ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ସେମିଫାଇନାଲରେ ସହୀଦ ସ୍ପୋର୍ଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର୍ ଫାଇନାଲରେ ସହୀଦ ସ୍ପୋର୍ଟିଂ ୧୨୧ ରନରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଉକ୍ତ ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସହୀଦ ସ୍ପୋର୍ଟିଂ ନିର୍ଦ୍ଧାରିତ ୩୫ ଓଭରରେ ୩ ୱିକେଟ୍ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶାଶ୍ୱତ ରାଉତ ସର୍ବାଧିକ ଅପରାଜିତ ୧୩୪ ରନ୍ […]

LLCC

Ranjit Kumar Jena
  • Published: Monday, 01 March 2021
  • , Updated: 01 March 2021, 06:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର୍ ଫାଇନାଲରେ ସହୀଦ ସ୍ପୋର୍ଟିଂ ୧୨୧ ରନରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଉକ୍ତ ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସହୀଦ ସ୍ପୋର୍ଟିଂ ନିର୍ଦ୍ଧାରିତ ୩୫ ଓଭରରେ ୩ ୱିକେଟ୍ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶାଶ୍ୱତ ରାଉତ ସର୍ବାଧିକ ଅପରାଜିତ ୧୩୪ ରନ୍ କରିଥିବା ବେଳେ ଦିବ୍ୟ ଜ୍ୟୋତି ଦାସପଟ୍ଟନାୟକ ୩୬ ଓ ଦେବଜ୍ୟୋତି ପଟ୍ଟନାୟକ ୨୮ ରନ୍ କରିଥିଲେ। ରାମେଶ୍ୱର ସ୍ପୋର୍ଟିଂ ପକ୍ଷରୁ ଶୁଭ୍ରକାନ୍ତ ପରିଡ଼ା ଓ ତୀର୍ଥାଙ୍କର ସାହୁ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୫୫ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ରାମେଶ୍ୱର ସ୍ପୋର୍ଟିଂ ୨୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜୟଦୀପ ଦାସ ୪୪ ଓ ସ୍ୱୟମ୍ ପ୍ରକାଶ ୨୮ ରନ୍ କରିଥିଲେ। ସଦୀପ ସ୍ପୋର୍ଟିଂ ପକ୍ଷରୁ ପ୍ରିୟରଞ୍ଜନ ନାୟକ ୩ଟି ୱିକେଟ୍ ନେଇଥିବା ବେଳେ ଶାଶ୍ୱତ ରାଉତ, କୋଶଳ ବିଶ୍ୱକର୍ମା ଓ ପାର୍ଥ କୁମାର ପାତ୍ର ୨ଟି ଲେଖାଏ ସଫଳତା ହାସଲ କରିଥିଲେ।

ଆଜି ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ରଣଜୀ କ୍ରିକେଟର୍ ବିପ୍ଳବ ସାମନ୍ତରାୟ। ସେ ଶାଶ୍ୱତ ରାଉତଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁ ଅଜୟ ନାୟକ ଓ ଶାଶ୍ୱତୀ ଶତପଥୀ ପରିଚାଳନା କରିଥିଲେ। ଆସନ୍ତାକାଲି ଦ୍ୱିତୀୟ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ କଟକ ଜୁଭେନାଇଲ୍ ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

Related story