‘କେବେବି ଭାବିନଥିଲି ହସ୍ପିଟାଲରେ ବେଡ୍ ମିଳିବା ଏତେ କଷ୍ଟକର ହେବ’

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ପାଇଁ ରୋଗୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହାରି ଭିତରେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଲୋକଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି। ସେ ଇଣ୍ଟରନେଟ୍ ମିଡିଆ ଗ୍ରୁପ୍ ପ୍ରସ୍ତୁତ କରି କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରୁଛନ୍ତି। ଏହି ଡାହାଣହାତୀ […]

hanuma-vihari

hanuma-vihari

Ranjit Kumar Jena
  • Published: Friday, 14 May 2021
  • Updated: 14 May 2021, 07:39 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ପାଇଁ ରୋଗୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହାରି ଭିତରେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଲୋକଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି। ସେ ଇଣ୍ଟରନେଟ୍ ମିଡିଆ ଗ୍ରୁପ୍ ପ୍ରସ୍ତୁତ କରି କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରୁଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଏବେ ଇଂଲଣ୍ଡରେ ଅଛନ୍ତି। ସେ କହିଛନ୍ତି, କେବେବି ଭାବିନଥିଲି ଯେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ମିଳିବା ଏତେ କଷ୍ଟକର ହେବ।

କାଉଣ୍ଟି କ୍ରିକେଟ୍ ଖେଳିବା ଇଂଲଣ୍ଡରେ ଥିବା ସତ୍ତ୍ୱେ ବିହାରୀ ଲୋକଙ୍କୁ ସହାୟତା କରିବା ପାଇଁ ନିଜର ଟ୍ୱିଟର୍ ହ୍ୟାଣ୍ଡଲର ଉପଯୋଗ କରୁଛନ୍ତି । ସେ ୧୦୦ ସ୍ୱେଚ୍ଛାସେବୀଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଥିବା ତାଙ୍କ ବନ୍ଧୁ ସାମିଲ୍ ଅଛନ୍ତି । ଏହି ୨୭ ବର୍ଷୀୟ କ୍ରିକେଟର୍ ଜଣକ ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି, ମୁଁ ନିଜର ଗୁଣଗାନ କରିବା ପାଇଁ ଏହା କରିବାକୁ ଚାହେଁ ନାହିଁ । ମୁଁ ଏହି କାମ ତୃଣମୂଳ ସ୍ତରରେ ଲୋକଙ୍କ ସହାୟତା କରିବା ପାଇଁ କରୁଛି, ଯେଉଁମାନଙ୍କୁ ବାସ୍ତବରେ ଏହି କଠିନ ସମୟରେ ଯଥାସମ୍ଭବ ସହାୟତାର ଆବଶ୍ୟକ ରହିଛି । ଏହା କେବଳ ଶୁଭାରମ୍ଭ ।

ବିହାରୀ କହିଛନ୍ତି, ଦ୍ୱିତୀୟ ଲହର୍ ଏତେ ଘାତକ ଯେ ହସ୍ପିଟାଲରେ ବେଡ୍ ମିଳିବା କଷ୍ଟକର ହେଉଛି ଏବଂ ଏହା ଅକଳ୍ପନୀୟ । ଏଥିପାଇଁ ମୁଁ ଅଧିକରୁ ଅଧିକ ଲୋକଙ୍କୁ ସହୟତା କରିବା ପାଇଁ ନିଜ ଫଲୋଅର୍ସଙ୍କୁ ସ୍ୱେଚ୍ଛାସେବୀ ଭାବେ ବ୍ୟବହାର କରୁଛି । ଯେଉଁମାନେ ପ୍ଲାଜମା, ବେଡ୍ କିମ୍ବା ଆବଶ୍ୟକ ମେଡିସିନର ବନ୍ଦୋବସ୍ତ କରିପାରୁନାହାନ୍ତି, ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବା ମୋର ଲକ୍ଷ୍ୟ । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ମୁଁ ଭବିଷ୍ୟତରେ ଅଧିକ ସେବା କରିବାକୁ ଚାହୁଁଛି ।

ବିହାରୀ କହିଛନ୍ତି, ମୁଁ ସ୍ୱୟଂ ଏହି ଟିମ୍ ପ୍ରସ୍ତୁତ କରିଛି। ଏହା ଭଲ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଲୋକେ ମଧ୍ୟ ଏଥିରୁ ପ୍ରେରଣା ପାଉଛନ୍ତି ଏବଂ ମୋତେ ସହାୟତା କରୁଛନ୍ତି । ମୋ ସହ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ୧୦୦ ସ୍ୱେଚ୍ଛାସେବୀ ଯୋଡ଼ି ହୋଇଛନ୍ତି । ସେମାନଙ୍କ କଠିନ ପରିଶ୍ରମ ଦ୍ୱାରା ଆମେ କିଛି କରିପାରୁଛୁ। ଏହି ଗ୍ରୁପରେ ମୋ ପତ୍ନୀ, ଭଉଣୀ ଓ କିଛି ସାଥୀ ଖେଳାଳି ସାମିଲ୍ ଅଛନ୍ତି।

ବର୍ତ୍ତମାନ ବିହାରୀ ଇଂଲଣ୍ଡରେ ଅଛନ୍ତି ଓ କାଉଣ୍ଟି କ୍ରିକେଟ୍ ଖେଳୁଛନ୍ତି । ଆଗାମୀ ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଦଳରେ ସାମିଲ୍ ଅଛନ୍ତି । ଭାରତ ଜୁନ୍ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ଖେଳିବ। ଏହା ପରେ ଭାରତ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story