‘ବିରାଟ କୋହଲିଙ୍କୁ ‘ଡ୍ରପ୍‌’ କରିବାକୁ ଭାରତରେ ଚୟନକର୍ତ୍ତା ଜନ୍ମ ହୋଇନାହାନ୍ତି’

ଲଣ୍ଡନ: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ସଂଘର୍ଷ ଜାରି ରହିଛି। ସେ କ୍ରମାଗତ ଭାବେ ଫେଲ ମାରୁଥିବାରୁ ତାଙ୍କୁ ଭାରତୀୟ ଟିମ୍‌ରୁ ବାଦ ଦେବାକୁ ଅନେକ ମତ ମଧ୍ୟ ଦେଉଛନ୍ତି। ତଥାପି ତାଙ୍କୁ ଟିମ ମ୍ୟାନେଜମେଣ୍ଟ କ୍ରମାଗତ ଭାବେ ସୁଯୋଗ ଦେଇ ଆସୁଛି। ଏସବୁ ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲତିଫ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦେବାକୁ ଭାରତରେ କୌଣସି ଚୟନକର୍ତ୍ତା ଜନ୍ମ ନେଇ ନଥିବା […]

Virat

Hemant Lenka
  • Published: Friday, 15 July 2022
  • , Updated: 15 July 2022, 06:40 PM IST

ଲଣ୍ଡନ: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ସଂଘର୍ଷ ଜାରି ରହିଛି। ସେ କ୍ରମାଗତ ଭାବେ ଫେଲ ମାରୁଥିବାରୁ ତାଙ୍କୁ ଭାରତୀୟ ଟିମ୍‌ରୁ ବାଦ ଦେବାକୁ ଅନେକ ମତ ମଧ୍ୟ ଦେଉଛନ୍ତି। ତଥାପି ତାଙ୍କୁ ଟିମ ମ୍ୟାନେଜମେଣ୍ଟ କ୍ରମାଗତ ଭାବେ ସୁଯୋଗ ଦେଇ ଆସୁଛି। ଏସବୁ ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲତିଫ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦେବାକୁ ଭାରତରେ କୌଣସି ଚୟନକର୍ତ୍ତା ଜନ୍ମ ନେଇ ନଥିବା ଲତିଫ କହିଛନ୍ତି।

ବିରାଟ କୋହଲି ଆହତ ଯୋଗୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳି ନଥିଲେ। ଦ୍ୱିତୀୟ ଦିନିକିଆରେ ସେ କମବ୍ୟାକ କରିଥିଲେ ମଧ୍ୟ କେବଳ ୨୫ ବଲରେ ୧୬ ରନ କରିପାରିଛନ୍ତି। ଏହାପୂର୍ବରୁ ଟେଷ୍ଟ ଓ ଟି-୨୦ ସିରିଜରେ ମଧ୍ୟ ବିରାଟ ଫେଲ ମାରିଥିଲେ। ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ମଧ୍ୟ ନାହାନ୍ତି। ତାଙ୍କୁ କାହିଁକି ସ୍କ୍ୱାଡରୁ ବାଦ ଦିଆଗଲା ସେକଥା ସ୍ପଷ୍ଟ ଭାବେ ବିସିସିଆଇ କିଛି ବି କହିନି। କିନ୍ତୁ ପିଟିଆଇ କହିଛି ଯେ କୋହଲିଙ୍କୁ ବିସିସିଆଇ ବିଶ୍ରାମ ଦେଇଛି।

ବିରାଟ ଫେଲ ମାରୁଥିବାରୁ ଅନେକ ପୂର୍ବତନ କ୍ରିକେଟର ଓ ସାଧାରଣ ଲୋକ ତାଙ୍କୁ ରଣଜୀ ଖେଳିବାକୁ ପରାମର୍ଶ ଦେଉଛନ୍ତି। ଏହିକ୍ରମରେ ଲତିଫ କହିଛନ୍ତି, “ଭାରତରେ ଏଯାଏ ଏମିତି କେହି ଚୟନକର୍ତ୍ତା ଜନ୍ମ ହୋଇନାହାନ୍ତି, ଯିଏ ବିରାଟ କୋହଲିଙ୍କୁ ଡ୍ରପ୍‌ କରିପାରିବେ। କୌଣସି ଚୟନକର୍ତ୍ତାଙ୍କର ଏଥିପାଇଁ ସାହାସ ନାହିଁ।”

ବିରାଟ ଫର୍ମ ପାଇଁ ସଂଘର୍ଷ କରୁଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ପାକିସ୍ତାନ ଅଧିନାୟକ ବାବର ଆଜମ ତାଙ୍କୁ ସମର୍ଥନ କରିଛନ୍ତି। ବାବର ଆଜାମ ଟ୍ୱିଟ କରି କହିଛନ୍ତି ଯେ “ଏହି ସମୟ ମଧ୍ୟ ଅତିକ୍ରମ କରିଯିବ। ଧୈର୍ଯ୍ୟ ରଖ।”

Related story