ଇସ୍ତଫା ଦେବେ କୋହଲି, ରୋହିତ୍ ହେବେ ନୂଆ କ୍ୟାପଟେନ୍!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟ୍ସମ୍ୟାନ୍ ଭାବେ ନିଜ ନାଁରେ ଅନେକ ବଡ଼ ରେକର୍ଡ କରିସାରିଛନ୍ତି। କିନ୍ତୁ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଯାଏ ଆଇସିସି ଟ୍ରଫି ଜିତିପାରିନାହିଁ। ଆଉ ଏହାରି ଭିତରେ ଖବର ଆସୁଛି ଯେ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ପରେ କୋହଲି ସୀମିତ ଓଭର କ୍ୟାପଟେନ୍ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଧଳା ବଲ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇପାରେ। ବିସିସିଆଇ […]

virat-khli-and-rohit-sharma

virat-khli-and-rohit-sharma

Ranjit Kumar Jena
  • Published: Monday, 13 September 2021
  • Updated: 13 September 2021, 03:31 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟ୍ସମ୍ୟାନ୍ ଭାବେ ନିଜ ନାଁରେ ଅନେକ ବଡ଼ ରେକର୍ଡ କରିସାରିଛନ୍ତି। କିନ୍ତୁ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଯାଏ ଆଇସିସି ଟ୍ରଫି ଜିତିପାରିନାହିଁ। ଆଉ ଏହାରି ଭିତରେ ଖବର ଆସୁଛି ଯେ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ପରେ କୋହଲି ସୀମିତ ଓଭର କ୍ୟାପଟେନ୍ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଧଳା ବଲ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇପାରେ।

ବିସିସିଆଇ ଏବେ ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା କ୍ୟାପଟେନ କରିବା ନେଇ ଯୋଜନା କରୁଛି। ଯଦି ଏହା ହେଲା ତାହେଲେ ରୋହିତ୍ ଶର୍ମା ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ ହୋଇପାରନ୍ତି ଏବଂ କୋହଲି କେବଳ ଟେଷ୍ଟ ଟିମର ନେତୃତ୍ୱ ନେବେ। ସବୁ ଫର୍ମାଟରେ ନେତୃତ୍ୱ ନେଉଥିବା ୩୨ ବର୍ଷୀୟ କୋହଲି ଭାରତର ସବୁଠାରୁ ସଫଳ କ୍ୟାପଟେନ୍, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ୩୪ ବର୍ଷୀୟ ରୋହିତ୍ ଶର୍ମାଙ୍କ ସହ ସେ ନିଜ ଦାୟିତ୍ୱକୁ ବାଣ୍ଟିବାକୁ ଚାହାନ୍ତି। ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ରୋହିତଙ୍କ ପାଇଁ ବାଟ ଫିଟିଯିବ। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିରାଟ୍ କୋହଲି ଗତ କିଛି ମାସ ଧରି ରୋହିତ୍ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆରେ ଗସ୍ତରେ ଯେତେବେଳେ କୋହଲି ପ୍ୟାଟରନିଟୀ ଲିଭରେ ଥିଲେ, ସେତେବେଳେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତ ଐତିହାସିକ ଟେଷ୍ଟ ସିରିଜ୍ ଜିତିଥିଲା। ଏହି ସିରିଜ୍ ପରେ ମିଡିଆ ଓ ସୋଶାଲ ମିଡିଆରେ ଏ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ସୂତ୍ର ଅନୁଯାୟୀ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ମଧ୍ୟ ଏଥିପାଇଁ ଅଣ୍ଟା ଭିଡ଼ି ସାରିଛି।

ରିପୋର୍ଟରେ କୁହାଯାଇଛି, ବିରାଟ୍ ଅନୁଭୂତ କରିସାରିଛନ୍ତି ଯେ ସବୁ ଫର୍ମାଟରେ କ୍ୟାପଟେନ୍ ହେବା ଦ୍ୱାରା ତାଙ୍କର ବ୍ୟାଟିଂ ଉପରେ ପ୍ରଭାବ ପଡ଼ୁଛି। ତାଙ୍କୁ ଏବେ ସ୍ପେଶ୍ ଓ ଫ୍ରେସନେଶର ଆବଶ୍ୟକ ରହିଛି, କାରଣ ଟିମକୁ ଦେବା ପାଇଁ ତାଙ୍କ ପାଖରେ ଏବେବି ବହୁତ କିଛି ବାକି ରହିଛି। ଯଦି ରୋହିତ୍ ସୀମିତ ଓଭର ପାଇଁ କ୍ୟାପଟେନ୍ ଦାୟିତ୍ୱ ବହନ କରନ୍ତି, ତାହେଲେ ବିରାଟ ଟେଷ୍ଟରେ ଭାରତର ନେତୃତ୍ୱ ନେବା ଜାରି ରଖିପାରନ୍ତି ଏବଂ ଟି-୨୦ ଓ ଦିନିକିଆରେ ନିଜ ବ୍ୟାଟିଂ ଉପରେ ଫୋକସ୍ କରିପାରିବେ। ବିରାଟଙ୍କୁ ଏବେ ମାତ୍ର ୩୨ ବର୍ଷ ଏବଂ ତାଙ୍କ ଫିଟନେସକୁ ଦେଖି କୁହାଯାଇପାରିବ ଯେ ସେ ଅତି କମରେ ଆଉ ୫-୬ ବର୍ଷ କ୍ରିକେଟ୍ ଖେଳିପାରିବେ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟରେ ଆହୁରି କହିଛି, ରୋହିତ୍ ଶର୍ମା ପାଞ୍ଚଥର ଆଇପିଏଲ୍ ଟ୍ରଫି ଜିତିଛନ୍ତି। ଏହାଛଡ଼ା ଟି-୨୦ କ୍ୟାପଟେନ୍ ଭାବେ ତାଙ୍କର ଜବରଦସ୍ତ ରେକର୍ଡ ରହିଛି। ଯଦି ରୋହିତ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ଭାର ସମ୍ଭାଳନ୍ତି, ତାହେଲେ ଏହାହିଁ ଉପଯୁକ୍ତ ସମୟ। ସେମିତି ଦେଖିବାକୁ ଗଲେ ଯଦି ରୋହିତ ଅଧିନାୟକ ହୁଅନ୍ତି, ତାହେଲେ ଏହା ଭାରତୀୟ ଟିମ୍ ପାଇଁ ଫାଇଦା ହେବ। କାରଣ ରୋହିତ ଓ ବିରାଟଙ୍କର ପରସ୍ପର ସହିତ ଭଲ ତାଳମେଳ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story