ଆଇପିଏଲରେ ଡେବ୍ୟୁ କରିବେ କି ଅର୍ଜୁନ ତେନ୍ଦୁଲକର? ଜବାବ ରଖିଲେ ଜୟବର୍ଦ୍ଧେନ

ମୁମ୍ବାଇ: ଚଳିତ ଆଇପିଏଲରେ ୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ହରାଇବାକୁ ଆଉ କିଛି ନାହିଁ। କାରଣ ଦଳ କ୍ରମାଗତ ଭାବେ ୮ଟି ମ୍ୟାଚ୍‌ ହାରି ପ୍ଲେଅଫ ଦୌଡ଼ରୁ ବାଦ୍‌ ପଡ଼ିଛି। ଅବଶ୍ୟ ୯ମ ମୁକାବିଲାରେ ମୁମ୍ବାଇ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ହରାଇଛି। ହେଲେ ଏବେ ଲଗାତର ମ୍ୟାଚ୍‌ ଜିତିଲେ ମଧ୍ୟ ମୁମ୍ବାଇକୁ ପ୍ଲେ ଅଫ ଟିକେଟ ମିଳିବା ସମ୍ଭାବନା ବହୁତ କମ। ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ହାରିବା […]

arjun-tendulkar

Hemant Lenka
  • Published: Thursday, 05 May 2022
  • , Updated: 05 May 2022, 03:42 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ହରାଇବାକୁ ଆଉ କିଛି ନାହିଁ। କାରଣ ଦଳ କ୍ରମାଗତ ଭାବେ ୮ଟି ମ୍ୟାଚ୍‌ ହାରି ପ୍ଲେଅଫ ଦୌଡ଼ରୁ ବାଦ୍‌ ପଡ଼ିଛି। ଅବଶ୍ୟ ୯ମ ମୁକାବିଲାରେ ମୁମ୍ବାଇ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ହରାଇଛି। ହେଲେ ଏବେ ଲଗାତର ମ୍ୟାଚ୍‌ ଜିତିଲେ ମଧ୍ୟ ମୁମ୍ବାଇକୁ ପ୍ଲେ ଅଫ ଟିକେଟ ମିଳିବା ସମ୍ଭାବନା ବହୁତ କମ।

ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ହାରିବା ପରେ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛି। ଏବେ ଉଭୟ ଦଳ ଆଗାମୀ ସିଜିନ ପାଇଁ ନିଜର ବେଞ୍ଚ ଷ୍ଟ୍ରେନ୍ଥ ମାପିବା ପାଇଁ ପ୍ରୟାସ କରିବେ। ଏହିକ୍ରମରେ ମୁମ୍ବାଇ ଓ ଚେନ୍ନାଇ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବାର ସମ୍ଭାବନା ରହିଛି।

ମୁମ୍ବାଇ ଏମିତି ବି ଯୁବ ଖେଳାଳିଙ୍କୁ ସବୁବେଳେ ଅଗ୍ରାଧିକାର ଦେଇଥାଏ। କାରଣ ଚଳିତ ଆଇପିଏଲରେ ମୁମ୍ବାଇ ପାଇଁ ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ, ତିଲକ ବର୍ମା, ହ୍ରିତିକ ଶୋକୀନ ଓ କୁମାର କାର୍ତ୍ତିକେୟଙ୍କ ଭଳି ଖେଳାଳି ଡେବ୍ୟୁ କରିଛନ୍ତି। ଏମାନେ ମଧ୍ୟ ମୁମ୍ବାଇକୁ ନିରାଶ ନ କରି ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ମୁମ୍ବାଇ ଆହୁରି ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ଦୁଇଟି ସିଜିନ ହେଲା ମୁମ୍ବାଇ ସହ ଜଡ଼ିତ ଥିବା ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମଧ୍ୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସୁଯୋଗ ଦେବ ବୋଲି ଚର୍ଚ୍ଚା ହେଉଛି।

ଏସବୁ ଭିତରେ ଅର୍ଜୁନଙ୍କ ଆଇପିଏଲ ଡେବ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ମହେଲା ଜୟବର୍ଦ୍ଧେନ। ମୁମ୍ବାଇ ତା’ର ୧୦ମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ। ଏହାପୂର୍ବରୁ ଜୟବର୍ଦ୍ଧେନ କହିଛନ୍ତି, “ହଁ, ମୁଁ ତ କହିବି ସ୍କ୍ୱାଡ୍‌ରେ ଥିବା ସମସ୍ତଙ୍କ ପାଖରେ ସୁଯୋଗ ରହିଛି। ଆମେ ଦେଖିବୁ ସବୁ କିଛି କେମିତି ଯାଉଛି। ସବୁ କିଛି ମ୍ୟାଚ୍‌ ସ୍ଥିତି ଉପରେ ନର୍ଭର କରେ ଓ ଆମେ ମ୍ୟାଚ୍‌ ଜିତିବା ପାଇଁ ହିଁ ଖେଳିବୁ।

ମ୍ୟାଚ୍‌ ସ୍ଥିତିକୁ ଦେଖି ଟିମ କମ୍ବିନେସନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରତିଟି ମ୍ୟାଚ୍‌ ବିଶ୍ୱାସ ବଢ଼ାଇ ଥାଏ। ଆମେ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍‌ ଜିତିପାରିଛୁ। ଏବେ ଆମେ ଏକାଠି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବୁ ଓ ବିଶ୍ୱାସକୁ ଆହୁରି ମଜବୁତ କରିବୁ। ମ୍ୟାଚ୍‌ରେ ସବୁଠାରୁ ଶ୍ରେଷ୍ଠ ଖେଳାଳିମାନେ ମୈଦାନକୁ ଓହ୍ଲାଇବେ। ଯଦି ଅର୍ଜୁନ ଏହି ଖେଳାଳିଙ୍କ ମଧ୍ୟରୁ ଜଣେ, ତା’ହେଲେ ତାଙ୍କ ଚୟନକୁ ନିଶ୍ଚିତ ଭାବେ ବିଚାରକୁ ନିଆଯିବ। କିନ୍ତୁ ସବୁ କିଛି ଆମେ କେମିତି କମ୍ବିନେସନରେ ମ୍ୟାଚ୍‌କୁ ଓହ୍ଲାଉଛୁ, ତା’ ଉପରେ ନିର୍ଭର କରେ। ତେଣୁ ସ୍ଥିତିକୁ ଦେଖି ଆମେ ସବୁ ପଦକ୍ଷେପ ନେବୁ।”

୨୦୨୧ ଆଇପିଏଲରେ ମଧ୍ୟ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ସହ ଥିଲେ। ତେବେ ୨୦୨୧ ସିଜିନର ଦ୍ୱିତୀୟାର୍ଦ୍ଧରେ ସେ ଆହତ ଯୋଗୁ ୟୁଏଇ ଯାଇ ପାରି ନଥିଲେ। ଏହାପରେ ୨୦୨୨ ମେଗା ଅକ୍ସନରେ ମୁମ୍ବାଇ ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି। ନିଲାମ ବେଳେ ଗୁଜରାଟ ମଧ୍ୟ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇଥିଲା। ହେଲେ ଶେଷରେ ମୁମ୍ବାଇ ହିଁ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଥିଲା।

Related story