ଟି-୨୦ ସିରିଜ୍‌: ହାର୍ଦ୍ଦିକ କ୍ୟାପ୍ଟେନ, ରାହୁଲ ତ୍ରିପାଠୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର। ସେହିପରି କ୍ରମାଗତ ଭାବେ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟିମ୍‌ରେ ସୁଯୋଗ ମିଳିଛି। ସେ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡରେ ସାମିଲ କରାଯାଇଛି। ଆଜି ବିସିସିଆଇ ଆୟର୍ଲ୍ୟାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ […]

Team-India

Hemant Lenka
  • Published: Wednesday, 15 June 2022
  • , Updated: 15 June 2022, 08:53 PM IST

ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର। ସେହିପରି କ୍ରମାଗତ ଭାବେ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟିମ୍‌ରେ ସୁଯୋଗ ମିଳିଛି। ସେ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡରେ ସାମିଲ କରାଯାଇଛି।

ଆଜି ବିସିସିଆଇ ଆୟର୍ଲ୍ୟାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ ସିରିଜ୍‌ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏଥିରେ ରାହୁଲ ତ୍ରିପାଠୀଙ୍କ ନାଁ ରହିଛି। ସେହିପରି ଆହତ ଯୋଗୁ ଟିମ ଇଣ୍ଡିଆରୁ ଦୂରେଇ ରହିଥିବା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି। କୁଲଦୀପ ଯାଦବ ଆହତରୁ ମୁକୁଳି ନଥିବାରୁ ତାଙ୍କୁ ଏହି ସିରିଜ୍‌ରେ ସାମିଲ କରାଯାଇ ନାହିଁ।

ଦଳରେ ଭେଟରାନ ଦୀନେଶ କାର୍ତ୍ତିକଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇଛି। ସଞ୍ଜୁ ସାମସନ ମଧ୍ୟ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜରେ ସୁଯୋଗ ପାଇଛନ୍ତି। ଏମାନଙ୍କ ବ୍ୟତୀତ ଦଳରେ ଈଶାନ କିଶନ, ଋତୁରାଜ ଗାଏକ୍ୱାଡ, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ୟୁଜବେନ୍ଦର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ରହିଛନ୍ତି।

[caption id="" align="aligncenter" width="1200"] ରାହୁଲ ତ୍ରିପାଠୀ[/caption]

ସୂଚନାଯୋଗ୍ୟ, ଜୁନ୍ ୨୬ ଓ ୨୮ରେ ଭାରତ-ଆୟର୍ଲ୍ୟାଣ୍ଡ ମଧ୍ୟରେ ଦୁଇଟି ଟି଼-୨୦ ମ୍ୟାଚ ଖେଳାଯିବ। ଏହି ସମୟରେ ଭାରତର ଆଉ ଗୋଟିଏ ଟିମ୍‌ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ଟିମ୍‌ ପାଇଁ ଅଭ୍ୟାସ କରୁଥିବ। ତେଣୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ କୌଣସି ବରିଷ୍ଠ ଖେଳାଳି ଖେଳିବେ ନାହିଁ। ସେହିପରି ଦଳର କୋଚ୍ ଭାବେ ଭିଭିଏସ୍ ଲକ୍ଷ୍ମଣ କାମ କରିବେ।

Related story