ହୋଶ ଉଡ଼ାଇଲା ଭଳି କ୍ୟାଚ୍ ଧରିଲେ ମନ୍ଧାନା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଷ୍ଟାର୍ ଖେଳାଳି ସ୍ମୃତି ମନ୍ଧାନା ଦମଦାର ବ୍ୟାଟିଂ ପାଇଁ ପରିଚିତ, କିନ୍ତୁ ଶନିବାର ବୁଷ୍ଟରରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ନିଜର ଜବରଦସ୍ତ ଫିଲ୍ଡିଂ ଦ୍ୱାରା ସମସ୍ତଙ୍କ ମନ ଜିଣିଛନ୍ତି । ମନ୍ଧାନା ଇଂଲଣ୍ଡ ଇନିଂସର ୩୮ତମ ଓଭରରେ ନାଟାଲୀ ସ୍କିଭରଙ୍କ କ୍ୟାଚ୍ ଧରିଛନ୍ତି । ମନ୍ଧାନା ଯେଉଁ ଅନ୍ଦାଜରେ କ୍ୟାଚ୍ ଧରିବା ପାଇଁ ଡାଇଭ୍ ମାରିଲେ, ତାହା ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ମନ୍ଧାନାଙ୍କ ଏହି ଆକର୍ଷଣୀୟ […]

mandhana

Ranjit Kumar Jena
  • Published: Saturday, 03 July 2021
  • , Updated: 03 July 2021, 10:33 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଷ୍ଟାର୍ ଖେଳାଳି ସ୍ମୃତି ମନ୍ଧାନା ଦମଦାର ବ୍ୟାଟିଂ ପାଇଁ ପରିଚିତ, କିନ୍ତୁ ଶନିବାର ବୁଷ୍ଟରରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ନିଜର ଜବରଦସ୍ତ ଫିଲ୍ଡିଂ ଦ୍ୱାରା ସମସ୍ତଙ୍କ ମନ ଜିଣିଛନ୍ତି । ମନ୍ଧାନା ଇଂଲଣ୍ଡ ଇନିଂସର ୩୮ତମ ଓଭରରେ ନାଟାଲୀ ସ୍କିଭରଙ୍କ କ୍ୟାଚ୍ ଧରିଛନ୍ତି । ମନ୍ଧାନା ଯେଉଁ ଅନ୍ଦାଜରେ କ୍ୟାଚ୍ ଧରିବା ପାଇଁ ଡାଇଭ୍ ମାରିଲେ, ତାହା ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ମନ୍ଧାନାଙ୍କ ଏହି ଆକର୍ଷଣୀୟ କ୍ୟାଚ୍ ଯୋଗୁ ସ୍କିଭର ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି ଏବଂ ସେ ୫୯ ବଲରେ ୪୯ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଦୀପ୍ତି ଶର୍ମାଙ୍କ ବୋଲିଂରେ ମନ୍ଧାନା ଏହି ଜବରଦସ୍ତ କ୍ୟାଚ୍ ଧରିଛନ୍ତି । ୩୮ତମ ଓଭରରେ ବୋଲିଂ କରୁଥିବା ଦୀପ୍ତିଙ୍କ ତୃତୀୟ ବଲରେ ସ୍କିଭର ମିଡୱିକେଟରେ ବଡ଼ ଶଟ୍ ମାରିବାକୁ ପ୍ରୟାସ କରିଥିଲେ । ଲାଗୁଥିଲା ଯେପରି ବଲ୍ ବାଉଣ୍ଡ୍ରୀ ଅତିକ୍ରମ କରିଯିବ, କିନ୍ତୁ ଏହା ହେଲା ନାହିଁ ।

https://twitter.com/im_akash196/status/1411327984284278785?s=20

ସ୍କୋୟାର ଲେଗରେ ଛିଡ଼ା ହୋଇଥିବା ସ୍ମୃତି ମନ୍ଧାନା ବାମ ପଟକୁ ଦୌଡ଼ି ଡାଇଭ୍ ମାରି ବଲକୁ ଧରି ପକାଇଥିଲେ । ମନ୍ଧାନାଙ୍କ ଏହି କ୍ୟାଚ୍ ଇଂଲଣ୍ଡକୁ ବଡ଼ ସ୍କୋର କରିବାରୁ ରୋକିଥିଲା। ବୁଷ୍ଟରରେ ବର୍ଷା ଯୋଗୁ ମ୍ୟାଚ୍ ଆରମ୍ଭରେ ବିଳମ୍ବ ହୋଇଥିଲା ଏବଂ ଏହାକୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା। ଭାରତୀୟ ଟିମ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୭ ଓଭରରେ ୨୧୯ ରନ୍ କରି ଅଲଆଉଟ୍ ହୋଇଥିଲା । କ୍ୟାପଟେନ୍ ହିଥର ନାଇଟ୍ ୪୬, ଲରେନ୍ ୱିନଫିଲ୍ଡ ୩୬, ସୋଫିଆ ଡଙ୍କଲୀ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ପୁନମ ଯାଦବ, ସ୍ନେହ ରାଣା ଓ ହରମନପ୍ରୀତ କୌର୍ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ ।

Related story