‘ପାକିସ୍ତାନ ନୁହେଁ, ମୁମ୍ବାଇରୁ ପଠାଯାଇଥିଲା ନ୍ୟୁଜିଲ୍ୟାଣ୍ଡକୁ ଧମକଭରା ଇ-ମେଲ’

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ପାକିସ୍ତାନ ବିପକ୍ଷ ସିରିଜକୁ ଠିକ୍ ସମୟରେ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ପରେ ଆୟୋଜକ ଦେଶ ପାକିସ୍ତାନ ପୂରା ବିଳିବିଳେଇଛି। ନ୍ୟୁଜିଲ୍ୟାଣ୍ଡ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଗସ୍ତ ବାତିଲ କରିଥିବା କହୁଛି। ଏପରିକି ନ୍ୟୁଜିଲ୍ୟାଣ୍ଡକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିବା ମଧ୍ୟ କହିଛି। ଏବେ ଏହି ମାମଲାରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଭାରତ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡକୁ ଧମକପୂର୍ଣ୍ଣ […]

fawad-chaudhry

fawad-chaudhry

Ranjit Kumar Jena
  • Published: Wednesday, 22 September 2021
  • Updated: 23 September 2021, 03:25 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ପାକିସ୍ତାନ ବିପକ୍ଷ ସିରିଜକୁ ଠିକ୍ ସମୟରେ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ପରେ ଆୟୋଜକ ଦେଶ ପାକିସ୍ତାନ ପୂରା ବିଳିବିଳେଇଛି। ନ୍ୟୁଜିଲ୍ୟାଣ୍ଡ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଗସ୍ତ ବାତିଲ କରିଥିବା କହୁଛି। ଏପରିକି ନ୍ୟୁଜିଲ୍ୟାଣ୍ଡକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିବା ମଧ୍ୟ କହିଛି। ଏବେ ଏହି ମାମଲାରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଭାରତ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡକୁ ଧମକପୂର୍ଣ୍ଣ ଇ-ମେଲ୍ ମୁମ୍ବାଇରୁ ପଠାଯାଇଥିଲା।

ଫୱାଦ ଚୌଧୁରୀ କହିଛନ୍ତି ଯେ ଧମକ ମିଳିବା ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ସେତେଟା ପ୍ରଭାବିତ ହୋଇନଥିଲା, କାରଣ ମଇଦାନ ଓ ହୋଟେଲ ପୂରା ସୁରକ୍ଷିତ ଥିଲା। ସେ କହିଛନ୍ତି ଯେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନ୍ୟୁଜିଲ୍ୟାଣ୍ଡ ପିଏମଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି, ଫର୍ଜି ସୋଶାଲ ମିଡିଆ ଧମକକୁ ପୂର୍ବତନ ଟିଟିପି କମାଣ୍ଡର ଏହସାନୁଲ୍ଲା ଏହସାନଙ୍କ ନାଁରେ ପଠାଯାଇଥିଲା। ଏହି ପୋଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଉପରେ ହମଲା କରିବାକୁ ଧମକ ଦିଆଯାଇଥିଲା।

ଚୌଧୁରୀ ଜଣେ ଭାରତୀୟ ସାମ୍ବାଦିକଙ୍କ ଉପରେ ମଧ୍ୟ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୪ ତାରିଖରେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ମାର୍ଟିନ ଗପ୍ଟିଲଙ୍କ ପତ୍ନୀଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ଏହାକୁ ତେହରିକ୍-ଏ-ଲବେକ ନାମରେ ପଠାଯାଇଥିଲା। ଏଥିରେ ଗପ୍ଟିଲଙ୍କୁ ହତ୍ୟା କରିବା ଧମକ ଦିଆଯାଇଥିଲା। ମାର୍ଟିନ ଗପ୍ଟିଲ ସେତେବେଳେ ପାକିସ୍ତାନରେ ଥିଲେ। ସେ କହିଛନ୍ତି ଯେ ତଦନ୍ତରୁ ଜଣାପଡ଼ିଲା ଯେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ବାତିଲ ହେବା ପରେ ଆଉ ଏକ ଇ-ମେଲ୍ ପଠାଯାଇଥିଲା, ଯାହା ହଜମା ଆଫ୍ରିଦିଙ୍କ ନାଁରେ ଥିଲା। ଆଉ ଏହି ଇ-ମେଲ୍ ଆଇଡି ଭାରତରୁ ଆସିଥିଲା।

ସେ ଦାବି କରିଛନ୍ତି ଯେ ଏହି ଇ-ମେଲ ଆଇଡି ଭାରତରେ ତିଆରି ହୋଇଥିଲା ଏବଂ ସିଙ୍ଗାପୁରର ଏକ ଆଇପି ଠିକଣାରେ ପଠାଯାଇଛି। ଫୱାଦ କହିଛନ୍ତି ଯେ ଭାରତରେ ଇ-ମେଲ୍ ଆଇଡିକୁ ଯେଉଁ ଡିଭାଇସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା, ସେଥିରେ ଆହୁରି ୧୩ଟି ଇ-ମେଲ ଆଇଡି କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ଭାରତୀୟ ଅଭିନେତା ଏବଂ ସିରିଏଲର ତାରକାଙ୍କ ନାମରେ ରହିଛି। ଚୌଧୁରୀ କହିଛନ୍ତି ଯେ ଯେଉଁ ଡିଭାଇସରୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳକୁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଥିଲା, ତାହା ମହାରାଷ୍ଟ୍ରର ବାସିନ୍ଦାଓମ୍ ପ୍ରକାଶ ମିଶ୍ରଙ୍କ ନାମରେ ଅଛି।

ଫୱାଦ କହିଛନ୍ତି ଯେ ଏହା ଭାରତ ସହ ଏକ ମଜଭୁତ୍ ଲିଙ୍କ ଥିବା ଦର୍ଶାଉଛି। ସେ କହିଛନ୍ତି, ନକଲି ଇ-ମେଲ ଆଇଡି hamzaafridi7899@gmail.com ନାମରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ଧମକ ଦିଆଯାଇଥିଲା। ଏହି ଧମକପୂର୍ଣ୍ଣ ଇ-ମେଲ ମହାରାଷ୍ଟ୍ରରୁ ପଠାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story