ଗର୍ଜିଲା ରାହୁଲ ତ୍ରିପାଠୀଙ୍କ ବ୍ୟାଟ, ମୁମ୍ବାଇକୁ ୧୯୪ ରନ୍‌ର ଟାର୍ଗେଟ

ମୁମ୍ବାଇ: ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ। ଏହି ମ୍ୟାରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୯୩ ରନ୍‌ କରିଛି। ଫଳରେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଥିବା ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ୧୯୪ ରନ୍‌ର […]

SRH

Hemant Lenka
  • Published: Tuesday, 17 May 2022
  • , Updated: 17 May 2022, 09:26 PM IST

ମୁମ୍ବାଇ: ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ। ଏହି ମ୍ୟାରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୯୩ ରନ୍‌ କରିଛି। ଫଳରେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଥିବା ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ୧୯୪ ରନ୍‌ର ଟାର୍ଗେଟ ମିଳିଛି। ତ୍ରିପାଠୀଙ୍କ ବ୍ୟତୀତ ନିକୋଲ୍ସ ପୁରନ ୨୨ ବଲରେ ୩୮ ଓ ଚଳିତ ସଜିନରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ପ୍ରିୟମ ଗର୍ଗ ୨୬ ବଲ୍‌ରେ ୪୨ ରନ୍‌ର ଇନିଂସ ଖେଳିଛନ୍ତି।

ଆଜିର ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଡାନିଏଲ ସାମ୍ସ ଇନଫର୍ମ ଅଭିଷେକ ଶର୍ମା(୯)ଙ୍କୁ ଆଉଟ କରି ଦେଇଥିଲେ। ତେବେ ହାଇଦ୍ରାବାଦର ନୂଆ ଓପନର ପ୍ରିୟମ ଗର୍ଗ ଦମଦାର ବ୍ୟାଟିଂ କରିଥିଲେ। ତାଙ୍କ ସହ କ୍ରିଜ୍‌ରେ ରାହୁଲ ତ୍ରିପାଠୀ ରହିଥିବାରୁ ହାଇଦ୍ରାବାଦ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲା।

ଉଭୟ ୧୦ ଓଭର୍‌ ସୁଦ୍ଧା ଦଳୀୟ ସ୍କୋରକୁ ୯୬ ରନ୍‌ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ଗର୍ଗ(୪୨) ରମଣଦୀପ ସିଂହଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସେ ଏହି ଇନିଂସରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି।

ଗର୍ଗ ଆଉଟ ହୋଇଥିଲେ ମଧ୍ୟ ରାହୁଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ତାଙ୍କୁ ନିକୋଲ୍ସ ପୁରନ ଭରପୂର ସହଯୋଗ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୧୬.୫ ଓଭର୍‌ ସୁଦ୍ଧା ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇ ଦେଇଥିଲେ। ରାହୁଲ ତ୍ରିପାଠୀ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୭୨ ଥିବା ବେଳେ ରିଲେ ମେରେଡିଥଙ୍କୁ ଛକା ମାରିବାକୁ ଯାଇ ବାଉଣ୍ଡରୀ ପାଖରେ ପୁରନ ଆଉଟ ହୋଇ ଯାଇଥିଲେ।

ଆଉଟ ହେବା ପୂର୍ବରୁ ସେ ୨୨ ବଲ୍‌ରେ ୩ ଛକା ଓ ୨ ଚୌକା ବଳରେ ୩୮ ରନ୍‌ର ଇନିଂସ ଖେଳିଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ରାହୁଲ ତ୍ରିପାଠୀ ମଧ୍ୟ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ରମଣଦୀପ ସିଂହ ନେଇଥିଲେ। ରାହୁଲ ୪୪ଟି ବଲ୍‌ରେ ୭୬ ରନ କରିଛନ୍ତି। ଏହି ଇନିଂସରେ ୯ଟି ଚୌକା ଓ ୩ଟି ବିଶାଳ ଛକା ରହିଛି।

ସେହି ଓଭର୍‌ର ଶେଷ ବଲେ ୨ ରନ୍‌ କରିଥିବା ଏଡେନ ମାର୍କମ ମଧ୍ୟ ରମଣଦୀପଙ୍କ ତୃତୀୟ ଶିକାର ବନିଥିଲେ। ଲଗାତର ୩ଟି ୱିକେଟ ହରାଇବାରୁ ହାଇଦ୍ରାବାଦର ରନ୍‌ ସଂଗ୍ରହ ହାରରେ ସାମାନ୍ୟ ବ୍ରେକ ଲାଗିଥିଲା। କେନ ୱିଲିୟମସନ ଓ ୱାଶିଂଟନ ସୁନ୍ଦର ବଡ଼ ଶଟ ଖେଳିବାକୁ ଚାହିଁଥିଲେ ମଧ୍ୟ ସେତେଟା ଲାଭ ମିଳି ନଥିଲା।

୧୯ ଓଭର ଶେଷ ସୁଦ୍ଧା ହାଇଦ୍ରାବାଦ ୧୮୬ ରନ୍‌ କରିଥିଲା। ଶେଷ ଓଭରରେ ୱିଲିୟମସନ ଗୋଟିଏ ଚୌକା ମାରିବା ସହ ସୁନ୍ଦର ୨ ରନ୍‌ କରିଥିଲେ। ଶେଷ ବଲରେ ବୁମ୍ରା ସୁନ୍ଦରଙ୍କୁ ବୋଲ୍ଡ କରି ଦେବାରୁ ହାଇଦ୍ରାବାଦ ୬ ୱିକେଟ ହରାଇ ୧୯୩ ରନ୍‌ରେ ଅଟକି ଯାଇଥିଲା। ୱିଲିୟମସନ ଶେଷ ଯାଏ ୭ ବଲରେ ୮ ରନ୍‌ କରି ଅପରାଜିତ ରହିଥିଲେ।

Related story