ଇଂଲଣ୍ଡ ମାଟିରେ ୮୯ ବର୍ଷର ରେକର୍ଡ ଭାଙ୍ଗିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ଖେଳିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରକେ ଭାରତ ଇତିହାସ ରଚିବ । ୮୯ ବର୍ଷର ଟେଷ୍ଟ ଇତିହାସରେ ଭାରତ ପ୍ରଥମଥର ଲାଗି କୌଣସି ନିରପେକ୍ଷ ଭେନ୍ୟୁରେ ଟେଷ୍ଟ ମ୍ୟାଚ୍ ଖେଳିବ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ମାନ୍ୟତା ପାଇଥିବା ୧୨ ଦେଶ ମଧ୍ୟରୁ କେବଳ ଦୁଇଟି ଦେଶ ଏପର୍ଯ୍ୟନ୍ତ ନିରପେକ୍ଷ […]

team-india

team-india

Ranjit Kumar Jena
  • Published: Monday, 17 May 2021
  • Updated: 17 May 2021, 08:47 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ଖେଳିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରକେ ଭାରତ ଇତିହାସ ରଚିବ । ୮୯ ବର୍ଷର ଟେଷ୍ଟ ଇତିହାସରେ ଭାରତ ପ୍ରଥମଥର ଲାଗି କୌଣସି ନିରପେକ୍ଷ ଭେନ୍ୟୁରେ ଟେଷ୍ଟ ମ୍ୟାଚ୍ ଖେଳିବ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ମାନ୍ୟତା ପାଇଥିବା ୧୨ ଦେଶ ମଧ୍ୟରୁ କେବଳ ଦୁଇଟି ଦେଶ ଏପର୍ଯ୍ୟନ୍ତ ନିରପେକ୍ଷ ଭେନ୍ୟୁରେ ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି । ଏଥିରେ ଭାରତ ବ୍ୟତୀତ ବାଂଲାଦେଶ ସାମିଲ୍ ଅଛି । ଭାରତ ଖୁବଶୀଘ୍ର ଏହି ତାଲିକାରେ ସାମିଲ୍ ହୋଇଯିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜୁନ୍ ୧୮ ତାରିଖରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ, ଯାହା ଦୁଇ ଦେଶ ପାଇଁ ନିରପେକ୍ଷ ଭେନ୍ୟୁ ହେବ ।

ପାକିସ୍ତାନରେ ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଏକ ଦଶନ୍ଧିରୁ ଅଧିକ ସମୟ ଧରି ବିଦେଶୀ ଟିମ୍ ସେଠାକୁ ଗସ୍ତ କରିନାହାନ୍ତି । ଏହାରି ଭିତରେ ପାକିସ୍ତାନ ତା’ର ଘରୋଇ ମ୍ୟାଚର ଆୟୋଜନ ୟୁଏଇ ଓ ଶ୍ରୀଲଙ୍କାରେ କରୁଛି । ଏହିପରି ଭାବରେ ଅଧିକାଂଶ ଦେଶକୁ ନିରପେକ୍ଷ ଭେନ୍ୟୁରେ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା । ଏଥିରେ ନ୍ୟୁଜିଲ୍ୟାଣ୍ଡ ସାମିଲ୍ ଅଛି, ଯିଏ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ନିରପେକ୍ଷ ଭେନ୍ୟୁରେ ୬ଟି ମ୍ୟାଚ୍ ଖେଳିଛି । ଏଥିରୁ ନ୍ୟୁଜିଲ୍ୟାଣ୍ଡ୍ ତିନୋଟିରେ ଜିତିଥିବା ବେଳେ ୨ଟିରେ ହାରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୭ରୁ କୌଣସି ଟେଷ୍ଟ ମ୍ୟାଚ୍ ଆୟୋଜନ ହୋଇନାହିଁ ।

ଏହା ପୂର୍ବରୁ ୧୯୯୯ରେ ଭାରତ ପାଖରେ ନିରପେକ୍ଷ ଭେନ୍ୟୁରେ ଟେଷ୍ଟ ଖେଳିବାର ସୁଯୋଗ ଥିଲା, କିନ୍ତୁ ସେତେବେଳେ ଭାରତୀୟ ଟିମ୍ ଏସିଆନ୍ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିପାରିନଥିଲା । ଏହି ଚାମ୍ପିୟନଶିପର ଫାଇନାଲ୍ ଢାକାରେ ଖେଳାଯାଇଥିଲା । ପାକିସ୍ତାନ ଓ ଶ୍ରୀଲଙ୍କା ଟିମ୍ ଫାଇନାଲରେ ପହଞ୍ଚିଥିଲା ଏବଂ ସେତେବେଳେ ଏହି ଦୁଇ ଟିମ୍ ନିରପେକ୍ଷ ଭେନ୍ୟୁରେ ଖେଳିଥିଲେ ।

ସେଭଳି ନିରପେକ୍ଷ ଭେନ୍ୟୁରେ ପ୍ରଥମ ଟେଷ୍ଟ ଆଜକୁ ପ୍ରାୟ ୧୦୯ ବର୍ଷ ତଳେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ୧୯୧୨ ମସିହା ମେ’ ୨୭ ଓ ୨୮ ତାରିଖରେ ମାଞ୍ଚେଷ୍ଟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ତ୍ରିସ୍ତରୀୟ ଟେଷ୍ଟ ସିରିଜର ଅଂଶ ଥିଲା, ଯେଉଁଥିରେ ଦୁଇ ଟିମ୍ ବ୍ୟତୀତ ତୃତୀୟ ଟିମ୍ ଭାବେ ଇଂଲଣ୍ଡ ଭାଗ ନେଇଥିଲା । ଅଷ୍ଟ୍ରେଲିଆ ସେହି ମ୍ୟାଚକୁ ଦୁଇ ଦିନରେ ଇନିଂସ୍ ଓ ୮୮ ରନରେ ଜିତି ନେଇଥିଲା ।

ଏହା ପରେ ୧୯୯୯ରେ କୌଣସି ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳାଯାଇଥିଲା । ପାକିସ୍ତାନ ଗତ ୨୦ ବର୍ଷରେ ଅଧିକାଂଶ ଘରୋଇ ମ୍ୟାଚ୍ ୟୁଏଇରେ ଖେଳିଛି । ଏହି କାରଣରୁ ନିରପେକ୍ଷ ଭେନ୍ୟୁରେ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ ପାକିସ୍ତାନ ନାମରେ ରହିଛି । ପାକିସ୍ତାନ ଏପର୍ଯ୍ୟନ୍ତ ୩୯ ଟେଷ୍ଟ ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳିଛି, ଯେଉଁଥିରୁ ୧୯ଟିରେ ବିଜୟୀ ହୋଇଥିବା ବେଳେ ୧୨ଟି ହାରିଛି ଏବଂ ୮ଟି ମ୍ୟାଚ୍ ଡ୍ର’ ହୋଇଛି।

ଅଷ୍ଟ୍ରେଲିଆ ୧୨ଟି ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳିଛି । ଏହା ପରେ ଶ୍ରୀଲଙ୍କା (୯), ଦକ୍ଷିଣ ଆଫ୍ରିକା, (୭), ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ (ତିନୋଟି ଦଳ ୬ଟି ଲେଖାଏ)ର ନମ୍ବର ରହିଛି । ଆଫଗାନିସ୍ତାନ ୪ଟି ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳିଛି । ଜିମ୍ବାୱେ ଆଫଗାନିସ୍ତାନ ବିପକ୍ଷରେ ତା’ର ଦୁଇଟି ଯାକ ମ୍ୟାଚ୍ ଆବୁଧାବିରେ ଖେଳିଥିଲା । ଆୟର୍ଲ୍ୟାଣ୍ଡ ଆଫଗାନିସ୍ତାନ ବିପକ୍ଷ ଗୋଟିଏ ଟେଷ୍ଟ ଡେରାଡୁନରେ ଖେଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos