ଟି-୨୦ ବିଶ୍ୱକପ ଟିମ୍‌ରେ ରହିବେନି ମହମ୍ମଦ ଶାମି!

ମୁମ୍ବାଇ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଉପରେ ଫୋକସ କରିଛି। ଇଂଲଣ୍ଡ ସହ ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍‌ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ। ଚଳିତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ହାତରେ ଆଉ ଖୁବକମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ରହିଛି। ତେଣୁ ବିସିସିଆଇ ଚୟନ କମିଟି ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। କିନ୍ତୁ ବିସିସିଆଇ ସୂତ୍ରରୁ […]

Shami

Hemant Lenka
  • Published: Wednesday, 29 June 2022
  • , Updated: 29 June 2022, 08:11 PM IST

ମୁମ୍ବାଇ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଉପରେ ଫୋକସ କରିଛି। ଇଂଲଣ୍ଡ ସହ ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍‌ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ। ଚଳିତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ହାତରେ ଆଉ ଖୁବକମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ରହିଛି।

ତେଣୁ ବିସିସିଆଇ ଚୟନ କମିଟି ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। କିନ୍ତୁ ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦ୍ରୁତ ବୋଲର ମହମ୍ମଦ ଶାମି ଟି-୨୦ ବିଶ୍ୱକପ ଖେଳିବା ଦୌଡ଼ରେ ନାହାନ୍ତି। ବିସିସିଆଇ ତାଙ୍କ ଉପରେ ଆଦୌ ନଜର ରଖି ନାହିଁ। ଟି-୨୦ ବିଶ୍ୱକପ ଟିମ୍‌ରେ ସାମିଲ ହେବା ପାଇଁ ଶାମି ଆଦୌ ଫିଟ ହେଉ ନଥିବାରୁ ତାଙ୍କ ବିସିସିଆଇ ଚୟନ କମିଟି ନିଜ ରାଡାରରେ ରଖିନାହିଁ।

ଚୟନ କମିଟି ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ କରି ସେମାନଙ୍କୁ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ଦେବା ମୁଡରେ ରହିଛି। ସେମାନେ ସମ୍ଭବତଃ ବରିଷ୍ଠ ଦ୍ରୁତ ବୋଲର ଭାବେ ଭୁବନେଶ୍ୱର କୁମାରଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରି ପାରନ୍ତି। କିନ୍ତୁ ଏଥର ଶାମି ଟିମ୍‌ ଇଣ୍ଡିଆର ବିଶ୍ୱକପ ସ୍କ୍ୱାଡରେ ରହିବେ ନାହିଁ ବୋଲି ଏହି ସୂତ୍ରରେ କୁହାଯାଇଛି।

ବର୍ତ୍ତମାନ ଶାମି ଟେଷ୍ଟ ସହ ଏନବାଷ୍ଟ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ୧ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଶାମିଙ୍କୁ ଦେଖିବାକୁ ମିଳିବ।

Related story