ପଞ୍ଜାବକୁ ଏକତରଫା ଭାବେ ହରାଇଲା ଚେନ୍ନାଇ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ହାରିଥିବା ଚେନ୍ନାଇ ଆଜି ନିଜର ଦ୍ୱିତୀୟ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବୋଲିଂରେ ଯାଦୁ ଦେଖାଇଥିବା ଚେନ୍ନାଇ ବ୍ୟାଟିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍‌ କରିଥିଲା। ଏହାର ଜବାବରେ ଚେନ୍ନାଇ […]

CSK2

CSK2

Hemant Lenka
  • Published: Friday, 16 April 2021
  • Updated: 17 April 2021, 07:40 AM IST

Sports

Latest News

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ହାରିଥିବା ଚେନ୍ନାଇ ଆଜି ନିଜର ଦ୍ୱିତୀୟ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବୋଲିଂରେ ଯାଦୁ ଦେଖାଇଥିବା ଚେନ୍ନାଇ ବ୍ୟାଟିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି।

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍‌ କରିଥିଲା। ଏହାର ଜବାବରେ ଚେନ୍ନାଇ ଏକତରଫା ଭାବେ ୪  ୱିକେଟ ହରାଇ ୨୬ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ୪ ଓଭର୍‌ରେ ମାତ୍ର ୧୩ ରନ୍‌ ଦେଇ ୪ଟି ୱିକେଟ ହାସଲ କରିଥିବା ଦୀପକ ଚହର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି।

ମୁମ୍ବାଇର ୱାଙ୍ଖଡେରେ ମାତ୍ର ୧୦୭ ରନ୍‌ର ଟାର୍ଗେଟ ପାଇଥିବା ୩ଥରର ବିଜେତା ଚେନ୍ନାଇ ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଋତୁରାଜ ଗାଏକ୍ୱାଡ ଓ ଫାଫ ଡୁପ୍ଲେସିସ ଆରମ୍ଭରୁ ଜଗିରଖି ଖେଳିଥିଲେ। ପଞ୍ଜାବ ମଧ୍ୟ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା। ଦଳୀୟ ସ୍କୋର ୨୪ ଥିବା ବେଳେ ଗାଏକ୍ୱାଡ ୧୬ ବଲ୍‌ରେ ୫ ରନ୍‌ କରି ଅର୍ଶଦୀପ ସିଂହଙ୍କ ଶିକାର ବନିଥିଲେ।

ଏଠାରୁ ପଞ୍ଜାବ କମବ୍ୟାକ୍‌ କରିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମୋଇନ ଅଲୀ ଚୌକା ପରେ ଚୌକା ମାରିଥିଲେ। ତାଙ୍କ ବ୍ୟାଟିଂ ଦେଖି ସତର୍କତାର ସହ ଖେଳୁଥିବା ଡୁପ୍ଲେସିସି ମଧ୍ୟ ନିଜର ହାତ ଖୋଲିଥିଲେ। ଉଭୟ ପ୍ରତି ଓଭର୍‌ରେ ବାଉଣ୍ଡରୀ ହାସଲ କରି ଚେନ୍ନାଇ ଚେଜ୍‌କୁ ଆହୁରି ସହଜ କରିଦେଇଥିଲେ।

ବିଶେଷ କରି ମୋଇନ ବଡ଼ବଡ଼ ଶଟ୍‌ ଖେଳି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରାହୁଲ ପାର୍ଟନଶିପ୍‌କୁ ଭାଙ୍ଗିବା ପାଇଁ ବାରମ୍ବାର ବୋଲିଂରେ ପରିବର୍ତ୍ତନ କରୁଥିଲେ ହେଁ ଏହାର ପ୍ରଭାବ ଆଦୌ ଦେଖିବାକୁ ମିଳି ନଥିଲା। ୧୩ତମ ଓଭର୍‌ ବୋଲିଂ କରୁଥିବା ମୁର୍ଗାନ ଅଶ୍ୱିନଙ୍କ ପ୍ରଥମ ବଲରେ ଛକା ମାରି ମୋଇନ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ହେଲେ ଶୀଘ୍ର ମ୍ୟାଚ୍‌କୁ ଶେଷ କରିବାକୁ ଚେଷ୍ଟା କରି ସେ ତୃତୀୟ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ମାତ୍ର ୩୧ ବଲ୍‌ରେ ୪୬ ରନ୍‌ ଖେଳିଥିଲେ। ଏହି ଇନିଂସ୍‌ରେ ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ମୋଇନଙ୍କ ସ୍ଥାନରେ ବ୍ୟାଟିଂ କରିବା ଆସିଥିବା ରାଇନା ନିଜର ଦ୍ୱିତୀୟ ବଲ୍‌ରେ ହିଁ ଚୌକା ମାରି ଚେନ୍ନାଇକୁ ବିଜୟର ଆହୁରି ନିକଟତର କରିଥିଲେ। ଏହି ଓଭର୍‌ରେ ଚେନ୍ନାଇ ୧୧ ରନ୍‌ ଆଦାୟ କରିଥିଲା। ଦଳକୁ ଜିତିବା ପାଇଁ ୩୬ ବଲ୍‌ରେ ୧୦ ରନ୍‌ ଦରକାର ଥିବା ବେଳେ ନୂଆ ଟ୍ୱିଷ୍ଟ ଦେଇଥିବାକୁ ମିଳିଥିଲା।

ମହମ୍ମଦ ଶାମି ଲଗାତର ଦୁଇଟି ବଲ୍‌ରେ ରାଇନା(୮) ଓ ଅମ୍ବାତି ରାୟୁଡୁ(୦)ଙ୍କୁ ଆଉଟ କରି କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସାମ କୁରାନ ଓ ଡୁପ୍ଲେସିସି ଆଉ ଦଳକୁ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଦଳକୁ ଜିତିବା ପାଇଁ ୪ ରନ୍‌ ଦରକାର ଥିବା ବେଳେ କୁରାନ ଚୌକା ମାରି ଚେନ୍ନାଇ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ଡୁପ୍ଲେସିସ ଶେଷ ଯାଏ ୩୩ ବଲ୍‌ରେ ୩୬ ଓ କୁରାନ ୪ ବଲ୍‌ରେ ୫ ରନ୍‌ କରି ଅପରାଜିତ ରହିଥିଲେ। ଡୁପ୍ଲେସିସି ତାଙ୍କ ୩୬ ରନ୍‌ର ଇନିଂସ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍‌ କରିଥିଲା। ଦଳ ପକ୍ଷରୁ ଯୁବ ତାରକା ଶାହରୁଖ ଖାନ୍‌ ଲଢ଼େଇ କରିଥିଲେ ହେଁ ଆଉ କେହି ବି ତାଙ୍କ ସାଥ ଦେଇ ନଥିଲେ। ସେ ସର୍ବାଧିକ ୪୭ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos