ପରଫେକ୍ଟ ପିକ୍‌ଚର

ମୁମ୍ବାଇ: ଶେଷ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟସ୍ଥ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍। ଭାରତ ଏହି ସିରିଜ୍‌କୁ ୧-୦ରେ ଜିତି ଯାଇଛି। ସୋମବାର ଭାରତ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ନିଜ ନାଁରେ କରିଥିଲା। ତେବେ ଗତକାଲି ମ୍ୟାଚ୍ ପରେ ବିସିସିଆଇ ତା’ର ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ୍ କରିଥିଲା, ଯେଉଁଥିରୁ ଗୋଟିଏ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏମିତିକି ଆଇସିସି ମଧ୍ୟ ତା’ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଫଟୋକୁ ପୋଷ୍ଟ କରିଛି। […]

Axar, Patel, Rabindra & Jadeja

Jitendra Garnayak
  • Published: Tuesday, 07 December 2021
  • , Updated: 07 December 2021, 01:47 PM IST

ମୁମ୍ବାଇ: ଶେଷ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟସ୍ଥ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍। ଭାରତ ଏହି ସିରିଜ୍‌କୁ ୧-୦ରେ ଜିତି ଯାଇଛି। ସୋମବାର ଭାରତ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ନିଜ ନାଁରେ କରିଥିଲା। ତେବେ ଗତକାଲି ମ୍ୟାଚ୍ ପରେ ବିସିସିଆଇ ତା’ର ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ୍ କରିଥିଲା, ଯେଉଁଥିରୁ ଗୋଟିଏ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏମିତିକି ଆଇସିସି ମଧ୍ୟ ତା’ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଫଟୋକୁ ପୋଷ୍ଟ କରିଛି।

ଏହି ଫଟୋରେ ନିଜ ନିଜ ଜର୍ସି ପିନ୍ଧି ଏକାଠି ଛିଡ଼ା ହୋଇଛନ୍ତି ଭାରତର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କ ସହିତ ନ୍ୟୁଜିଲ୍ୟାଣ୍ଡର ଏଜାଜ ପଟେଲ ଓ ରାଚିନ ରବୀନ୍ଦ୍ର। ତେବେ ସେମାନେ ଏମିତି ଢଙ୍ଗରେ ଛିଡ଼ା ହୋଇଛନ୍ତି ଯେ ପଛ ପାର୍ଶ୍ୱରୁ ସେମାନଙ୍କ ଜର୍ସିକୁ ପଢ଼ିଲେ, ଯେଉଁ ଦୁଇଟି ନାଁ ବାହାରୁଛି, ତାହା ହେଲା- ‘ଅକ୍ଷର ପଟେଲ’ ଓ ରବୀନ୍ଦ୍ର ଜାଡ଼େଜା।


ଭାରତର ଅକ୍ଷର ପଟେଲଙ୍କ ଜର୍ସି ପଛରେ ‘ଅକ୍ଷର’ ଲେଖାଯାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଏଜାଜ ପଟେଲଙ୍କ ଜର୍ସି ପଛରେ ‘ପଟେଲ’ ଲେଖା ହୋଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡର ରାଚିନ ରବୀନ୍ଦ୍ରଙ୍କ ଜର୍ସି ପଛରେ ‘ରବୀନ୍ଦ୍ର’ ଲେଖାଯାଇଥିବା ବେଳେ ଭାରତର ରବୀନ୍ଦ୍ର ଜାଡ଼େଜାଙ୍କ ଜର୍ସି ପଛରେ ‘ଜାଡ଼େଜା’ ଲେଖା ହୋଇଛି। ଫଟୋକୁ ଦେଖିଲେ ବାମରୁ ଡାହାଣକୁ ଯଥାକ୍ରେମ ଛିଡ଼ା ହୋଇଛନ୍ତି ଅକ୍ଷର, ପଟେଲ, ରବୀନ୍ଦ୍ର ଓ ଜାଡ଼େଜା। ଏଣୁ ଜର୍ସିକୁ ଦେଖିଲେ ଦୁଇଟି ନାଁ ‘ଅକ୍ଷର ପଟେଲ’ ଓ ‘ରବୀନ୍ଦ୍ର ଜାଡ଼େଜା’ ପଢ଼ି ହେଉଛି। ଏହି ଫଟୋକୁ ଆଇସିସି ତା’ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କ୍ୟାପ୍‌ସନ୍‌ରେ ଲେଖିଛି- ‘ପରଫେକ୍ଟ ପିକ୍‌ଚର’।

କାନପୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଏଜାଜ ପଟେଲ ୩ଟି ୱିକେଟ୍ ପାଇଥିବା ବେଳେ ରାଚିନ ରବୀନ୍ଦ୍ର କୌଣସି ୱିକେଟ୍ ପାଇ ନଥିଲେ। ତେବେ ଏଜାଜ ଓ ରାଚିନ କ୍ରିଜ୍‌ରେ ରହି ଏହି ମ୍ୟାଚ୍‌କୁ ଡ୍ର’ କରି ଦେଇଥିଲେ। ସେହିପରି ଏହି ଟେଷ୍ଟରେ ଅକ୍ଷର ପଟେଲ ୬ଟି ୱିକେଟ୍ ପାଇଥିବା ବେଳେ ଜାଡେଜା ୫ଟି ୱିକେଟ୍ ନେଇଥିଲେ।

ମୁମ୍ବାଇରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଏଜାଜ ପଟେଲ ୧୪ଟି ୱିକେଟ୍ ନେଇଥିଲେ। ସେ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ଟି ୱିକେଟ୍ ନେଇଥିଲେ। ସେହିପରି ରାଚିନଙ୍କୁ ଏହି ମ୍ୟାଚ୍‌ରୁ ୩ଟି ୱିକେଟ୍ ମିଳିଥିଲା। ଭାରତର ଦ୍ୱିତୀୟ ଇନିଂସରେ ସେ ଏହି ୱିକେଟ୍ ହାସଲ କରିଥିଲେ। ସେହିପରି ଅକ୍ଷର ପଟେଲ ଏହି ମ୍ୟାଚ୍‌ରେ ୩ଟି ୱିକେଟ୍ ପାଇଥିଲେ। ଅନ୍ୟପକ୍ଷରେ ଜାଡ଼େଜା ଏହି ମ୍ୟାଚ୍ ଖେଳି ନଥିଲେ।

Related story