହିଛନ୍ତି, କୋଟଲା କମ୍ପ୍ଲେକ୍ସ ଏକ ନିର୍ଜନ ଅଞ୍ଚଳରେ ସଫେଇ କର୍ମଚାରୀ ବେଶରେ ଥିବା ଯୁବକ ଜଣଙ୍କ ଏକୁଟିଆ ଠିଆ ହୋଇଥିଲେ। ତାଙ୍କୁ ଦେଖିବା କ୍ଷଣି ଆମର ଜଣେ ଜଣେ ଅଧିକାରୀ ତାଙ୍କ ପାଖକୁ ଯାଇ, ଏଠାରେ କ’ଣ କରୁଛ ବୋଲି ପଚାରିଥିଲେ। ସେ ଏହାର ଜବାବରେ କହିଥିଲେ ମୁଁ ମୋର ଗର୍ଲଫ୍ରେଣ୍ଡ ସହ କଥା ହେଉଛି। ଏକଥା ଶୁଣି ଅଧିକାରୀ ଜଣଙ୍କ ତାଙ୍କୁ ନମ୍ବରକୁ ଡାଏଲ କରି ଫୋନ ଦେବାକୁ କହିଥିଲେ।

ଅଧିକାରୀ ଜଣଙ୍କ ତାଙ୍କ ଫୋନକୁ ଦେଖୁଥିବା ବେଳେ ଯୁବକ ଜଣଙ୍କ ସେଠାରୁ ଦୌଡ଼ି ପଳାଇଥିଲେ ବୋଲି ହୁସେନ କହିଛନ୍ତି। ତେବେ କୋଟଲାର କେଉଁ ମ୍ୟାଚ୍‌ରେ ଏପରି ହୋଇଥିଲା ସେକଥା ସେ କହିନାହାନ୍ତି।

ହୁସେନ ଘଟଣା ସମ୍ପର୍କରେ ଆହୁରି ବିସ୍ତୃତ ସୂଚନା ଦେଇ କହିଛନ୍ତି, ଯୁବକ ଜଣଙ୍କ ଏକ ଆଇ-କାର୍ଡ ଲଗାଇଥିଲେ ଓ ଦୁଇଟି ମୋବାଇଲ୍ ଫୋନ୍ ଧରିଥିଲେ। ତାଙ୍କ ହାବ ଭାବ ଦେଖି ଆମ ଅଧିକାରୀ ସନ୍ଦେହ କରିଥିଲେ। ସେ ବଡ଼ବଡ଼ ବୁକିମାନଙ୍କୁ କାଳେ ସୂଚନା ଦେଉଥିବେ, ସେଥିପାଇଁ ଆମେ ଘଟଣା ସମ୍ପର୍କରେ ଦିଲ୍ଲୀ ପୁଲିସ୍‌କୁ ଜଣାଇଥିଲୁ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story