ପନ୍ତଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ୍ ଗାଭାସ୍କର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ଆଇପିଏଲରେ ଏହି ଖେଳାଳିଙ୍କ କ୍ୟାପଟେନ୍ସି ଦେଖିବା ପରେ ଗାଭାସ୍କର ପନ୍ତଙ୍କର ବହୁତ ବଡ଼ ଫ୍ୟାନ୍ ହୋଇଛନ୍ତି । ଏପରିକି ଗାଭାସ୍କର ପନ୍ତଙ୍କୁ ଭବିଷ୍ୟତରେ ଭାରତର କ୍ୟାପଟେନ୍ ହେବା ନେଇ କହିଛନ୍ତି । ଆଇପିଏଲ୍‌-୨୦୨୧ରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ ଏବଂ ଲିଗ୍ ସ୍ଥଗିତ ହେବା ବେଳକୁ […]

sunil-gavaskar-and-rishabh-

sunil-gavaskar-and-rishabh-

Ranjit Kumar Jena
  • Published: Thursday, 13 May 2021
  • Updated: 13 May 2021, 11:38 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ୍ ଗାଭାସ୍କର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ଆଇପିଏଲରେ ଏହି ଖେଳାଳିଙ୍କ କ୍ୟାପଟେନ୍ସି ଦେଖିବା ପରେ ଗାଭାସ୍କର ପନ୍ତଙ୍କର ବହୁତ ବଡ଼ ଫ୍ୟାନ୍ ହୋଇଛନ୍ତି । ଏପରିକି ଗାଭାସ୍କର ପନ୍ତଙ୍କୁ ଭବିଷ୍ୟତରେ ଭାରତର କ୍ୟାପଟେନ୍ ହେବା ନେଇ କହିଛନ୍ତି ।

ଆଇପିଏଲ୍‌-୨୦୨୧ରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ ଏବଂ ଲିଗ୍ ସ୍ଥଗିତ ହେବା ବେଳକୁ ତାଙ୍କ ଟିମ୍ ୮ ମ୍ୟାଚରୁ ୬ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ଦିଲ୍ଲୀର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟରଙ୍କ ଆହତ ହେବା ପରେ ପନ୍ତ ଏହି ଦାୟିିତ୍ୱ ନେଇଥିଲେ ଏବଂ ଏହି ଯୁବ ଖେଳାଳି ସୁଯୋଗର ଭରପୂର ଫାଇଦା ଉଠାଇଛନ୍ତି ।

ଷ୍ଟାର୍ ସ୍ପୋର୍ଟ୍ସର ସ୍ତମ୍ଭରେ ଗାଭାସ୍କର ପନ୍ତଙ୍କ ସମ୍ବନ୍ଧରେ ଲେଖିଛନ୍ତି । ଗାଭାସ୍କର ଲେଖିଛନ୍ତି, ଆଇପିଏଲ୍‌-୨୦୨୧ରେ ପନ୍ତଙ୍କ କ୍ୟାପଟେନ୍ସିରେ ଦିଲ୍ଲୀ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଛି । ଷଷ୍ଠ ମ୍ୟାଚ୍ ସୁଦ୍ଧା ନିଜର କ୍ୟାପଟେନ୍ସିର ଅଭିଜ୍ଞତା କଥା କହି ପନ୍ତ ଥକି ପଡ଼ିଥିଲେ । ପ୍ରତି ମ୍ୟାଚ୍ ପରେ ପୋଷ୍ଟ ଗେମ୍ ସେରେମନିରେ ପ୍ରତିଟି ଉପସ୍ଥାପକ ତାଙ୍କୁ ସେହି ଗୋଟିଏ ପ୍ରଶ୍ନ କରୁଥିଲେ । ସେ ନିଜ କ୍ୟାପଟେନ୍ସିରେ ଯାହା କରିଛନ୍ତି, ତାହା ଏକ ସ୍ପାର୍କ ଥିଲା।

ଗାଭାସ୍କର ଆହୁରି ଲେଖିଛନ୍ତି, ସବୁ କ୍ୟାପଟେନଙ୍କ ଭଳି ସେ ମଧ୍ୟ ଭୁଲ୍ କରିବେ । କିନ୍ତୁ ଆଇପିଏଲରେ ସେ ଯେମିତି ମ୍ୟାଚରେ ନେତୃତ୍ୱ ନେଇଛନ୍ତି, ସେଥିରେ ସେ ପ୍ରମାଣ କରିଛନ୍ତି ଯେ ତାଙ୍କ ଭିତରେ ଶିଖିବାର ପ୍ରବଳ ଇଚ୍ଛା ଶକ୍ତି ଅଛି । ତେଣୁ ଭବିଷ୍ୟତରେ ସେ ଭାରତର କ୍ୟାପଟେନ୍ ହୋଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ ।

ସୂଚନାଯୋଗ୍ୟ, ପନ୍ତ ଆଇପିଏଲ୍ ୨୦୨୧ରେ ୮ ମ୍ୟାଚ୍ ଖେଳି ୩୫ରୁ ଅଧିକ୍ ହାରରେ ୨୧୩ ରନ୍ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୧.୪୮ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos