ବିଜୟ ହଜାରେ ଟ୍ରଫି ପାଇଁ ୮ ନୂଆ ମୁହଁ, ଶାନ୍ତନୁ କ୍ୟାପଟେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୦ ତାରିଖରୁ ବେଙ୍ଗାଲୁରୁରେ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ମହତ୍ତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଓଡ଼ିଶା ସିନିୟର ଦଳର ଚୟନ କରାଯାଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ୨୨ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ଯୁବ ବ୍ୟାଟ୍ସମ୍ୟାନ୍ ଶାନ୍ତନୁ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଟିମରେ ୮ଜଣ ନୂଆ […]

shantanu

Ranjit Kumar Jena
  • Published: Wednesday, 10 February 2021
  • , Updated: 11 February 2021, 02:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୦ ତାରିଖରୁ ବେଙ୍ଗାଲୁରୁରେ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ମହତ୍ତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଓଡ଼ିଶା ସିନିୟର ଦଳର ଚୟନ କରାଯାଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ୨୨ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି।

ଟିମର କ୍ୟାପଟେନ୍ ଭାବେ ଯୁବ ବ୍ୟାଟ୍ସମ୍ୟାନ୍ ଶାନ୍ତନୁ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଟିମରେ ୮ଜଣ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଥିବା ବେଳେ ଅଧିକାଂଶ ସିନିୟର ଖେଳାଳିଙ୍କୁ ବାଦ୍ ଦିଆଯାଇଛି। ନୂଆ ଚେହେରାଙ୍କ ମଧ୍ୟରେ ରାମଚନ୍ଦ୍ର ବେହେରା, କାର୍ତ୍ତିକ ବିଶ୍ୱାଳ, ବି ଶିବ, ସୌରଭ କନୋଜିଆ, ରାକେଶ ପଟ୍ଟନାୟକ, ହର୍ଷିତ ରାଠୋର, ବିକାଶ ରାଉତ ଓ ଅମ୍ରିତ ଖଟୁଆଙ୍କୁ ସାମିଲ୍ କରାଯାଇଛି।

ସେହିପରି ଟିମରୁ ସିନିୟର ଖେଳାଳି ଯଥା ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାରଙ୍କୁ ବାଦ୍ ଦିଆଯାଇଛି। ଦଳରେ ଦୁଇଜଣ ୱିକେଟ୍ କିପର ଯଥା ରାଜେଶ ଧୂପର ଓ ପ୍ରବୀଣ ଲୋହଙ୍କୁ ସୁଯୋଗ ମିଳିଛି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ କେରଳକୁ ୨୦ ତାରିଖରେ ଭେଟିବ। ଏହା ପରେ ୨୨ରେ ରେଲୱେକୁ, ୨୪ରେ କର୍ଣ୍ଣାଟକ, ୨୬ରେ ବିହାର ଓ ୨୮ରେ ଉତ୍ତର ପ୍ରଦେଶକୁ ଭେଟିବ।

ଓଡ଼ିଶା ସ୍କ୍ୱାଡ୍: ଶାନ୍ତନୁ ମିଶ୍ର (କ୍ୟାପଟେନ୍), ସନ୍ଦୀପ ପଟ୍ଟନାୟକ, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ଗୌରବ ଚୌଧୁରୀ, ରାମଚନ୍ଦ୍ର ବେହେରା, ଅମ୍ରିତ ଖଟୁଆ, କାର୍ତ୍ତିକ ବିଶ୍ୱାଳ, ରାଜେଶ ଧୂପର (ୱିକେଟକିପର), ପ୍ରବୀଣ ଲୋହା (ୱିକେଟକିପର), ଅଙ୍କିତ ଯାଦବ, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ତରଣୀ ସା', ବି. ଶିବ, ହର୍ଷିତ ରାଠୋର, ସୌରଭ କନୋଜିଆ, ବିକାଶ ରାଉତ, ପ୍ରୟାସ ସିଂହ ଠାକୁର।

କୋଚ୍ ଓ ସପୋର୍ଟିଙ୍ଗ୍ ଷ୍ଟାଫ୍: ରଶ୍ମିରଞ୍ଜନ ପରିଡ଼ା (ମୁଖ୍ୟ କୋଚ୍), ଦୀପକ ମଙ୍ଗରାଜ (ବୋଲିଂ କୋଚ୍), ଗୌତମ ଗୋପଳ (ଫିଲ୍ଡିଂ କୋଚ୍), ଅଶ୍ୱିନ୍ କୁମାର ରବି (ଫିଜିଓ), ଅମୀୟ ମହାନ୍ତି (ଏସ୍ ଆଣ୍ଡ ସି କୋଚ୍), ଶାରଦା ବିଶ୍ୱାଳ (ଟେକ୍ନିକାଲ୍ ଆନାଲିଷ୍ଟ), ଗୌତମ ଗଜପତି (ମ୍ୟାନେଜର), ପ୍ରଭଞ୍ଜନ ମଲ୍ଲିକ୍ (ପର୍ଯ୍ୟବେକ୍ଷକ), ସିଦ୍ଧାର୍ଥ ଶଙ୍କର (ଡାକ୍ତର)।

Related story