ସେହୱାଗ-ଗମ୍ଭୀରଙ୍କ ସମକକ୍ଷ ହେଲେ ରୋହିତ-ରାହୁଲ

ଅବୁଧାବି: ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟସମ୍ୟାନ ଭାବେ ଆଜି ଆଫଗାନିସ୍ତାନ ବିପକ୍ଷରେ ନିଜର ଦମ୍ଭ ଦେଖାଇଛନ୍ତି। ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଠାରୁ ଆରମ୍ଭ କରି ପ୍ରମୋସନ ପାଇଁ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବି ନିଜର ଜଲୱା ଦେଖାଇଛନ୍ତି। ଫଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୨ ୱିକେଟ ହରାଇ ବିଶାଳ ୨୧୦ ରନ୍‌ କରିଛି। ତେବେ […]

Rahul

Hemant Lenka
  • Published: Wednesday, 03 November 2021
  • , Updated: 03 November 2021, 09:53 PM IST

ଅବୁଧାବି: ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟସମ୍ୟାନ ଭାବେ ଆଜି ଆଫଗାନିସ୍ତାନ ବିପକ୍ଷରେ ନିଜର ଦମ୍ଭ ଦେଖାଇଛନ୍ତି। ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଠାରୁ ଆରମ୍ଭ କରି ପ୍ରମୋସନ ପାଇଁ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବି ନିଜର ଜଲୱା ଦେଖାଇଛନ୍ତି। ଫଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୨ ୱିକେଟ ହରାଇ ବିଶାଳ ୨୧୦ ରନ୍‌ କରିଛି।

ତେବେ ଆଜିର ମ୍ୟାଚ୍‌ରେ ଟିମ ଇଣ୍ଡିଆର ଓପନର ରୋହିତ ଓ ରାହୁଲ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଉଭୟ ପ୍ରତିଟି ଆଫଗାନ ବୋଲରଙ୍କୁ ଆଟାକ କରି ପ୍ରଥମ ୱିକେଟ ପାଇଁ ୧୪୦ ରନ୍‌ ଭାଗିଦାରୀ କରିଥିଲେ। ରୋହିତ ୩୭ ବଲରେ ନିଜର ୨୩ତମ ଅର୍ଦ୍ଧଶତକ ଓ ରାହୁଲ ନିଜ ଟି-୨୦ କ୍ୟାରିୟରର ୧୩ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଫଳରେ ଭାରତ ୧୨ ଓଭର୍‌ରେ ୧୦୦ରୁ ଅଧିକ ରନ୍‌ ସଂଗ୍ରହ କରିପାରିଥିଲା। ରାହୁଲ ଓ ରୋହିତ ଦ୍ୱିତୀୟ ଭାରତୀୟ ଓପନିଂ ଯୋଡ଼ି ଭାବେ ବିଶ୍ୱକପରେ ୧୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାପୂର୍ବରୁ ବୀରନ୍ଦ୍ରେ ସେହୱାଗ ଓ ଗୌତମ ଗମ୍ଭୀର ବିଶ୍ୱକପରେ ସମାନ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୦୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଉଭୟ ପ୍ରଥମ ୱିକେଟ ପାଇଁ ୧୦୦ରୁ ଅଧିକ ରନ୍‌ ଯୋଡ଼ିଥିଲେ।  ତେଣୁ ରୋହିତ ଓ ରାହୁଲ ଆଜି ସେହୱାଗ-ଗମ୍ଭୀରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଅନ୍ତର୍ଜାତୀୟ ଟି-୨୦ରେ ରାହୁଲ ଓ ରୋହିତ ୪ର୍ଥ ଥର ପାଇଁ ୧୦୦ରୁ ଅଧିକ ରନ୍‌ ଯୋଡ଼ିଛନ୍ତି। ଏହି ମାମଲାରେ ପାକିସ୍ତାନର ବାବର ଆଜମ ଓ ମହମ୍ମଦ ରିଜୱାନ ଆଗରେ ରହିଛନ୍ତି। ସେମାନେ ପାକିସ୍ତାନ ପାଇଁ ୫ଥର ୧୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାବାଦ ରୋହିତ ଓ ଶିଖର ଧୱନ ମଧ୍ୟ ଟି-୨୦ରେ ୪ଥର ଓ ମାର୍ଟିନ ଗପ୍ଟିଲ ଏବଂ କେନ୍‌ ୱିଲିୟମସନ ମଧ୍ୟ ଟି-୨୦ରେ ସମାନ ୪ଥର ପାଇଁ ୧୦୦ରୁ ଅଧିକ ରନ୍‌ର ଭାଗିଦାରୀ କରିଛନ୍ତି।

Related story