ହାରିବା ପରେ କାନ୍ଦିଲେ ପନ୍ତ ଓ ପୃଥ୍ୱୀ ଶ’, ଦେଖନ୍ତୁ ଭିଡିଓ

ଦୁବାଇ: ଗ୍ରୁପ୍‌ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଚଳିତ ବର୍ଷ ଆଇପିଏଲର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇନି ଦିଲ୍ଲୀ କ୍ୟାପିଟାଲ୍ସ। ବୁଧବାର ଖେଳା ଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ ଶେଷ ଓଭର୍‌ରେ କୋଲକାତା ନାଇଟ ରାଡର୍ସ ଠାରୁ ପରାସ୍ତ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀର ଯୁବ ବାହିନୀ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏପରି କି ଅଧିନାୟକ ଋଷଭ ପନ୍ତ ଓ ପୃଥ୍ୱୀ ଶ’ କାନ୍ଦିବାରେ ଲାଗିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ […]

DC

Hemant Lenka
  • Published: Thursday, 14 October 2021
  • , Updated: 14 October 2021, 02:32 PM IST

ଦୁବାଇ: ଗ୍ରୁପ୍‌ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଚଳିତ ବର୍ଷ ଆଇପିଏଲର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇନି ଦିଲ୍ଲୀ କ୍ୟାପିଟାଲ୍ସ। ବୁଧବାର ଖେଳା ଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ ଶେଷ ଓଭର୍‌ରେ କୋଲକାତା ନାଇଟ ରାଡର୍ସ ଠାରୁ ପରାସ୍ତ ହୋଇଛି।

ଏହି ପରାଜୟ ପରେ ଦିଲ୍ଲୀର ଯୁବ ବାହିନୀ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏପରି କି ଅଧିନାୟକ ଋଷଭ ପନ୍ତ ଓ ପୃଥ୍ୱୀ ଶ’ କାନ୍ଦିବାରେ ଲାଗିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଦିଲ୍ଲୀ ଦେଇଥିବା ୧୩୬ ରନ୍‌ର ଟାର୍ଗେଟକୁ କୋଲକାତା ବେଶ ଆରାମରେ ହାସଲ କରି ନେବ ବୋଲି ଆଶା କରାଯାଉଥିଲା। ବ୍ୟାଟିଂ ଆରମ୍ଭରୁ ହିଁ କୋଲକାତା ଦମଦାର ପ୍ରଦର୍ଶନ କରିବା ସହ ଶେଷ ୪ ଓଭର୍‌ରେ ୧୩ ରନ ଆବଶ୍ୟକ କରୁଥିଲା। କିନ୍ତୁ ଛୋଟ ଧରଣର ବ୍ୟାଟିଂ ବିପର୍ଯ୍ୟୟ କୋଲକାତାର ଚେଜ୍‌ ଗତିକୁ ଧିମା କରି ଦେଇଥିଲା।

ଦଳକୁ ଶେଷ ଓଭର୍‌ରେ ଜିତିବା ପାଇଁ ୭ ରନ୍‌ ଦରକାର ଥିଲା। ରବି ଅଶ୍ୱିନ ଚମତ୍କାର ବୋଲିଂ କରି କ୍ରମାଗତ ଦୁଇଟି ବଲ୍‌ରେ ଦୁଇଟି ୱିକେଟ ନେବା ସହ ରନ୍‌ ସଂଗ୍ରହ କରିବାକୁ ଦେଇ ନଥିଲେ।

ସ୍ଥିତି ଏପରି ହୋଇଥିଲା ଯେ କୋଲକାତାକୁ ଶେଷ ଦୁଇ ବଲରେ ୬ ରନ୍‌ ଦରକାର ପଡ଼ିଥିଲା। ତେବେ ରାହୁଲ ତ୍ରିପାଠୀ ଛକା ମାରି ଦଳକୁ ଫାଇନାଲ ଟିକେଟ ଦେଇଥିଲେ।


ଏହି ପରାଜୟ ପରେ ଦିଲ୍ଲୀର ଖେଳାଳିମାନେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ପୃଥ୍ୱୀ ଶ’ କାନ୍ଦି କାନ୍ଦି ତଳେ ମଧ୍ୟ ଶୋଇ ପଡ଼ିଥିଲେ। ତାଙ୍କୁ ଦଳର ଅନ୍ୟ ଖେଳାଳିମାନେ ବୁଝାସୁଝା କରିବା ପରେ ସେ ନିଜର ଲୁହ ପୋଛିଥିଲେ। ପନ୍ତ ବି  ନିଜର ଲୁହ ପୋଛୁ ଥିବାର ଭିଡିଓ ସାମ୍ନାକୁ ଆସିଛି। ପନ୍ତ କାନ୍ଦୁଥିବା ଦେଖି କୋଚ୍‌ ରିକି ପଣ୍ଟିଂ ତାଙ୍କ ପାଖକୁ ଯାଇଥିଲେ। ସେ ତାଙ୍କ କାନ୍ଦରେ ହାତ ପକାଇ ବୁଝାଇବାକୁ ଚେଷ୍ଟା କରିଥିଲେ।

ଏହାପରେ ପନ୍ତ କାନ୍ଦିବା ବନ୍ଦ କରିଥିଲେ। ଏହି ଘଟଣାର ଭିଡିଓ ଫଟୋ ସାମ୍ନାକୁ ଆସିଛି। ସମସ୍ତେ ଦିଲ୍ଲୀ ଯେଉଁଭଳି କମବ୍ୟାକ୍‌ କରିଥିଲା, ତା’କୁ ପ୍ରଶଂସା କରିଛନ୍ତି।

Related story