Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା; ଜାଣନ୍ତୁ, କିଏ ସ୍ଥାନ ପାଇଲେ, କିଏ ନିରାଶ ହେଲେ

ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିବାରୁ ଯଶସ୍ୱୀ ଜୈସୱାଲଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ରେ ସାମିଲ କରାଯାଇଛି।

ଅଦ୍ୟତନ ହୋଇଛି
Rohit Sharma

Rohit Sharma

Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଦଳ। ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ସ୍କ୍ୱାଡ୍‌ରେ ସ୍ଥାନ ପାଇଛନ୍ତି।

Advertisment

୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳରେ ସାମିଲ କରାଯାଇଛି। ସେମାନଙ୍କ ସହିତ ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଯଶସ୍ୱୀ ଜୈସୱାଲ ମଧ୍ୟ ଟିମ୍‌ରେ ଅଛନ୍ତି। ଉଭୟ ଋଷଭ ପନ୍ତ ଓ କେ.ଏଲ ରାହୁଲ ୧୫ ଜଣିଆ ସ୍କ୍ୱାଡ୍‌ରେ ସ୍ଥାନ ପାଇଛନ୍ତି। ସେମାନଙ୍କୁ ୱିକେଟ୍ କିପର ଭାବେ ସାମିଲ କରାଯାଇଛି। କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ବି ଟିମ୍‌ରେ ନିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୁଲଦୀପ ଆହତ ହୋଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ସୁଯୋଗ ପାଇଛନ୍ତି। କିନ୍ତୁ ମହମ୍ମଦ ସିରାଜ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ ଓ କରୁଣ ନାୟର ଟିମ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି।

ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୈସୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜା ଅଛନ୍ତି।

Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ତାଙ୍କୁ ଦଳରେ ନିଆଯିବ ନା ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଥିଲା। କାରଣ ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। ତାଙ୍କ ପିଠିର ମାଂସପେଶୀରେ ସମସ୍ୟା ଦେଖାଯାଇଥିଲା। ତେବେ ତାଙ୍କୁ ସଂପୂର୍ଣ୍ଣ ବେଡ୍‌-ରେଷ୍ଟ୍ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଖବରକୁ ସେ କିଛି ଦିନ ତଳେ ଖଣ୍ଡନ କରିଥିଲେ।

ଅନ୍ୟପକ୍ଷରେ ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିବାରୁ ଯଶସ୍ୱୀ ଜୈସୱାଲଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ସ୍ୱାଡ୍‌ରେ ସ୍ଥାନ ଦିଆଯାଇଛି। ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ରେ ସାମିଲ କରାଯାଇଛି। ଗତ ବର୍ଷରେ ସେ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଏଯାବତ୍ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଯଶସ୍ୱୀ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହାୟତାରେ ୧୭୬୬ ରନ୍ କରିଛନ୍ତି। ସେଥିରୁ କେବଳ ୨୦୨୪ରେ ସେ ୧୫ଟି ଟେଷ୍ଟରେ ୧୪୭୮ ରନ୍ କରିଥିଲେ। ସେହିପରି ୨୩ଟି ଟି-ଟ୍ୱେଣ୍ଟିରୁ ଯଶସ୍ୱୀ ୭୨୩ ରନ୍ କରିଛନ୍ତି। ଆଶା କରାଯାଉଛି ଚାମ୍ପିୟନ୍ସ ଟ୍ରଫିରେ ସେ ରୋହିତ ଶର୍ମା ଅବା ଶୁବମନ ଗିଲ୍‌ଙ୍କ ସହିତ ଓପନିଂ କରିବାକୁ ଆସିବେ।

ଭାରତୀୟ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଏକ ବହୁତ ବଡ଼ ଭଲ ଖବର ଏହା ଯେ ଚାମ୍ପିୟନ୍ସ ଟ୍ରଫି ପାଇଁ ମହମ୍ମଦ ଶାମିଙ୍କୁ ଟିମ୍‌ରେ ନିଆଯାଇଛି। ୨୦୨୩ ଦିନିକିଆ ବିଶ୍ୱକପ୍ ପରଠାରୁ ସେ ଆଉ ଟିମ୍ ଇଣ୍ଡିଆ ପାଇଁ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଆହତ ଜନିତ କାରଣରୁ ସେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ଜାତୀୟ ଦଳ ପାଇଁ ଖେଳି ପାରି ନାହାନ୍ତି। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ମାସ ୧୯ ତାରିଖରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ। 

Rohit Sharma Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe