କରୋନାକୁ ମାତ ଦେଲେ ମିଚେଲ ମାର୍ଶ ଓ ଟିମ୍‌ ସେଇଫର୍ଟ, ଦିଲ୍ଲୀ କ୍ୟାମ୍ପକୁ ଫେରିଲେ

ମୁମ୍ବାଇ: ଆଇପିଏଲ ଅଧାରୁ କରୋନାରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ବିଦେଶୀ ଖେଳାଳି ମିଚେଲ ମାର୍ଶ ଓ ଟିମ୍‌ ସେଇଫର୍ଟ ଏବେ ସୁସ୍ଥ ହୋଇଯାଇଛନ୍ତି। ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବାରୁ ଉଭୟଙ୍କୁ ଦିଲ୍ଲୀ କ୍ୟାମ୍ପରେ ଯୋଗଦେବାକୁ ଅନୁମତି ମିଳିଛି। ଉଭୟ ମଧ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଦିଲ୍ଲୀ କ୍ୟାମ୍ପର ବାୟୋବବଲ୍ସରେ ପ୍ରବେଶ କରିଛନ୍ତି। ‌ଆସନ୍ତାକାଲି ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ। ଏହାପୂର୍ବରୁ ଉଭୟ ଦିଲ୍ଲୀ କ୍ୟାମ୍ପକୁ ଫେରିବା ଦଳ […]

DC

Hemant Lenka
  • Published: Wednesday, 27 April 2022
  • , Updated: 27 April 2022, 09:41 PM IST

ମୁମ୍ବାଇ: ଆଇପିଏଲ ଅଧାରୁ କରୋନାରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ବିଦେଶୀ ଖେଳାଳି ମିଚେଲ ମାର୍ଶ ଓ ଟିମ୍‌ ସେଇଫର୍ଟ ଏବେ ସୁସ୍ଥ ହୋଇଯାଇଛନ୍ତି। ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବାରୁ ଉଭୟଙ୍କୁ ଦିଲ୍ଲୀ କ୍ୟାମ୍ପରେ ଯୋଗଦେବାକୁ ଅନୁମତି ମିଳିଛି। ଉଭୟ ମଧ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଦିଲ୍ଲୀ କ୍ୟାମ୍ପର ବାୟୋବବଲ୍ସରେ ପ୍ରବେଶ କରିଛନ୍ତି।

‌ଆସନ୍ତାକାଲି ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ। ଏହାପୂର୍ବରୁ ଉଭୟ ଦିଲ୍ଲୀ କ୍ୟାମ୍ପକୁ ଫେରିବା ଦଳ ପାଇଁ ଭଲ ଖବର। ଆଜି ଉଭୟ ଟ୍ରେନିଂ ସେସନ୍ସରେ ଯୋଗଦେଇଥିବା ଫଟୋକୁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ୱିଟ କରାଯାଇଛି। ଗତ ସୋମବାର ମିଚେଲ ମାର୍ଶ କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସେହିପରି ଏହାର ଦୁଇ ଦିନ ପରେ ସେଇଫର୍ଟଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ଦୁଇ ଖେଳାଳିଙ୍କ ସହ କିଛି ସପୋର୍ଟ ଷ୍ଟାଫ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେବେଠାରୁ ସମସ୍ତଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଲଗାତର ୨ ଦିନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବାରୁ ସମସ୍ତଙ୍କୁ ସୁସ୍ଥ ଘୋଷଣା କରାଯାଇଛି।

ସେହିପରି ଦିଲ୍ଲୀର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ପଣ୍ଟିଂ ମଧ୍ୟ ୫ ଦିନିଆ ଆଇସୋଲେସନରେ ରହିଥିଲେ। ତେବେ ମଙ୍ଗଳବାର ଠାରୁ ସେ ଦିଲ୍ଲୀ କ୍ୟାମ୍ପକୁ କମବ୍ୟାକ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ଏଯାଏ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ କେବଳ ୩ଟିରେ ଜିତିବାକୁ ସକ୍ଷମ ହୋଇଛି।

Related story