ବିଶାଖାପଟନମ: ଦିଲ୍ଲୀ ଓ କଟକରେ ହାରି ସିରିଜ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଥିବା ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ବି ଭାରତର ଅଧିନାୟକ ଋଷଭ ପନ୍ତ ଟସ୍ ହାରିଛନ୍ତି। ପୂର୍ବର ଦୁଇ ମ୍ୟାଚ୍ରେ ମଧ୍ୟ ସେ ଟସ୍ ହାରିଥିଲେ।
ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍ ଜି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥକ କର ବା ମର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତ ଆଜିର ମ୍ୟାଚ୍ ହାରିଲେ ଦକ୍ଷିଣ ଆଫ୍ରିକା ଠାରୁ ଟି-୨୦ ସିରିଜ୍ ହାରିଯିବ। ତେଣୁ ପନ୍ତ ଆଣ୍ଡ କୋଙ୍କୁ ଆଜି ଯେମିତି ହେଲେ ବି ବାଉନ୍ସ ବ୍ୟାକ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ଦିଲ୍ଲୀ ଓ କଟକରେ ଭାରତ ଦେଇଥିବା ଟାର୍ଗେଟକୁ ବେଶ ସହଜରେ ହାସଲ କରି ନେଇଥିଲା। ତେଣୁ ଦଳ ଆଜି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନି।
ଦିଲ୍ଲୀରେ ଭାରତର ବୋଲିଂ ଦୁର୍ବଳତା ପଦାରେ ପଡ଼ିଥିବା ବେଳେ କଟକରେ ବ୍ୟାଟିଂ ଲାଇନ ଅପର ତ୍ରୁଟି ସାମ୍ନାକୁ ଆସିଥିଲା। ତେଣୁ ଆଜି ପନ୍ତ ବାହିନୀ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ଲଗାତର ଦୁଇଟି ପରାଜୟ ପରେ ମଧ୍ୟ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଏହାର ଅର୍ଥ ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକଙ୍କ ଡେବ୍ୟୁ କରିବାର ଅପେକ୍ଷା ଆହୁରି ବଢ଼ି ଯାଇଛି।
ଟିମ ଇଣ୍ଡିଆ: ଈଶାନ କିଶନ, ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ ଓ ୟୁଜବେନ୍ଦର ଚହଲ।
ଟିମ ଦକ୍ଷିଣ ଆଫ୍ରିକା: ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ ଡେର ଡୁସେନ, ଡାଭିଡ ମିଲର, ହେନରିଚ କ୍ଲାସେନ, ୱେନ ପାର୍ଣ୍ଣେଲ, ଡ୍ୱେନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ଶାମସି, କାଗିସୋ ରବାଡା ଓ ଅନରିଚ ନର୍ଖିୟା ରହିଛନ୍ତି।
Temba Bavuma calls it right at the toss and elects to bowl first in the 3rd T20I.
Live - https://t.co/mcqjkC20Hg #INDvSA @Paytm pic.twitter.com/GjMOOGsa5T
— BCCI (@BCCI) June 14, 2022