ସିଏସ୍‌କେ ପାଇଁ ପ୍ରଥମ ଖେଳାଳି ଭାବେ ଏହି ରେକର୍ଡ କଲେ ଧୋନି

ମୁମ୍ବାଇ: ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ମୁମ୍ବାଇର ୱାଙ୍ଖଡେକୁ ଓହ୍ଲାଇଛନ୍ତି। ସେ ଆଜି ମୈଦାନକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ପୂର୍ବରୁ ଦେଶ ପାଇଁ ଓ ନିଜ ପାଇଁ ବ୍ୟକ୍ତିଗତ ରେକର୍ଡ କରିଥିବା ଧୋନି ଆଜି ଚେନ୍ନାଇ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସିଏସ୍‌କେ ପକ୍ଷରୁ ୨୦୦ ମ୍ୟାଚ୍‌ ଖେଳିବାରେ ଧୋନି ପ୍ରଥମ […]

Dhoni

Dhoni

Hemant Lenka
  • Published: Friday, 16 April 2021
  • Updated: 16 April 2021, 09:33 PM IST

Sports

Latest News

ମୁମ୍ବାଇ: ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ମୁମ୍ବାଇର ୱାଙ୍ଖଡେକୁ ଓହ୍ଲାଇଛନ୍ତି। ସେ ଆଜି ମୈଦାନକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ପୂର୍ବରୁ ଦେଶ ପାଇଁ ଓ ନିଜ ପାଇଁ ବ୍ୟକ୍ତିଗତ ରେକର୍ଡ କରିଥିବା ଧୋନି ଆଜି ଚେନ୍ନାଇ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସିଏସ୍‌କେ ପକ୍ଷରୁ ୨୦୦ ମ୍ୟାଚ୍‌ ଖେଳିବାରେ ଧୋନି ପ୍ରଥମ ଖେଳାଳି। ସିଏସ୍‌କେ ତାଙ୍କରି ନେତୃତ୍ୱରେ ୩ ଥର ଆଇପିଏଲ୍‌ ଜିତିଛି। ଏହି ୨୦୦ ମ୍ୟାଚ୍‌ ମଧ୍ୟରେ ଧୋନି ଚେନ୍ନାଇ ପାଇଁ ୨୪ଟି ଚାମ୍ପିୟନ୍ସ ଲିଗ୍‌ ଟି-୨୦ ମ୍ୟାଚ୍ ମଧ୍ୟ‌ ଖେଳିଛନ୍ତି। ଏହାପୂର୍ବରୁ ଧୋନି ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।

ସେ ଏଯାଏ ୨୦୦୬ଟି ମ୍ୟାଚ୍‌ ଖେଳି ସାରିଲେଣି। ସେ ଆଇପିଏଲ୍‌ର ୩୦ଟି ମ୍ୟାଚ୍‌ ରାଇଜିଂ ସୁପର ଜିଆଣ୍ଟସ ପକ୍ଷରୁ ଖେଳିଥିବା ବେଳେ ବାକି ସବୁ ମ୍ୟାଚ୍‌ ଚେନ୍ନାଇ ପକ୍ଷରୁ ଖେଳିଛନ୍ତି। ୨୦୧୬-୨୦୧୭ ଚେନ୍ନାଇ ଆଇପିଏଲରୁ ୨ ବର୍ଷ ନିଲମ୍ବିତ ହୋଇଥିଲା। ଏହି ସମୟରେ ହିଁ ଧୋନି ରାଇଜିଂ ସୁପର ଜିଆଣ୍ଟସ ପକ୍ଷରୁ ଖେଳିଥିଲେ।


ଧୋନି ୨୦୦୮ ପ୍ରଥମ ଆଇପିଏଲରୁ ହିଁ ଚେନ୍ନାଇ ସହ ରହିଛନ୍ତି। ତାଙ୍କ ସମୟରେ ଦଳ ୨୦୧୦, ୨୦୧୧, ୨୦୧୮ରେ ୩ଥର ଆଇପିଏଲ ଜିତିଛି। ସେ ୨୦୧୦ ଓ ୨୦୧୪ରେ ଚେନ୍ନାଇ ପାଇଁ ଚାମ୍ପିୟନ୍ସ ଲିଗ୍‌ ଟି-୨୦ ଟ୍ରଫି ମଧ୍ୟ ଜିତିଛନ୍ତି। ୨୦୧୨ରେ ସୁରେଶ ରାଇନା ଚାମ୍ପିୟନ୍ସ ଲିଗ୍‌ର ଗୋଟିଏ ମ୍ୟାଚ୍‌ରେ ଚେନ୍ନାଇର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚ୍‌ରେ ଧୋନି ବୋଲିଂ ମଧ୍ୟ କରିଥିଲେ।

ଆଜି ଧୋନି ଚେନ୍ନାଇ ପାଇଁ ୨୦୦ ମ୍ୟାଚ୍‌ ଖେଳୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ସୋଶାଲ ମିଡିଆରେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos