ଇନଷ୍ଟାଗ୍ରାମରେ ପ୍ରଥମ ଭାରତୀୟ ଭାବେ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମରେ ଅନୁଗାମୀଙ୍କ ସଂଖ୍ୟା ୨୦୦ ମିଲିୟନ ଛୁଇଁଛି। ପ୍ରଥମ ଭାରତୀୟ ଭାବେ ସେ ୨୦୦ ମିଲିୟନ କ୍ଲବରେ ସାମିଲ ହେବାର ରେକର୍ଡ କରିଛନ୍ତି। ଏ ସମ୍ପର୍କରେ ନିଜେ ବିରାଟ କୋହଲି ଇନଷ୍ଟାରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “୨୦୦ ମିଲିୟନ ଶକ୍ତି। ଇନଷ୍ଟା ପରିବାରର ସମର୍ଥନ ପାଇଁ ଧନ୍ୟବାଦ।” ଏଥିସହ ସେ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଇନଷ୍ଟାରେ ପୂର୍ବରୁ ପୋଷ୍ଟ କରିଥିବା […]

Virat

Hemant Lenka
  • Published: Wednesday, 08 June 2022
  • , Updated: 08 June 2022, 12:03 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମରେ ଅନୁଗାମୀଙ୍କ ସଂଖ୍ୟା ୨୦୦ ମିଲିୟନ ଛୁଇଁଛି। ପ୍ରଥମ ଭାରତୀୟ ଭାବେ ସେ ୨୦୦ ମିଲିୟନ କ୍ଲବରେ ସାମିଲ ହେବାର ରେକର୍ଡ କରିଛନ୍ତି। ଏ ସମ୍ପର୍କରେ ନିଜେ ବିରାଟ କୋହଲି ଇନଷ୍ଟାରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “୨୦୦ ମିଲିୟନ ଶକ୍ତି। ଇନଷ୍ଟା ପରିବାରର ସମର୍ଥନ ପାଇଁ ଧନ୍ୟବାଦ।” ଏଥିସହ ସେ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଇନଷ୍ଟାରେ ପୂର୍ବରୁ ପୋଷ୍ଟ କରିଥିବା ବିଭିନ୍ନ ଫଟୋ ଓ ଭିଡିଓ ରହିଛି।

ବିରାଟଙ୍କ ପୂର୍ବରୁ କୌଣସି ଭାରତୀୟ କ୍ରିକେଟର କିମ୍ବା ଫିଲ୍ମ ଷ୍ଟାରଙ୍କୁ ଏତେ ସଂଖ୍ୟକ ଲୋକ ଇନଷ୍ଟାଗ୍ରାମରେ ଅନୁସରଣ କରି ନଥିଲେ। ବିରାଟ ବିଶ୍ୱର ପ୍ରଥମ କ୍ରିକେଟର ଯାହାକୁ ଇନଷ୍ଟାଗ୍ରାମରେ ୨୦୦ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ସେହିପରି ବିରାଟ ଏବେ ବିଶ୍ୱର ୩ୟ କ୍ରୀଡ଼ାବିତ ଯାହାଙ୍କୁ ଏତେ ଲୋକ ଅନୁସରଣର କରୁଛନ୍ତି। ବିରାଟଙ୍କ ଉପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାରଲ୍ଡ( ୪୫୦ ମିଲିୟନ) ଓ ଲିଓନେଲ ମେସି(୩୩୩ ମିଲିୟନ) ରହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଟି-୨୦ ବିଶ୍ୱକପ ପରେ ବିରାଟ ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିସିସିଆଇ ଦିନିକିଆ ଅଧିନାୟକ ପଦ ତାଙ୍କ ଠାରୁ କାଢ଼ି ନେଇ ରୋହିତ ଶର୍ମାଙ୍କୁ ଦେଇଥିଲା। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ହାରିବା ପରେ ବିରାଟ ଟେଷ୍ଟ ଅଧିନାୟକ ପଦ ମଧ୍ୟ ଛାଡ଼ି ଦେଇଥିଲେ। ରୋହିତ ଶର୍ମା ୩ଟି ଯାକ ଫର୍ମାଟରେ ଭାରତର ଅଧିନାୟକ ଭାବେ କାର୍ଯ୍ୟ କରୁଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)

Related story