ବାର୍ଷିକ ଆଇସିସି ରାଙ୍କିଙ୍ଗ: ଟି-୨୦ରେ ଭାରତ ଓ ଟେଷ୍ଟରେ ଅଷ୍ଟ୍ରେଲିଆ ନଂ ୧

ଦୁବାଇ: ନୂଆ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଟିମ୍‌ ଇଣ୍ଡିଆ ଟି-୨୦ରେ ୧ନଂ ସ୍ଥାନରେ ରହି ବର୍ଷ ଶେଷ କରିଛି। ଘରୋଇ ସିରିଜ୍‌ରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିବାରୁ ୨୦୨୧-୨୨ ସିଜିନରେ ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି। ଆଜି ଆଇସିସି ପକ୍ଷରୁ ବାର୍ଷିକ ଟିମ୍ ରାଙ୍କିଙ୍ଗ ଜାରି କରାଯାଇଛି। ବାର୍ଷିକ ରାଙ୍କିଙ୍ଗର କଟ୍ ଅଫ ତାରିଖ ମେ’ ୪ ରହିଥିଲା। ଏହାପୂର୍ବରୁ ହୋଇଥିବା ମ୍ୟାଚର ପ୍ରଦର୍ଶନକୁ ଆଧାର କରି ଆଇସିସି ଟି-୨୦, ଟେଷ୍ଟ ଓ […]

India

Hemant Lenka
  • Published: Wednesday, 04 May 2022
  • , Updated: 04 May 2022, 03:29 PM IST

ଦୁବାଇ: ନୂଆ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଟିମ୍‌ ଇଣ୍ଡିଆ ଟି-୨୦ରେ ୧ନଂ ସ୍ଥାନରେ ରହି ବର୍ଷ ଶେଷ କରିଛି। ଘରୋଇ ସିରିଜ୍‌ରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିବାରୁ ୨୦୨୧-୨୨ ସିଜିନରେ ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି। ଆଜି ଆଇସିସି ପକ୍ଷରୁ ବାର୍ଷିକ ଟିମ୍ ରାଙ୍କିଙ୍ଗ ଜାରି କରାଯାଇଛି। ବାର୍ଷିକ ରାଙ୍କିଙ୍ଗର କଟ୍ ଅଫ ତାରିଖ ମେ’ ୪ ରହିଥିଲା। ଏହାପୂର୍ବରୁ ହୋଇଥିବା ମ୍ୟାଚର ପ୍ରଦର୍ଶନକୁ ଆଧାର କରି ଆଇସିସି ଟି-୨୦, ଟେଷ୍ଟ ଓ ଦିନିକିଆ ରାଙ୍କିଙ୍ଗ ଜାରି କରିଛି।

ଟି-୨୦ରେ ଭାରତ ୧ନଂ ସ୍ଥାନରେ ଥିବା ବେଳେ ଟେଷ୍ଟରେ କିନ୍ତୁ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଦଖଲ କରିଛି। ୧ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଠାରୁ ଭାରତ ୯ ପଏଣ୍ଟ ପଛରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହି ବର୍ଷ ଶେଷ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଜୁନ୍‌ ମାସରେ ଖେଳା ଯିବାର ଅଛି। ଏହି ସିରିଜ୍‌ ୨୦୨୧ରେ ଆରମ୍ଭ ହୋଇଥିଲା। କିନ୍ତୁ କରୋନା ଯୋଗୁ ଶେଷ ଟେଷ୍ଟଟି ଖେଳଯାଇନି। ଏହି ମ୍ୟାଚ୍‌ଟି ଖେଳାଯିବା ପରେ ଏହାକୁ ୨୦୨୧-୨୨ ଟେଷ୍ଟ ରାଙ୍କିଙ୍ଗରେ ଯୋଡ଼ାଯିବ ବୋଲି ଆଇସିସି କହିଛି।

ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଥିବା ଭାରତ ଠାରୁ ୯ ପଏଣ୍ଟ ଅଧିକ ପାଇଛି। ପାକିସ୍ତାନ ମଧ୍ୟ ଇଂଲଣ୍ଡକୁ ପଛରେ ପକାଇ ଆଇସିସିର ବାର୍ଷିକ ଟେଷ୍ଟ ରାଙ୍କିଙ୍ଗର ୫ମ ସ୍ଥାନରେ ପହଞ୍ଚି ଯାଇଛି। ଭାରତ ଟେଷ୍ଟ ରାଙ୍କିଙ୍ଗରେ ଅଧିକ ଗୋଟିଏ ପଏଣ୍ଟ ପାଇଛି। ଏବେ ଭାରତର ପଏଣ୍ଟ ସଂଖ୍ୟା ୧୧୯ ରହିଛି। ତେବେ ଇଂଲଣ୍ଡ ୯ ପଏଣ୍ଟ ହରାଇ ରାଙ୍କିଙ୍ଗରେ ତଳକୁ ଖସିଛି। ଏବେ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ୮୮ ରହିଛି। ୧୯୯୫ ପରେ ପ୍ରଥମଥର ପାଇଁ ବାର୍ଷିକ ରାଙ୍କିଙ୍ଗରେ ଇଂଲଣ୍ଡ ଏତେ କମ ପଏଣ୍ଟ ପାଇଛି। ଟେଷ୍ଟ ରାଙ୍କିଙ୍ଗର ୩ୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ଓ ୪ର୍ଥରେ ଦକ୍ଷିଣ ଆଫ୍ରିକା ରହିଛି। ଇଂଲଣ୍ଡ ୬ଷ୍ଠ ସ୍ଥାନକୁ ଖସିଛି।

ଟି-୨୦ ଭାରତର ଦବଦବା ଜାରି ରହିଛି। ଭାରତ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ଠାରୁ ୫ ପଏଣ୍ଟ ଅଧିକ ପାଇଛି। ପାକିସ୍ତାନ ୨୬୧ ପଏଣ୍ଟ ସହ ତୃତୀୟ, ୨୫୩ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୪ର୍ଥ ଓ ଅଷ୍ଟ୍ରେଲିଆ ୨୫୧ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଆଫଗାନିସ୍ତାନ ୧୦, ଶ୍ରୀଲଙ୍କା ୯, ବାଂଲାଦେଶ ୮, ୱେଷ୍ଟଇଣ୍ଡିଜ ୭ ଓ ନ୍ୟୁଜିଲ୍ୟାଣ୍ଡ ୬ଷ୍ଠ ସ୍ଥାନରେ ରହିଛନ୍ତି।

ଦିନିକିଆରେ ନ୍ୟୁଜିଲ୍ୟାଣ୍ତ ୧ନଂ ସ୍ଥାନରେ ରହିଛି। ତେବେ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ଠାରୁ ନ୍ୟୁଜିଲ୍ୟାଣ୍ଡ କେବଳ ୧ ପଏଣ୍ଟ ଅଧିକ ପାଇଛି। ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ସଂଖ୍ୟା ୧୨୫ ଓ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ୧୨୪ ରହିଛି। ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ଥିବା ବେଳେ ଭାରତ ୪ର୍ଥ ଓ ପାକିସ୍ତାନ ୫ମ ସ୍ଥାନରେ ରହିଛି।

Related story