ବୀରେନ୍ଦ୍ର ସେହୱାଗଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ଲେ ଅଫରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ଅତିକମରେ ଆଉ ଗୋଟିଏ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଯଦି ଦଳ ଏହା କରିପାରୁଛି, ତା’ହେଲେ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ପ୍ଲେ ଅଫ ଖେଳିବାକୁ ସୁଯୋଗ ପାଇବ। ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ନାଁରେ ଆଇପିଏଲ ଖେଳୁଥିବା ଏହି ଦଳ ନିଜ ନାଁକୁ ବଦଳାଇ ଦିଲ୍ଲୀ କ୍ୟାପିଟାଲ୍ସ କରିଛି। ନାଁ ବଦଳିବା ସହ ଦଳ କ୍ରମାଗତ ଭାବେ […]

DC

DC

Hemant Lenka
  • Published: Wednesday, 29 September 2021
  • Updated: 29 September 2021, 04:41 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ଲେ ଅଫରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ଅତିକମରେ ଆଉ ଗୋଟିଏ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଯଦି ଦଳ ଏହା କରିପାରୁଛି, ତା’ହେଲେ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ପ୍ଲେ ଅଫ ଖେଳିବାକୁ ସୁଯୋଗ ପାଇବ।

ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ନାଁରେ ଆଇପିଏଲ ଖେଳୁଥିବା ଏହି ଦଳ ନିଜ ନାଁକୁ ବଦଳାଇ ଦିଲ୍ଲୀ କ୍ୟାପିଟାଲ୍ସ କରିଛି। ନାଁ ବଦଳିବା ସହ ଦଳ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଚାଲିଛି। ଗତ ସଂସ୍କରଣରେ ଦିଲ୍ଲୀ ପ୍ରଥମଥର ପାଇଁ ଫାଇନାଲ ମଧ୍ୟ ଖେଳିଥିଲା। କିନ୍ତୁ ଦଳକୁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରି ଯାଇଥିଲା।

ଚଳିତ ବର୍ଷ ଦଳର କମାଣ ଋଷଭ ପନ୍ତ ଧରିଛନ୍ତି। ଗତଥର ଶ୍ରେୟସ ଆୟର ଦଳର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଆହତ କାରଣରୁ ସେ ୨୦୨୧ ଆଇପିଏଲର କିଛି ମ୍ୟାଚ୍‌ ଖେଳି ପାରି ନଥିଲେ। ତେଣୁ ପନ୍ତଙ୍କୁ ହିଁ କମାଣ ଧରିବାକୁ ଦାୟିତ୍ୱ ମିଳିଛି। ସେ ମଧ୍ୟ ଦମଦାର ପ୍ରଦର୍ଶନ କରି ଦଳକୁ ୧୧ ମ୍ୟାଚ୍‌ରୁ ୮ଟିରେ ବିଜୟ କରାଇଛନ୍ତି। ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି।

ମଙ୍ଗଳବାର ଦିଲ୍ଲୀ ଓ କେକେଆର ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ମ୍ୟାଚ୍‌ରେ ଦିଲ୍ଲୀ ହାରିଛି ସତ, କିନ୍ତୁ ପନ୍ତ ୩୯ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସ ପରେ ଦିଲ୍ଲୀ ପାଇଁ ଆଇପିଏଲରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବୀରେନ୍ଦ୍ର ସେହୱାଗଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଦିଲ୍ଲୀ ପାଇଁ ଆରମ୍ଭରୁ ଆଇପିଏଲ ଖେଳୁଥିବା ସେହୱାଗ ୮୫ଟି ଇନିଂସ୍‌ରେ ୨୩୮୨ ରନ୍‌ କରିଥିଲେ। ଏବେ ପନ୍ତ ୭୫ଟି ଇନିଂସ୍‌ରେ ୨୩୯୦ ରନ୍‌ କରି ନେଇଛନ୍ତି। ଦିଲ୍ଲୀ ପାଇଁ ପନ୍ତ ଏଯାଏ ୧୪ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି। ସେହୱାଗ ୧୭ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ବଳରେ ୨୩୮୨ ରନ୍‌ କରିଥିଲେ। ପନ୍ତ ଦିଲ୍ଲୀ ପକ୍ଷରୁ ହିଁ ସେ ନିଜର ଆଇପିଏଲ ଯାତ୍ରା ଆରମ୍ଭ କରିଥିଲେ। ୬ରୁ ବର୍ଷ ହେଲାଣି ସେ ଦିଲ୍ଲୀ ପକ୍ଷରୁ ହିଁ ଖେଳି ଆସୁଛନ୍ତି।

ଦିଲ୍ଲୀ ପାଇଁ ଆଇପିଏଲରେ ସର୍ବାଧିକ ରନ୍‌ ସଂଗ୍ରହ କରିବା ତାଲିକାର ତୃତୀୟ ସ୍ଥାନରେ ଶ୍ରେୟସ ଆୟର ଅଛନ୍ତି। ସେ ୮୨ଟି ଇନିଂସରେ ୨୨୯୧ ରନ୍‌ କରିଛନ୍ତି। ତେବେ ଦିଲ୍ଲୀ ସହ ଯୋଡ଼ି ହେବା ପରେ ଶିଖର ଧୱନ ସବୁଠାରୁ ଦ୍ରୁତଗତିରେ ରନ ସଂଗ୍ରହ କରିଛନ୍ତି।

ଶିଖର ଦିଲ୍ଲୀକୁ ଆସିବା ପୂର୍ବରୁ ଅଧିକାଂଶ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ। କିନ୍ତୁ ଆଇପିଏଲର କିଛି ସଂସ୍କରଣ ପୂର୍ବରୁ ସେ ଦିଲ୍ଲୀ ସହ ସାମିଲ ହୋଇଥିଲେ। ସେ ମାତ୍ର ୫୮ଟି ଇନିଂସ୍‌ରେ ଦିଲ୍ଲୀ ପାଇଁ ୧୯୩୩ ରନ୍‌ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୦.୨୭ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos