ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ଆରସିବି, ଓପନ କରିବେ ବିରାଟ

ପୁଣେ: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ। ଗତ ମ୍ୟାଚ୍‌ରେ ଆରିସିବି ପ୍ରତିପକ୍ଷ ହାଇଦ୍ରାବାଦ ଠାରୁ ୯ ୱିକେଟରେ ହାରିଥିଲା। ଏହାକୁ ଭୁଲି ଦଳ ଆଜି ନୂଆ ଜୋଶ ସହ ମୈଦାନକୁ ଓହ୍ଲାଇଛି। ସେହିପରି ରାଜସ୍ଥାନ ତା’ର ଶେଷ […]

Virat

Hemant Lenka
  • Published: Tuesday, 26 April 2022
  • , Updated: 26 April 2022, 07:16 PM IST

ପୁଣେ: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ। ଗତ ମ୍ୟାଚ୍‌ରେ ଆରିସିବି ପ୍ରତିପକ୍ଷ ହାଇଦ୍ରାବାଦ ଠାରୁ ୯ ୱିକେଟରେ ହାରିଥିଲା। ଏହାକୁ ଭୁଲି ଦଳ ଆଜି ନୂଆ ଜୋଶ ସହ ମୈଦାନକୁ ଓହ୍ଲାଇଛି।

ସେହିପରି ରାଜସ୍ଥାନ ତା’ର ଶେଷ ଦୁଇଟି ମ୍ୟାଚରୁ ଦୁଇଟି ଯାକ ଜିତିଛି। ପଏଣ୍ଟ ଟେବୁଲରେ ଦଳ ତୃତୀୟ ସ୍ଥାନରେ ରହିଥିବା ବେଳେ ଆରସିବି ୫ମରେ ରହିଛି। ଯଦି ଆଜି ରାଜସ୍ଥାନ ଜିତିବ, ତା’ହେଲେ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଜିର ମ୍ୟାଚ୍‌ରେ ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅନୁଜ ରାୱତଙ୍କ ବଦଳରେ ରଜତ ପଟିଦାରଙ୍କୁ ସୁଯୋଗ ମିଳିଛି। ସେହିପରି କ୍ରମାଗତ ବିଫଳ ହେଉଥିବା ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ଡୁପ୍ଲେସିସିଙ୍କ ସହ ଇନିଂସ ଆରମ୍ଭ କରିବେ। ପୂର୍ବରୁ ସେ ୩ନଂରେ ବ୍ୟାଟିଂ କରୁଥିଲେ।

ଅନ୍ୟପକ୍ଷରେ ରାଜସ୍ଥାନ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। କରୁଣ ନାୟରଙ୍କ ବଦଳରେ ନ୍ୟୁଜିଲ୍ୟାଣ୍ଡ ଖେଳାଳି ଡାରୟଲ ମିଚେଲ ଏବଂ ଓବେଡ ମ୍ୟାକକୋୟଙ୍କ ବଦଳରେ କୁଲଦୀପ ସେନ ଟିମ୍‌ରେ ସୁଯୋଗ ପାଇଛନ୍ତି।

Related story