ସଙ୍କଟମୋଚକ ହେଲେ ସୂର୍ଯ୍ୟ କୁମାର, ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ର ଲକ୍ଷ୍ୟ

ପର୍ଥ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ର ଲକ୍ଷ୍ୟ ରଖିଛି ଭାରତୀୟ ଟିମ୍। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ୧୩୩ ରନ୍ କରିପାରିଥିଲେ। ଟିମ୍‌ ଇଣ୍ଡିଆ ପାଇଁ ପୁଣି ସଙ୍କଟମୋଚକ ଭୂମିକା ନେଇଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ଓପନର କେଏଲ୍ ରାହୁଲ ଓ କ୍ୟାପଟେନ୍ ରୋହିତ ଶର୍ମା […]

bat

  • Published: Sunday, 30 October 2022
  • , Updated: 30 October 2022, 06:30 PM IST

ପର୍ଥ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ର ଲକ୍ଷ୍ୟ ରଖିଛି ଭାରତୀୟ ଟିମ୍। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ୧୩୩ ରନ୍ କରିପାରିଥିଲେ। ଟିମ୍‌ ଇଣ୍ଡିଆ ପାଇଁ ପୁଣି ସଙ୍କଟମୋଚକ ଭୂମିକା ନେଇଥିଲେ ସୂର୍ଯ୍ୟ କୁମାର ଯାଦବ।

ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ଓପନର କେଏଲ୍ ରାହୁଲ ଓ କ୍ୟାପଟେନ୍ ରୋହିତ ଶର୍ମା ପ୍ରତିପକ୍ଷ ପେସ୍ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ସେମାନେ ଯଥାକ୍ରମେ ୯ ରନ୍ ଓ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ବିରାଟ କୋହଲି ମଧ୍ୟ ମାତ୍ର ୧୨ ରନ୍‌ କରି ଆଉଟ୍ ହୋଇଥିଲେ। ସେହିପରି ଟିମ୍ ଇଣ୍ଡିଆରେ ଆଜି ଖେଳାଳି ତାଲିକାରେ ପରିବର୍ତ୍ତନ କରି ସ୍ଥାନ ଦିଆଯାଇଥିବା ଦୀପକ ହୁଦା ବିନା ରନ୍‌ରେ ଆଉଟ୍ ହୋଇଥିଲେ। ଦୀନେଶ କାର୍ତ୍ତିକ ୬ ରନ୍, ଅଶ୍ୱିନ ୭ ରନ୍, ମହମ୍ମଦ ସାମି ଶୂନ୍ୟ ରନ୍, ଭୁବନେଶ୍ୱର କୁମାର ଯାଦବ ଅପରାଜିତ ୪ ରନ୍ ଓ ଅର୍ଶଦୀପ ସିଂହ ଅପରାଜିତ ୨ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।

ସୂଚନା ଥାଉକି, ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ। ସେପଟେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଦା ସାମିଲ ହୋଇଥିଲେ।

Related story