ବ୍ୟାଟ୍‌ ଫୋପାଡ଼ି କ୍ରିକେଟ ଛାଡ଼ି ଦେବେ ବୋଲି କହିଥିଲେ ସଞ୍ଜୁ ସାମସନ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ନିକଟରେ ଦେଇଥିବା ଗୋଟିଏ ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ସିଜିନ୍‌ରେ ସାମସନନ ଭଲ କ୍ୟାପ୍ଟେନ୍ସି କରିବା ସହ ବ୍ୟାଟିଂରେ ମଧ୍ୟ ଜଲୱା ଦେଖାଇଛନ୍ତି। ରାଜସ୍ଥାନ ଲଗାତାର ଦୁଇଟି ମ୍ୟାଚ୍‌ ହାରିଛି ସତ। ହେଲେ ଏବେ ବି ଦଳ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଶେଷ ମ୍ୟାଚ୍‌ର ରାଜସ୍ଥାନ ପ୍ରତିପକ୍ଷ କୋଲକାତାକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ସାମସନ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। […]

sanju

Hemant Lenka
  • Published: Tuesday, 03 May 2022
  • , Updated: 03 May 2022, 08:39 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ନିକଟରେ ଦେଇଥିବା ଗୋଟିଏ ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ସିଜିନ୍‌ରେ ସାମସନନ ଭଲ କ୍ୟାପ୍ଟେନ୍ସି କରିବା ସହ ବ୍ୟାଟିଂରେ ମଧ୍ୟ ଜଲୱା ଦେଖାଇଛନ୍ତି। ରାଜସ୍ଥାନ ଲଗାତାର ଦୁଇଟି ମ୍ୟାଚ୍‌ ହାରିଛି ସତ। ହେଲେ ଏବେ ବି ଦଳ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଶେଷ ମ୍ୟାଚ୍‌ର ରାଜସ୍ଥାନ ପ୍ରତିପକ୍ଷ କୋଲକାତାକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ସାମସନ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

ଭଲ ଲୟରେ ଥିବା ସାମାସନ ଟିମ୍‌ ଇଣ୍ଡିଆରେ ତାଙ୍କ ଚୟନ ସମ୍ପର୍କରେ ଖୋଲାଖୋଲି ମତ ରଖିଛନ୍ତି। ଏଥିସହ ସେ ଏକଦା ରାଗରେ ବ୍ୟାଟ ଫୋପାଡ଼ି କ୍ରିକେଟ ଛାଡ଼ି ଦେବେ ବୋଲି ମଧ୍ୟ କହିଥିଲେ।

ଚାମ୍ପିଅନ୍ସ ୱିଥ ଗୌରବ କପୁରଙ୍କ ଶୋରେ ସଞ୍ଜୁ ସାମସନ୍ ନିଜର କିଛି ସ୍ମୃତି ବିଷୟରେ କହିଛନ୍ତି। ସେ କହିଛନ୍ତି, “ମୁଁ ମୋର ଡେବ୍ୟୁ ୧୯-୨୦ ବର୍ଷରେ କରିଥିଲି। ଏହାପରେ ଭାରତୀୟ ଟିମ୍‌ରେ ଯେତେବେଳେ ମୋର ଚୟନ ହେଲା ସେତେବେଳେ ମୋତେ ୨୫ ବର୍ଷ ହୋଇଥିଲା। ଏହି ସମୟ ଭିତରେ ମୁଁ ଖରାପ ଫର୍ମ ପାଇଁ କେରଳ ଟିମରେ ମଧ୍ୟ ସ୍ଥାନ ପାଇ ନଥିଲି।

ବେଳେବେଳେ ଆପଣ ଭାବୁଥିବେ, ଏସବୁ କ’ଣ ଘଟୁଛି। ମୁଁ ମଧ୍ୟ ସେଇଆ ଭାବିଥିଲି। ୫ ବର୍ଷ ମଧ୍ୟରେ ମୁଁ ଯେତେବେଳେ ବି ବ୍ୟାଟିଂ କରିବାକୁ ଯାଉଥିଲି, ଆଉଟ ହେଉଥିଲି। ନିୟମିତ ଏମିତି ଚାଲିବାରୁ ମୋ ମୁଣ୍ଡ ବିଗିଡ଼ି ଯାଇଥିଲା। ମୁଁ ଜୋର୍‌ରେ ବ୍ୟାଟ୍‌କୁ ତଳେ ଫୋପାଡ଼ି ଦେଇଥିଲି। ଏହି ସମୟରେ ମୁଁ ସିସିଆଇ ଷ୍ଟାଡିମୟରେ ଥିଲି। ବ୍ୟାଟ୍‌ ତଳେ ଫୋପାଡ଼ିବା ପରେ ମୁଁ କ୍ରିକେଟ ଛାଡ଼ୁଛି କହି ସେଠାରୁ ଚାଲି ଯାଇଥିଲି। ଘରକୁ ଆସିବା ବଦଳରେ ମୁଁ ମରିନ ଡ୍ରାଇଭ୍‌ରେ ବସି ରହିଥିଲି।”

ସାମସନ ଆହୁରି କହିଛନ୍ତି, “ଘଟଣା ପରେ ମୁଁ ଅନୁତାପ କରିଥିଲି। କାରଣ ସେହି ବ୍ୟାଟ୍‌ଟି ବହୁତ ଭଲ ଥିଲା ଓ ରାଗରେ ମୁଁ ତା’କୁ ଭାଙ୍ଗି ଦେଇଥିଲି। ଏବେ ଯେତେବେଳେ ମୁଁ ସେକଥା ଭାବୁଛି ସେତେବେଳେ କେବଳ ହସୁଛି। କଠିନ ସମୟରେ ସବୁବେଳେ ନିଜକୁ ସମ୍ଭାଳିବା ବହୁତ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଯେତେବେଳେ ଆପଣଙ୍କ ଅଭିଜ୍ଞତା ହୋଇଯିବ ସେତେବେଳେ ଏସବୁ ଘଟଣା ବହୁତ ଛୋଟ ଲାଗିବ।”

ସଞ୍ଜୁ ସାମାସନ ୨୦୧୫ରେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି ୭ ବର୍ଷ ମଧ୍ୟରେ ସେ କେବଳ ୧୩ଟି ଟି-୨୦ ଖେଳିବାକୁ ସକ୍ଷମ ହୋଇଛନ୍ତି। ସେହିପରି ସାମସନ ଭାରତ ପାଇଁ କେବଳ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିପାରିଛନ୍ତି।

Related story