ଇଂଲଣ୍ଡ ବିପକ୍ଷରେ ରେକର୍ଡ କଲେ ବୁମ୍ରା

ବର୍ମିଂହାମ: ଟିମ ଇଣ୍ଡିଆର କାମଚଳା ଅଧିନାୟକ ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷରେ ରେକର୍ଡ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ୱିକେଟ ଦଖଲକାରୀ ଭାରତୀୟ ବୋଲର ମାନ୍ୟତା ପାଇଛନ୍ତି। ବର୍ମିଂହାମ ଟେଷ୍ଟର ପ୍ରଥମ ଇନିଂସରେ ବୁମ୍ରା ୩ଟି ୱିକେଟ ନେବା ପରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। କରୋନା ପାଇଁ ସ୍ଥଗିତ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ୧ ତାରିଖରୁ ଆରମ୍ଭ ହୋଇଛି। ଏହି ସିରିଜ୍‌ରେ ଖେଳା ଯାଇଥିବା ୫ଟି ମ୍ୟାଚ୍‌ରୁ […]

Jasprit Bumrah

Hemant Lenka
  • Published: Monday, 04 July 2022
  • , Updated: 04 July 2022, 10:12 AM IST

ବର୍ମିଂହାମ: ଟିମ ଇଣ୍ଡିଆର କାମଚଳା ଅଧିନାୟକ ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷରେ ରେକର୍ଡ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ୱିକେଟ ଦଖଲକାରୀ ଭାରତୀୟ ବୋଲର ମାନ୍ୟତା ପାଇଛନ୍ତି। ବର୍ମିଂହାମ ଟେଷ୍ଟର ପ୍ରଥମ ଇନିଂସରେ ବୁମ୍ରା ୩ଟି ୱିକେଟ ନେବା ପରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।

କରୋନା ପାଇଁ ସ୍ଥଗିତ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ୧ ତାରିଖରୁ ଆରମ୍ଭ ହୋଇଛି। ଏହି ସିରିଜ୍‌ରେ ଖେଳା ଯାଇଥିବା ୫ଟି ମ୍ୟାଚ୍‌ରୁ ବୁମ୍ରା ଏଯାଏ ୨୧ଟି ୱିକେଟ ନେଇଛନ୍ତି। ୨୦୧୪ରେ ଭୁବନେଶ୍ୱର କୁମାର ଇଂଲଣ୍ଡ ବିପକ୍ଷ ସମାନ ସଂଖ୍ୟା ବିଶିଷ୍ଟ ସିରିଜ୍‌ରେ ୧୯ଟି ୱିକେଟ ନେଇଥିଲେ। ହେଲେ ଏବେ ବୁମ୍ରା ତାଙ୍କୁ ଅତିକ୍ରମ କରି ନେଇଛନ୍ତି। ଆଗକୁ ଦ୍ୱିତୀୟ ଇନିଂସ ରହିଥିବାରୁ ବୁମ୍ରା ନିଜର ୱିକେଟ ସଂଖ୍ୟା ବଢ଼ାଇବାର ମଧ୍ୟ ସମ୍ଭାବନା ରହିଛି।

ଇଂଲଣ୍ଡ ବିପକ୍ଷ କୌଣସି ଟେଷ୍ଟରେ ସର୍ବାଧିକ ୱିକେଟ ଦଖଲକାରୀ ୫ ଭାରତୀୟଙ୍କ ମଧ୍ୟରେ ଜଣେ ମାତ୍ର ସ୍ପିନର ଅଛନ୍ତି। ୧୯୫୯ରେ ସୁଭାଷ ଗୁପ୍ତେ ଇଂଲଣ୍ଡ ମାଟିରେ ୫ଟି ମ୍ୟାଚ୍‌ ଖେଳି ୧୭ଟି ୱିକେଟ ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୁମ୍ରା ୫ ମ୍ୟାଚ୍‌ରୁ ୨୧ ୱିକେଟ ହାସଲ କରିଥିବା ବେଳେ ୨୦୧୪ରେ ଭୁବନେଶ୍ୱର କୁମାର ୧୯, ୨୦୦୭ରେ ଜାହିର ଖାନ ୩ ମ୍ୟାଚ୍‌ରେ ୧୮ଟି, ୨୦୧୮ରେ ଈଶାନ୍ତ ଶର୍ମା ୫ଟି ମ୍ୟାଚ୍‌ରୁ ୧୮ଟି ୱିକେଟ ଦଖଲ କରିଥିଲେ।

Related story