ଇଂଲଣ୍ଡ ବିପକ୍ଷରେ ପନ୍ତଙ୍କ ଲଢ଼ୁଆ ଶତକ ଓ ଜାଡେଜାଙ୍କ ଅର୍ଦ୍ଧଶତକ

ଏଜବାଷ୍ଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥିଗତି ଥିବା ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଚମକିଛନ୍ତି ଋଷଭ ପନ୍ତ। ଟସ୍‌ ହାରି ପ୍ରଥମ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆକୁ ବିପର୍ଯ୍ୟୟର ଉଦ୍ଧାର କରିଛନ୍ତି ପନ୍ତ ଓ ରବୀନ୍ଦ୍ର ଜାଡେଜା। ଉଭୟ ଲଢ଼ୁଆ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ପନ୍ତ ନିଜର ଶତକ ହାସଲ କରିଥିବା ବେଳେ ଜାଡେଜା ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ରିପୋର୍ଟ ଲେଖା ହେବା ବେଳକୁ ଟିମ୍‌ ଇଣ୍ଡିଆ ତା’ର […]

pant

Hemant Lenka
  • Published: Friday, 01 July 2022
  • , Updated: 02 July 2022, 07:13 AM IST

ଏଜବାଷ୍ଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥିଗତି ଥିବା ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଚମକିଛନ୍ତି ଋଷଭ ପନ୍ତ। ଟସ୍‌ ହାରି ପ୍ରଥମ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆକୁ ବିପର୍ଯ୍ୟୟର ଉଦ୍ଧାର କରିଛନ୍ତି ପନ୍ତ ଓ ରବୀନ୍ଦ୍ର ଜାଡେଜା। ଉଭୟ ଲଢ଼ୁଆ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି।

ପନ୍ତ ନିଜର ଶତକ ହାସଲ କରିଥିବା ବେଳେ ଜାଡେଜା ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ରିପୋର୍ଟ ଲେଖା ହେବା ବେଳକୁ ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୨୮୯ ରନ୍‌ କରିଛି। ପନ୍ତ ୧୨୯ ଓ ଜାଡେଜା ୫୫ ରନ୍‌ କରି ବ୍ୟାଟିଂ ଜାରି ରଖିଛନ୍ତି। ପନ୍ତ ମାତ୍ର ୮୯ଟି ବଲ ଖେଳି ନିଜ ଟେଷ୍ଟ କ୍ୟାରିୟରର ୫ମ ଶତକ ହାସଲ କରି ନିଜର ଜଲୱା ଦେଖାଇଛନ୍ତି।

ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କରୋନା ଯୋଗୁ ରୋହିତ ଶର୍ମା ଆଜିର ମ୍ୟାଚ୍‌ ଖେଳୁ ନଥିବାରୁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜି ଦଳର କମାଣ ସମ୍ଭାଳିଛନ୍ତି। ସେ ତାଙ୍କ କ୍ୟାପ୍ଟେନ୍ସର ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରିବାରୁ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା।

ଦଳ ପାଇଁ ଶୁବମନ ଗିଲଙ୍କ ସହ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଗିଲ ମାତ୍ର ୧୭ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ପୂଜାରା(୧୩) ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଭାରତ ସଅଳ ଦୁଇ ୱିକେଟ ହରାଇଥିବା ବେଳେ ବର୍ଷା ବାଧକ ସାଜିଥିଲା। ଏଥିସହ ଆଗୁଆ ଲଞ୍ଚ ମଧ୍ୟ ଘୋଷଣା ହୋଇଥିଲା।

ଲଞ୍ଚ ପରେ ଇଂଲିଶ ଟିମର ଯୁବ ଦ୍ରୁତ ବୋଲର ମାଥ୍ୟୁ ପଟ୍ଟସ ଭାରତକୁ ଯୁଗଳ ଝଟକା ଦେଇଥିଲେ। ସେ ପ୍ରଥମେ ହନୁମା ବିହାରୀ(୨୦) ଓ ପରେ ବିରାଟ କୋହଲି(୧୧)ଙ୍କୁ ଆଉଟ କରି ଦେଇଥିଲେ। ଶ୍ରେୟସ(୧୫) ଆଣ୍ଡରସନଙ୍କ ତୃତୀୟ ଶିକାର ବନିଥିଲେ। ମାତ୍ର ୯୮ ରନ୍‌ରେ ଭାରତୀୟ ଟିମ୍‌ ୫ ଜଣ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା।

କିନ୍ତୁ ଅଭ୍ୟାସ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ପନ୍ତ ହାର ମାନିବା ମୁଡରେ ନଥିଲେ। ସେ ଦମଦାର ବ୍ୟାଟିଂ କରି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କୁ ରବୀନ୍ଦ୍ର ଜାଡେଜା ଭରପୂର ସହଯୋଗ କରିଥିଲେ। ପନ୍ତ ୮୯ଟି ବଲରେ ଶତକ ହାସଲ କରିବା କରିଥିବା ବେଳେ ଜାଡେଜା ୧୦୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

ଉଭୟ ୬ଷ୍ଠ ୱିକେଟ ପାଇଁ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବାକୁ ବେଳକୁ ପନ୍ତ ୧୦୦ ବଲରେ ୧୨୯ ଓ ଜାଡେଜା ୧୨୭ ବଲରେ ୫୫ ରନ କରିଛନ୍ତି। ପନ୍ତ ତାଙ୍କ ଇନିଂସରେ ୧୭ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଜାଡେଜା ମଧ୍ୟ ୭ଟି ଚୌକା ମାରି କ୍ରିଜ୍‌ରେ ମହଜୁଦ ଅଛନ୍ତି।

Related story