ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସର୍ବଦା ନିଜ ଦାୟିତ୍ୱକୁ ନିଜେ ସମ୍ପନ୍ନ କରିବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ କୋହଲି ନିଜ ଘରେ କାମ କରିବା ପାଇଁ କୌଣସି ଚାକର ରଖିନାହାନ୍ତି। ଏହା ଆମେ କହୁନୁ। ଭାରତର ପୂର୍ବତନ କ୍ରିକେଟର ଶରନଦୀପ ସିଂହ ଏହି ଖୁଲାସା କରିଛନ୍ତି। ଇଂରାଜୀ ୱେବସାଇଟ୍ ‘ସ୍ପୋଟ୍ସକୀଡ଼ା’କୁ ଦେଇଥିବା ସାକ୍ଷାତକାରରେ ଭାରତର ପୂର୍ବତନ ସିଲେକ୍ଟର ଶରନଦୀପ କହିଛନ୍ତି, ‘କୋହଲିଙ୍କ ଘରେ ଗୋଟିଏ ବି ଚାକର ନାହାନ୍ତି। ଶରନଦୀପ କହିଛନ୍ତି, ‘ […]

virat

Ranjit Kumar Jena
  • Published: Sunday, 21 February 2021
  • , Updated: 21 February 2021, 05:41 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସର୍ବଦା ନିଜ ଦାୟିତ୍ୱକୁ ନିଜେ ସମ୍ପନ୍ନ କରିବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ କୋହଲି ନିଜ ଘରେ କାମ କରିବା ପାଇଁ କୌଣସି ଚାକର ରଖିନାହାନ୍ତି। ଏହା ଆମେ କହୁନୁ। ଭାରତର ପୂର୍ବତନ କ୍ରିକେଟର ଶରନଦୀପ ସିଂହ ଏହି ଖୁଲାସା କରିଛନ୍ତି। ଇଂରାଜୀ ୱେବସାଇଟ୍ 'ସ୍ପୋଟ୍ସକୀଡ଼ା'କୁ ଦେଇଥିବା ସାକ୍ଷାତକାରରେ ଭାରତର ପୂର୍ବତନ ସିଲେକ୍ଟର ଶରନଦୀପ କହିଛନ୍ତି, 'କୋହଲିଙ୍କ ଘରେ ଗୋଟିଏ ବି ଚାକର ନାହାନ୍ତି।

ଶରନଦୀପ କହିଛନ୍ତି, ' ଯେତେବେଳେ ଘରକୁ କେହି ଅତିଥି ଆସନ୍ତି, ତାହେଲେ ବିରାଟ୍ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଖାଦ୍ୟପେୟର ସବୁ ବନ୍ଦୋବସ୍ଥ କରିଥାନ୍ତି। କୋହଲି ନିଜ ଅତିଥିଙ୍କୁ ଭଲଭାବେ ସତ୍କାର କରନ୍ତି। କେବଳ ଘରେ ନୁହେଁ ସାଥୀ ଖେଳାଳିମାନଙ୍କ ସହ ମଧ୍ୟ ବିରାଟ ଖୁବ୍ ଭଲ ବ୍ୟବହାର କରନ୍ତି। ଏଥିପାଇଁ ତାଙ୍କୁ ସବୁ ଖେଳାଳି ବହୁତ ସମ୍ମାନ କରନ୍ତି। ସତ କହିବାକୁ ଗଲେ ବିରାଟ୍ ମାନସିକ ଓ ଶାରୀରିକ ଭାବେ ବହୁତ ମଜଭୁତ୍।

ଟିମ୍ ଚୟନ ପାଇଁ ହେଉଥିବା ବୈଠକ ସମୟରେ ବିରାଟ୍ କୋହଲିଙ୍କ ବ୍ୟବହାରକୁ ନେଇ ଶରନଦୀପ କହିଛନ୍ତି, ବୈଠକ ସମୟରେ କୋହଲି ବହୁତ ରିଲାକ୍ସ ରୁହନ୍ତି। ସେ ନିଜ ଆଖପାଖରେ ଥିବା ଲୋକଙ୍କ କଥାକୁ ଭଲଭାବେ ଶୁଣନ୍ତି। ଅନେକ ଲୋକ ଭାବନ୍ତି ଯେ କ୍ୟାପଟେନ୍ ଓ କୋଚ୍ ରବି ଶାସ୍ତ୍ରୀ ଟିମର ଚୟନ କରନ୍ତି ଏବଂ ଚୟନକର୍ତ୍ତାଙ୍କ ରାୟକୁ ଅଣଦେଖା କରନ୍ତି। କିନ୍ତୁ ଏମିତି ଆଦୌ ହୁଏନାହିଁ।

କୋହଲି ପ୍ରତିଟି ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତି। ଲୋକେ ବିରାଟଙ୍କ ବିଷୟରେ କ'ଣ ଚିନ୍ତା କରନ୍ତି, ତାହା କୌଣସି ପ୍ରଭାବ ପକାଏ ନାହିଁ। କୋହଲି ମଇଦାନ ଭିତରେ ଯେତିକି ଆକ୍ରମଣାତ୍ମକ, ତାଙ୍କର ସ୍ୱଭାବ ସେତିକି ସରଳ। ଟିମ୍ ବୈଠକରେ ସମସ୍ତଙ୍କ କଥା ଶୁଣିବା ପରେ ହିଁ ବିରାଟ୍ କୌଣସି ନିଷ୍ପତ୍ତି ନିଅନ୍ତି। ଗ୍ରାଉଣ୍ଡ ଭିତରେ ବିରାଟ ସମସ୍ତଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରନ୍ତି ବୋଲି କହିଛନ୍ତି ଶରନଦୀପ।

ସୂଚନାଯୋଗ୍ୟ, ଗତ ବିରାଟ ଓ ଅନୁଷ୍କା ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ତାଙ୍କର ଝିଅର ନାଁ 'ଭାମିକା' ରଖାଯାଇଛି। ପତ୍ନୀ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଥିବାରୁ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବା ପାଇଁ ସ୍ୱଦେଶ ଫେରିଆସିଥିଲେ।

Related story