ଆଉ ଆରସିବି ପାଇଁ ଟ୍ରଫି ଜିତି ପାରିବେନି ବିରାଟ, ସ୍ୱପ୍ନ ଚୂରମାର

ଦୁବାଇ: ଦୁନିଆର ଅନ୍ୟତମ ସଫଳ କ୍ରିକେଟର ବିରାଟ କୋହଲି ଆଇପିଏଲରେ ପୁଣିଥରେ ନିରାଶ ହୋଇଛନ୍ତି। ୨୦୦୮ରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବିରାଟ ଟ୍ରଫି ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ସୋମବାର ରାତିରେ ଚୂରମାର ହୋଇଯାଇଛି। ଆରସିବିକୁ ୪ ୱିକେଟରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ କ୍ୱାଲିଫାୟର ୨ରେ ପହଞ୍ଚି ଯାଇଛି। ଏବେ କୋଲକାତାର ମୁକାବିଲା ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ସହ ଫାଇନାଲ ଟିକେଟ ପାଇଁ ହେବ। କୋଲକାତା ଠାରୁ ହାରିବା […]

Virat

Hemant Lenka
  • Published: Tuesday, 12 October 2021
  • , Updated: 12 October 2021, 08:12 AM IST

ଦୁବାଇ: ଦୁନିଆର ଅନ୍ୟତମ ସଫଳ କ୍ରିକେଟର ବିରାଟ କୋହଲି ଆଇପିଏଲରେ ପୁଣିଥରେ ନିରାଶ ହୋଇଛନ୍ତି। ୨୦୦୮ରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବିରାଟ ଟ୍ରଫି ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ସୋମବାର ରାତିରେ ଚୂରମାର ହୋଇଯାଇଛି।

ଆରସିବିକୁ ୪ ୱିକେଟରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ କ୍ୱାଲିଫାୟର ୨ରେ ପହଞ୍ଚି ଯାଇଛି। ଏବେ କୋଲକାତାର ମୁକାବିଲା ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ସହ ଫାଇନାଲ ଟିକେଟ ପାଇଁ ହେବ। କୋଲକାତା ଠାରୁ ହାରିବା ପରେ ଚଳିତ ବର୍ଷ ପାଇଁ ଆରସିବିର ଆଇପିଏଲ ଅଭିଯାନ ମଧ୍ୟ ଶେଷ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରାଟ ଆଉ କେବେ ହେଲେ ଆରସିବି ପାଇଁ ଆଇପିଏଲରେ ଟ୍ରଫି ଜିତି ପାରିବେ ନାହିଁ। କାରଣ ତାଙ୍କୁ ଆଉ ଆରସିବିର କ୍ୟାପ୍ଟେନଶିପ କରୁଥିବା ଦେଖିବାକୁ ମିଳିବ ନାହିଁ। ଚଳିତ ଆଇପିଏଲ ଅଧାରୁ ହିଁ ସେ ଏହି ଘୋଷଣା କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଆରସିବି କାଲି ଶେଷଥର ପାଇଁ ଖେଳୁଥିଲା। ସମସ୍ତେ ଆଶା କରିଥିଲେ ବିରାଟଙ୍କ ନେତୃତ୍ୱରେ ଦଳ ଟ୍ରଫି ଜିତିବ। ହେଲେ ବିରାଟ ଓ ସବୁ କ୍ରିକେଟ ଫ୍ୟାନଙ୍କ ଏହି ସ୍ୱପ୍ନ ଚୂରମାର ହୋଇଯାଇଛି।

କୋଲକାତା ଠାରୁ ମ୍ୟାଚ୍‌ ହାରିବା ପରେ ବିରାଟ ମଧ୍ୟ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ଏଥିସହ ସେ ସବୁ ମ୍ୟାଚ୍‌ରେ ନିଜର ୧୨୦% ଦିଅନ୍ତି ବୋଲି ମଧ୍ୟ କହିଛନ୍ତି। ବିରାଟ ୨୦୧୩ରେ ଡାନିଏଲ ଭିଟୋରୀଙ୍କ ଠାରୁ ଆରସିବିର ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ନେଇଥିଲେ। ସେବେଠାରୁ ସେ ଦଳକୁ ସମ୍ଭାଳି ଆସିଥିଲେ।

୨୦୧୬ରେ ଆରସିବି ଆଇପିଏଲର ଫାଇନାଲକୁ ଯାଇଥିଲା। କିନ୍ତୁ ଦଳକୁ ହାଇଦ୍ରାବାଦ ଠାରୁ ପରାସ୍ତ ହେବାକୁ ପଡ଼ିଥିଲେ। ୨୦୨୧ରେ ଦଳ ୩ୟ ସ୍ଥାନରେ ରହି ପ୍ଲେଅଫରେ ପ୍ରବେଶ କରିଥିଲା। ତେବେ ୪ର୍ଥ ସ୍ଥାନରେ ଥିବା କୋଲକାତା ବାଜିମାତ କରିନେଇଛି। ଆରସିବି ଆଇପିଏଲ ଇତିହାସରେ ପ୍ରଥମ ଦଳ ଯିଏ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏଲିମିନେଟର୍‌ରୁ ବିଦା ହୋଇଛି। ବିରାଟ ଆରସିବିର ଅଧିନାୟକ ପଦ ଛାଡ଼ିଥିଲେ ମଧ୍ୟ ଦଳ ପାଇଁ ଖେଳିବେ ବୋଲି କହିଛନ୍ତି। ତେଣୁ ଆରସିବିର ଅଧିନାୟକ ଆସନ୍ତା ସଂସ୍କରଣରେ କିଏ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ଆମେ ଯଦି ଗକାଲିର ମ୍ୟାଚ୍‌କୁ ଦେଖିବା ତା’ହେଲେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍‌ କରିଥିଲା। ଆରସିବିର ବ୍ୟାଟିଂ ପିବର୍ଯ୍ୟୟର ପ୍ରମୁଖ ନାୟକ ସାଜିଥିଲେ ସୁନୀଲ ନାରିନ। ସେ ୪ ଓଭର୍‌ରେ ୨୧ ରନ୍‌ ଦେଇ ୪ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା କୋଲକାତା ୨ଟି ବଲ୍‌ ପୂର୍ବରୁ ରୋମାଞ୍ଚକର ଢଙ୍ଗରେ ବିଜୟ ହାସଲ କରିଛି।

ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ ନାରିନ ଜଲୱା ଦେଖାଇଛନ୍ତି। ସେ ୧୫ ବଲ୍‌ରେ ବିସ୍ଫୋରକ ୨୬ ରନ୍‌ କରି ଆରିସିବିର ସବୁ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି। ଡାନିଏଲ ଖ୍ରୀଷ୍ଟିଆନଙ୍କୁ ଗୋଟିଏ ଓଭର୍‌ରେ ୩ଟି ଛକା ମାରି ନାରିନ ଆରିସିବି ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଶେଷରେ ସାକିବ ଅଲ ହାସନ ଓ ଅଧିନାୟକ ମୋର୍ଗାନ ଦଳ ପାଇଁ ବିଜୟ ମୁଣ୍ଡି ମାରିଥିଲେ।

Related story