ଟସ୍ ଜିତିଲା କେକେଆର୍, ହରଭଜନ ଆଉଟ୍

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣରେ ୧୫ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚରେ କେକେଆର୍ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ଓ ଚେନ୍ନାଇ ଗୋଟିଏ ପରିବର୍ତ୍ତନ କରିଛି। କେକେଆର୍ ଟିମର ଭେଟେରାନ୍ ସ୍ପିନର ହରଭଜନ ସିଂହ ବାଦ୍ ପଡ଼ିଥିବା ବେଳେ […]

IPL-Match-15

IPL-Match-15

Ranjit Kumar Jena
  • Published: Wednesday, 21 April 2021
  • Updated: 21 April 2021, 08:05 PM IST

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣରେ ୧୫ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ।

ମ୍ୟାଚରେ କେକେଆର୍ ତା'ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ଓ ଚେନ୍ନାଇ ଗୋଟିଏ ପରିବର୍ତ୍ତନ କରିଛି। କେକେଆର୍ ଟିମର ଭେଟେରାନ୍ ସ୍ପିନର ହରଭଜନ ସିଂହ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ପେସ୍ ବୋଲର କମଲେଶ୍ ନାଗରକୋଟିଙ୍କୁ ସୁଯୋଗ ମିଳିଛି।

ସେହିପରି ବାଂଲାଦେଶୀ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କ ସ୍ଥାନରେ ସୁନୀଲ୍ ନରିନ୍ ଟିମକୁ ଫେରିଛନ୍ତି। ଅନ୍ୟପକ୍ଷରେ ଚେନ୍ନାଇ ତା'ର ଷ୍ଟାର୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ବିଶ୍ରାମ ଦେଇଛି। ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକୀୟ ପେସର୍ ଲୁଙ୍ଗି ଏନଗିଡିଙ୍କୁ ସାମିଲ୍‌ କରାଯାଇଛି।

ଚୂଡ଼ାନ୍ତ ଏକାଦଶ
ଚେନ୍ନାଇ ସୁପର୍ କିଙ୍ଗସ୍: ଋତୁରାଜ ଗାଏକ୍ୱାଡ୍, ଫାଫ୍ ଡୁ ପ୍ଲେସିସ୍, ମୋଇନ୍ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), ସାମ୍ କୁରାନ୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଲୁଙ୍ଗି ଏନଗିଡି।

କୋଲକାତା ନାଇଟ୍ ରାଇଡର୍ସ: ନୀତୀଶ ରାଣା, ଶୁବମନ୍ ଗିଲ୍, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ (ୱିକେଟକିପର), ଆନ୍ଦ୍ରେ ରସେଲ୍, ପ୍ୟାଟ୍ କମିନ୍ସ, କମଲେଶ୍ ନାଗରକୋଟି, ସୁନୀଲ୍‌ ନରିନ୍, ବରୁନ୍ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos