ମହିଳା କ୍ରିକେଟ୍ ବିଶ୍ୱକପ୍‌: ପାକିସ୍ତାନ ବିପକ୍ଷରେ ଭାରତର ବୃହତ୍ତ ବିଜୟ

ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଆଜି ତା’ର ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା (୫୨), ସ୍ନେହା ରାଣା (୫୩) ଓ ପୂଜା ବସ୍ତ୍ରାକର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଶେଫାଳି […]

Women Team

Jitendra Garnayak
  • Published: Sunday, 06 March 2022
  • , Updated: 06 March 2022, 06:33 PM IST

ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଆଜି ତା’ର ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରିଛି।

ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା (୫୨), ସ୍ନେହା ରାଣା (୫୩) ଓ ପୂଜା ବସ୍ତ୍ରାକର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା, ଅଧିନାୟକ ମିତାଲି ରାଜ୍, ହରମନପ୍ରୀତ କୌର ଓ ରିଚା ଘୋଷ ଫେଲ୍ ମାରିଥିବା ବେଳେ ଟେଲ୍‌ ଏଣ୍ଡରେ ବ୍ୟାଟିଂ କରିବାକୁ ଆସିଥିବା ସ୍ନେହା ରାଣା ଓ ପୂଜା ବସ୍ତ୍ରାକର ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଏହି ଦୁଇ ଖେଳାଳି ବଢ଼ିଆ ଖେଳିଥିଲେ। ସେଥିପାଇଁ ଦଳ ୨୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସ୍ନେହା ରାଣା ୪୮ଟି ବଲ୍‌ରୁ ୫୩ ରନ୍ କରି ଅପରାଜିତ ରହିଥିଲେ। ସେହିପରି ପୂଜା ବସ୍ତ୍ରାକର ୫୯ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୬୭ ରନ୍ କରିଥିଲେ। ତାଙ୍କୁ ଫତିମା ସନା ବୋଲ୍ଡ କରି ଦେଇଥିଲେ।

ଓପନର ସ୍ମୃତି ମନ୍ଧାନା ୭୫ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ରନ୍ କରିଥିଲେ। କିନ୍ତୁ ଶେଫାଳି ବର୍ମା ପୂରା ଫେଲ୍ ମାରିଥିଲେ। ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ସେ ଡାଏନା ବେଗ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୱିକେଟ୍ କିପର ରିଚା ଘୋଷ ୧ ରନ୍ କରି ଆଉଟ୍ ହୋଇଥିଲେ। ଝୁଲଣ ଗୋସ୍ୱାମୀ ୬ ରନ୍ କରି ଅପରାଜିତ ରହିଥିଲେ।

ଅନ୍ୟପକ୍ଷରେ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଟିମ୍‌ର ମାତ୍ର ଜଣେ ଖେଳାଳି ୩୦ ରନ୍ କରିବାକୁ ସମର୍ଥ ହୋଇଥିଲେ। ଓପନର ସିଦ୍ରା ଅମୀନ ୩୦ ରନ୍ କରିଥିବା ବେଳେ ଅନ୍ୟମାନେ ୧୧, ୧୫, ୫, ୪, ୧୧, ୧୭ ଓ ୧୨ ରନ୍ ଭଳି ସ୍କୋର କରି ଆଉଟ୍ ହୋଇଯାଇଥିଲେ। ଜାଭେରିଆ ୧୧ ରନ୍ କରିଥିବା ବେଳେ ଅଧିନାୟକ ବିସ୍ମା ମରୁଫ ୧୫, ଓମାଇମା ସୋହେଲ ୫, ନିଦାର ୪, ଆଲିୟା ରିଆଜ ୧୧, ଫତିମା ସନା ୧୭, ସଦ୍ରା ନୱାଜ ୧୨ ଓ ଡାଏନା ବେଗ୍ ୨୪ ରନ୍ କରିଥିଲେ।

ଭାରତ ପକ୍ଷରୁ ରାଜେଶ୍ୱରୀ ଗାୟକ୍‌ୱାର୍ଡ ୧୦ ଓଭରରେ ୩୧ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସ୍ନେହା ରାଣା ଓ ଝୁଲଣ ଗୋସ୍ୱାମୀ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ମେଘ୍ନା ସିଂହ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି।

Related story