ମହିଳା ଆଇପିଏଲ: ସ୍ମୃତି ମନ୍ଧାନାଙ୍କ ଟିମ୍‌ରେ ୨ ଓଡ଼ିଆ

ପୁଣେ: ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ବା ମହିଳା ଆଇପିଏଲ ପାଇଁ ଆଜି ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ। ପୂର୍ବବର୍ଷ ଗୁଡ଼ିକ ଭଳି ଏଥିର ମଧ୍ୟ ୩ଟି ଦଳ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଲଢ଼େଇ କରିବେ। ଏହି ୩ ଦଳ ପାଇଁ ଆଜି ବିସିସିଆଇ ଖେଳାଳିମାନଙ୍କ ନାଁ ଘୋଷଣା କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ପ୍ରିୟଙ୍କା ପ୍ରୟଦର୍ଶିନୀ ଓ ସୁଜତା ମଲ୍ଲିକ ରହିଛନ୍ତି। ଉଭୟ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ […]

women

Hemant Lenka
  • Published: Monday, 16 May 2022
  • , Updated: 16 May 2022, 06:59 PM IST

ପୁଣେ: ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ବା ମହିଳା ଆଇପିଏଲ ପାଇଁ ଆଜି ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ। ପୂର୍ବବର୍ଷ ଗୁଡ଼ିକ ଭଳି ଏଥିର ମଧ୍ୟ ୩ଟି ଦଳ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଲଢ଼େଇ କରିବେ। ଏହି ୩ ଦଳ ପାଇଁ ଆଜି ବିସିସିଆଇ ଖେଳାଳିମାନଙ୍କ ନାଁ ଘୋଷଣା କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ପ୍ରିୟଙ୍କା ପ୍ରୟଦର୍ଶିନୀ ଓ ସୁଜତା ମଲ୍ଲିକ ରହିଛନ୍ତି। ଉଭୟ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳରେ ରହିଛନ୍ତି। ୨୦୨୦ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟ୍ରେଲବ୍ଲେଜର୍ସ ହିଁ ଚାମ୍ପିୟନ ହୋଇଥିଲା।

କରୋନା ପାଇଁ ୨୦୨୧ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇ ନଥିଲା। କିନ୍ତୁ ଚଳିତ ବର୍ଷ ମେ’ ୨୩ରୁ ୨୮ ଯାଏ ପୁଣେର ଏମସିଏ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରେଲବ୍ଲେଜର୍ସ ବ୍ୟତୀତ ସୁପରନୋଭାସ ଓ ଭେଲୋସିଟି ଦଳ ମଧ୍ୟ ଭାଗ ନେବେ। ସୁପରନୋଭାସର ଅଧିନାୟକ ଭାବେ ହରମନପ୍ରୀତ କୌର ନିଯୁକ୍ତ ହୋଇଥିବା ବେଳେ ଭେଲୋସିଟିର କମାଣ ସମ୍ଭାଳିବେ ଅଲରାଉଣ୍ଡର ଦୀପ୍ତି ଶର୍ମା।

ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ୧୨ ଜଣ ଖେଳାଳି ମଧ୍ୟ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳିବେ। ସର୍ବ ଭାରତୀୟ ମହିଳା ଚୟନ କମିଟି ପ୍ରତିଟି ଦଳରେ ୧୬ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି। ମେ’ ୨୩ର ଉଦଘାଟନୀ ମ୍ୟାଚ୍‌ରେ ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ ମୁହାଁମୁହିଁ ହେବେ। ୨୪ ତାରିଖରେ ସୁପରନୋଭାସ ପ୍ରତିପକ୍ଷ ଭେଲୋସିଟି ସହ ମ୍ୟାଚ୍‌ ଖେଳିବ। ୨୬ ତାରିଖରେ ଭେଲୋସିଟି ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସକୁ ଭେଟିବ। ଶେଷରେ ମେ’ ୨୮ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

Related story