ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ଅବୁଧାବି: ସୁପର ଶନିବାରରେ ଆଇପିଏଲରେ ଆଜି ଡବଲ ଲଢ଼େଇ ହେବ। ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହେବେ। ଅବୁଧାବିରେ ଅନୁଷ୍ଠିତ ହେଉଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ଅଧିନାୟ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବ। ବର୍ତ୍ତମାନ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ […]

RR

Hemant Lenka
  • Published: Saturday, 25 September 2021
  • , Updated: 25 September 2021, 03:14 PM IST

ଅବୁଧାବି: ସୁପର ଶନିବାରରେ ଆଇପିଏଲରେ ଆଜି ଡବଲ ଲଢ଼େଇ ହେବ। ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହେବେ।

ଅବୁଧାବିରେ ଅନୁଷ୍ଠିତ ହେଉଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ଅଧିନାୟ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବ। ବର୍ତ୍ତମାନ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୫ମରେ ରହିଛି। ରାଜସ୍ଥାନ ଏହି ମ୍ୟାଚ୍ ଜିତିଲେ ଟପ୍ ୪ରେ ପ୍ରବେଶ କରିପାରିବ।

ସଞ୍ଜୁ ସାମସନଙ୍କ ଦଳ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଭଲ ଲୟରେ ଥିବା ଇଭିନ ଲୁଇସଙ୍କ ବଦଳରେ ଡାଭିଡ ମିଲର ଓ କ୍ରିସ ମୋରିସଙ୍କ ବଦଳରେ ତାବ୍ରିଜ ଶାମସିଙ୍କୁ ସୁଯୋଗ ମିଳିଛି। ଗତ ମ୍ୟାଚରେ ଦଳ ପଞ୍ଜାବକୁ ରୋମାଞ୍ଚକର ଢଙ୍ଗରେ ହରାଇଥିଲା। ତଥାପି ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛି।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମାର୍କସ ଷ୍ଟୋଇନିସଙ୍କ ବଦଳରେ ସ୍ପିନର ଲଳିତ ଯାଦବଙ୍କୁ ସୁଯୋଗ ମିଳିଛି। ଏହାର ଅର୍ଥ ଷ୍ଟିଭ ସ୍ମିଥ ଆଜି ବି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇ ନାହାନ୍ତି। ଦିଲ୍ଲୀ ୩ ବିଦେଶୀ ଖେଳାଳିଙ୍କ ସହ ଆଜି ମୈଦାନକୁ ଓହ୍ଲାଇଛି।

ଗତ ମ୍ୟାଚ୍‌ରେ ଦିଲ୍ଲୀ ବେଶ ସହଜରେ ହାଇଦ୍ରାବାଦକୁ ହରାଇଥିଲା। ଆଜି ଦଳ ବିଜୟ ହେଲେ ପୁଣି ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯିବ।

Related story