ପାକିସ୍ତାନ କ୍ରିକେଟ୍‌କୁ ସମର୍ଥନ କଲେ ଓଡ଼ିଶା କ୍ରିକେଟ୍ ଟିମ୍ କୋଚ୍

ନୂଆଦିଲ୍ଲୀ: ପ୍ରଥମେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ଏହା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟ ଏହି ଦେଶକୁ ଗସ୍ତ କରିବାକୁ ମନା କରିଦେଲା। ଏଭଳି ଏକ କଠିନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସମର୍ଥନରେ ଓହ୍ଲାଇଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଶା କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ୱାସିମ୍ ଜାଫର୍। ଜାଫର୍ ଟ୍ୱିଟ୍ କରି ଇଂଲଣ୍ଡ ଉପରେ ଖୁବ୍ […]

jaffer

jaffer

Ranjit Kumar Jena
  • Published: Tuesday, 21 September 2021
  • Updated: 21 September 2021, 10:20 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ଏହା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟ ଏହି ଦେଶକୁ ଗସ୍ତ କରିବାକୁ ମନା କରିଦେଲା। ଏଭଳି ଏକ କଠିନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସମର୍ଥନରେ ଓହ୍ଲାଇଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଶା କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ୱାସିମ୍ ଜାଫର୍। ଜାଫର୍ ଟ୍ୱିଟ୍ କରି ଇଂଲଣ୍ଡ ଉପରେ ଖୁବ୍ ବର୍ଷିଛନ୍ତି।

ଇଂଲଣ୍ଡ ଦ୍ୱାରା ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଜାଫର୍ ଟ୍ୱିଟ୍ କରି ଲେଖିଛନ୍ତି, ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଖରେ ଇସିବି ଉପରେ ଅସନ୍ତୋଷ ହେବାର ପର୍ଯ୍ୟାପ୍ତ କାରଣ ରହିଛି। ଗତବର୍ଷ ମହାମାରୀ ସମୟରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବିନା ଟିକାରେ ଇଂଲଣ୍ଡ ଗସ୍ତ କରିଥିଲେ। ଉଭୟ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ଉପରେ ଇଂଲଣ୍ଡର ବହୁତ ଋଣ ରହିଛି। ଅତି କମରେ ଇସିବିକୁ ପାକିସ୍ତାନ ଗସ୍ତ ବାତିଲ କରିବାର ନଥିଲା। କ୍ରିକେଟ୍ ବାତିଲ ହେବା ଦ୍ୱାରା କେହିବି ବିଜେତା ହୁଏ ନାହିଁ।

https://twitter.com/WasimJaffer14/status/1440004345634775044?s=20

ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଇସିବି ଏକ ବିବୃତ୍ତି ଜାରି କରିଥିଲା। ଇସିବି କହିଛି, ଆମ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ମାନସିକ ଓ ଶାରୀରିକ ସୁସ୍ଥତା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ବର୍ତ୍ତମାନ ଆମେ ଯେଉଁ ପରିବେଶରେ ରହୁଛୁ, ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ବେଶ୍ ମହତ୍ତ୍ୱପୂର୍ଣ୍ଣ। ଆମର ପୁରୁଷ ଟି-୨୦ ଟିମ୍ ପାଇଁ ଅତିରିକ୍ତ ଜଟିଲତା ରହିଛି। ଆଉ ଏଭଳି ପରିସ୍ଥିତିରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ପାକିସ୍ତାନ ଗସ୍ତ କରିବା ଠିକ୍ ହେବ ନାହିଁ।

ତେବେ ଆଜି ପିସିବି ଚେୟାରମ୍ୟାନ୍ ରମିଜ୍ ରାଜା ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଉପରେ ଖୁବ୍ ବର୍ଷିଛନ୍ତି। ରାଜା କହିଛନ୍ତି, ସୁରକ୍ଷାକୁ ନେଇ ନ୍ୟୁଜିଲ୍ୟାଣ୍ଡକୁ କେଉଁ ଧମକ ମିଳିଥିଲା, ତାହା ନକହି ସେମାନେ ଚାଲିଗଲେ। ଆଉ ଏହାକୁ ନେଇ ପୂରା ପାକିସ୍ତାନ ନିରାଶ ହୋଇଛି। ଆଉ ଇଂଲଣ୍ଡ ଯେଉଁ ନିଷ୍ପତ୍ତି ନେଲା, ତାହା ଆଶା ମୁତାବକ ଥିଲା। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡର ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story